Posted inଜାତୀୟ

ଛାତ୍ରନେତାରୁ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୦ା୬(ପି.ଟି.): ରାଜସ୍ଥାନର ଭାଜପା ଏମ୍‌ପି ଓମ୍‌ ବିର୍ଲା ବୁଧବାର ସପ୍ତଦଶ ଲୋକ ସଭାର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ସମର୍ଥନ ଜଣାଇଥିଲେ। ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମ୍‌କେ ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳ ବିର୍ଲାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଜଣାଇଥିଲେ। ବିର୍ଲା ବାଚସ୍ପତି ନିର୍ବାଚିତ ହେବା ଲୋକ ସଭା ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ବାଚସ୍ପତିଙ୍କୁ ମୋଦି ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ବିର୍ଲା ଭାଜପା ଏମ୍‌ପି ଭାବେ ରାଜସ୍ଥାନର କୋଟାରୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଭାବେ ଲୋକ ସଭାର ବାଚସ୍ପତି ପଦବୀ ବରିଷ୍ଠମାନଙ୍କୁ ମିଳିଥାଏ। ସେହିଦୃଷ୍ଟିରୁ ଦେଖିବାକୁ ଗଲେ ବିର୍ଲା ଉକ୍ତ ପଦବୀ ପାଇଁ ନୂଆ। ଏନ୍‌ଡିଏ ତାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ପଦବୀ ପାଇଁ ଚୟନ କରି ସମସ୍ତଙ୍କୁ ବିସ୍ମିତ କରିଛି। ୫୬ ବର୍ଷୀୟ ବିର୍ଲା ଉଭୟ ପ୍ରଧାନମନ୍ତ୍ରୀ ଓ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଘନିଷ୍ଠ ଭାବେ ଜଣାଶୁଣା। ବିର୍ଲା ଚାରି ଦଶନ୍ଧି ପୂର୍ବେ ଛାତ୍ରନେତାରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସମବାୟ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଉତ୍‌ଥାନ ହୋଇଥିଲା। ୧୯୬୨ ଡିସେମ୍ବର ୪ରେ କୋଟାରେ ଜନ୍ମିତ ବିର୍ଲା ୧୯୭୮ରେ ସ୍ଥାନୀୟ ସରକାରୀ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ସେ ରାଜସ୍ଥାନ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ଥିଲେ। ପରେ ସେ ଜାତୀୟ ସ୍ତରରେ ଯୁବମୋର୍ଚ୍ଚା ଉପସଭାପତି ନିର୍ବାଚିତ ହୋଇଥିଲେ। ସେ ୨୦୦୩, ୨୦୦୮ ଏବଂ ୨୦୧୩ରେ କ୍ରମାଗତ ୩ ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୮ ବସୁନ୍ଧରା ରାଜେ ସରକାରରେ ବିର୍ଲା ତାଙ୍କର ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ପ୍ରଥମେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ କୋଟା-ବୁନ୍ଦି ଆସନରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ସଚ୍ଚୋଟ ଏମ୍‌ପି ଭାବେ ଗତ ଲୋକ ସଭାରେ ବିର୍ଲାଙ୍କର ୮୬ ପ୍ରତିଶତ ଉପସ୍ଥିତି ରହିଛି। ସେ ୬୭୧ ପ୍ରଶ୍ନ ପଚାରିଛନ୍ତି ଓ ୧୬୩ଟି ବିତର୍କରେ ଭାଗ ନେଇଛନ୍ତି।
ବାଣିଜ୍ୟରେ ସ୍ନାତକୋତ୍ତର ବିର୍ଲା ପାର୍ଲାମେଣ୍ଟରେ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି। ବାଚସ୍ପତି ନିର୍ବାଚିତ ହୋଇ ସେ ୮ ଥର ନିର୍ବାଚିତ ଏମ୍‌ପି ସୁମିତ୍ରା ମହାଜନଙ୍କ ସ୍ଥାନ ନେଇଛନ୍ତି। ୧୯୯୬ରେ ଟିଡିପି ନେତା ଜି.ଏମ୍‌.ସି ବାଲାଯୋଗୀଙ୍କୁ ବାଚସ୍ପତି କରାଯାଇଥିଲା। ୨୦୦୨ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ଶିବସେନା ନେତା ତଥା ପ୍ରଥମଥର ପାଇଁ ଏମ୍‌ପି ହୋଇଥିବା ମନୋହର ଜୋଷୀଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା।
ଓମ୍‌ଙ୍କ ବାପା କ୍ରିଷ୍ଣ ବିର୍ଲା କୋଟା କର୍ମଚାରୀ ସହକାରୀ ସମିତିର ସଭାପତି ଅଛନ୍ତି। ତାଙ୍କ ସ୍ତ୍ରୀ ଡ. ଅମିତା ବିର୍ଲା କୋଟା ସରକାରୀ ହସ୍ପିଟାଲରେ ଡାକ୍ତର। ସେମାନଙ୍କର ଦୁଇଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri