ପୁରୀ ଅଫିସ,୧୯ା୬: ସମୁଦ୍ରକୂଳ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ ତିଆରି କରିବା ଲାଗି ଇସ୍କନ ୨୦୧୫ରେ ପିକେଡିଏଠାରୁ ଅନୁମୋଦନ ପାଇଥିଲା। କିନ୍ତୁ ସେଠାରେ ଇସ୍କନ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବ ବୋଲି ଅଭିଯୋଗ ଉଠିବା ପରେ ବିବାଦ ଉପୁଜିଥିଲା। ଜନ ଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ପ୍ରଶାସନ ଏହାକୁ ବନ୍ଦ କରି ଦେଇଥିଲା। ଅନୁମୋଦିତ ନକ୍ସାରେ ଜଗନ୍ନାଥ ମନ୍ଦିର ନ ଥିବାବେଳେ ଏହା ଇସ୍କନ କିପରି କରିବ ବୋଲି ପ୍ରଶ୍ନ କରିଥିଲା ପିକେଡିଏ। ଏମିତି କି ଇସ୍କନକୁ ନୋଟିସ୍ ମଧ୍ୟ ଜାରି କରିଥିଲା। ଏହାକୁ ବିରୋଧ କରି ଇସ୍କନ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ୨ମାସ ମଧ୍ୟରେ ବିଚାର ଶେଷ କରିବାକୁ ପିକେଡିଏକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ୧୭ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ବାଚନ ଯୋଗୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ମଙ୍ଗଳବାର ପୁରୀ ଜିଲାପାଳଙ୍କ କୋର୍ଟରେ ଏହାର ଶୁଣାଣି ହୋଇଛି। ଏଥିରେ ପିକେଡିଏ ପକ୍ଷରୁ ଯୋଜନା ସଦସ୍ୟ ଶୁଭେନ୍ଦ୍ର କୁମାର ମିଶ୍ର, ଇସ୍କନ ପକ୍ଷରୁ ହାଇକୋର୍ଟ ଆଇନଜୀବୀ ବଂଶୀଧର ବାଗ, ଶୁଭେନ୍ଦୁ କୁମାର ଦାଶ ଏବଂ ଆପତ୍ତିକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାଶ ପକ୍ଷ ରଖିଥିଲେ।
ଇସ୍କନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ସେମାନେ ପ୍ରସ୍ତାବିତ ଜମିରେ କେବଳ ରାଧାକୃଷ୍ଣ ମନ୍ଦିର କରିବେ। ଜଗନ୍ନାଥ ମନ୍ଦିରର ପ୍ରସ୍ତାବ ନାହିଁ। ତେଣୁ ପିକେଡିଏ ପୂର୍ବରୁ ଯେଉଁ ଅନୁମିତ ଦେଇଥିଲା ତାହାକୁ ଭିତ୍ତିକରି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉ। ନିର୍ମାଣ ବନ୍ଦ ଆଦେଶ ପ୍ରତ୍ୟାହାର କରାଯାଉ। ସେହିପରି ଆପତ୍ତିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗୃହ ନିର୍ମାଣ ଅନୁମତି ନେବା ପାଇଁ ଇସ୍କନ ଭୁଲ୍ ସତ୍ୟପାଠ ଦାଖଲ କରିଛି। ଯେଉଁ ଜାଗାରେ ମନ୍ଦିର ହେବ ତାହା ସିଆର୍ଜେଡ୍ ନକ୍ସାରେ ରହିଛି। ପିକେଡିଏ ଅନୁମତି ଦେବାର ଅଧିକାର ନାହିଁ। ଇସ୍କନର ଗୃହ ନିର୍ମାଣ ଅନୁମତିକୁ ବାତିଲ କରାଯାଉ। ସେହିପରି ପିକେଡିଏ ପକ୍ଷରୁ ମଧ୍ୟ ପକ୍ଷ ରଖାଯାଇଥିଲା। ଜିଲାପାଳ ବଲଓ୍ବନ୍ତ ସିଂ ଇସ୍କନ ଏବଂ ଆପତ୍ତିକାରୀଙ୍କୁ ସେମାନେ ଯାହା କହୁଛନ୍ତି ତାହାର କାଗଜପତ୍ର ଦାଖଲ କରିବାକୁ କହିଥିଲେ। ଏହି କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିିଛି ।
ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...
ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି
ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...
୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର
ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...
ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…
ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...
ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ
ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...
ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...
ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…
ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...
ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!
କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...
Archives


