ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱର ଜିଲାରେ ଲକ୍ଡାଉନ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ରବିବାରଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଛି। ଏହାକୁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି।
ବିଶେଷକରି ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଗୁଜବ ପ୍ରଚାରିତ ହେଉଛି ଯେ, ନିୟମରେ ପରିବର୍ତ୍ତନ ହୋଇ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ବାଇକ ନେଲେ ଗାଡ଼ି ସିଜ୍ କରାଯିବ, ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିବ। ସେହିପରି ଆଉ କେତେକ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଯେ, ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ପୌରପାଳିକା ଅଞ୍ଚଳକୁ ସୋମବାର ଅପରାହ୍ନ ୫ଟାରୁ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ଯାଏ ଶଟ୍ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଶପିଂ ମଲ୍, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ଏଭଳି ଗୁଜବକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି ଏବଂ ଏଥିରେ କୌଣସି ସତ୍ୟତା ନ ଥିବା କୁହାଯାଇଛି। କେବଳ ଜଳେଶ୍ୱର ପୌରାଞ୍ଚଳରେ ସୋମବାର ସନ୍ଧ୍ୟା ୫ଟାଠାରୁ ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍ଡାଉନ ଜାରି କରାଯାଇଛି। କଣ୍ଟେନ୍ମେଣ୍ଟ ଜୋନ୍ ଘୋଷିତ ହୋଇଥିବା ଅଞ୍ଚଳକୁ ଛାଡ଼ିଦେଲେ ଜିଲାର ଅନ୍ୟାନ୍ୟ ଅଞ୍ଚଳ ପାଇଁ ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହିତ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।
ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ
ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...
ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ
ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...
କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...
ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...
କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…
ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...
ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ
ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...
ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...
ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…
ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...
Archives


