Posted inଜାତୀୟ

ଏଆର୍‌ଆଇଇଏସ୍‌ ସହ ଇସ୍ରୋର ଏମ୍‌ଓୟୁ: ମହାକାଶ ସମ୍ପତ୍ତିର ସୁରକ୍ଷାରେ ସହାୟକ ହେବ

ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅବ୍‌ଜରରେଶନାଲ ସାଇନ୍ସେସ୍‌ (ଏଆର୍‌ଆଇଇଏସ୍‌) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ମହାକାଶର ବର୍ଜ୍ୟ ସାମଗ୍ରୀଜନିତ ବିପଦଠାରୁ ଭାରତୀୟ ମହାକାଶ ସମ୍ପତ୍ତିର ସୁରକ୍ଷାରେ ଏହି ଏମ୍‌ଓୟୁ ଉପଯୋଗୀ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏଆର୍‌ଆଇଇଏସ୍‌ରେ ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ବାୟୁମଣ୍ଡଳ ବିଜ୍ଞାନରେ ଦୀର୍ଘବର୍ଷ ଗବେଷଣା କରିଥିବା ବିଶେଷଜ୍ଞମାନେ ରହିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକ ବହୁସଂଖ୍ୟାରେ ମହାକାଶ ବିଜ୍ଞାନ କ୍ଷେତ୍ରକୁ ପ୍ରବେଶ କରିବା ଯୋଗୁ ବର୍ଜ୍ୟବସ୍ତୁ ପରିମାଣ ବଢ଼ିଚାଲିଛି। ମହାକାଶକୁ ଅଧିକ ସଂଖ୍ୟାରେ କ୍ଷୁଦ୍ର ସାଟେଲାଇଟ୍‌ର ପ୍ରବେଶ ସହିତ ଅକାମୀ ସାଟେଲାଇଟ ସଂଖ୍ୟା ବଢ଼ୁଛି ବୋଲି ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରନ କୁମାର କହିଥିଲେ। ଉକ୍ତ ବସ୍ତୁଗୁଡ଼ିକ କୌଣସି ମହାକାଶ ସଂସ୍ଥାର ନିୟନ୍ତ୍ରଣରେ ନ ଥିବାରୁ ଯେକୌଣସି ସମୟରେ ଅନ୍ୟ ସାଟେଲାଇଟ୍‌ର କକ୍ଷପଥ ମଧ୍ୟକୁ ଆସିଯାଇପାରେ। ଏଭଳି ଦୁର୍ଘଟଣାରୁ ବର୍ତ୍ତିବା ଲାଗି ମହାକାଶ ସଂସ୍ଥାଗୁଡ଼ିକୁ ସମ୍ପୃକ୍ତ ସାଟେଲାଇଟର କକ୍ଷପଥ ଏବଂ ଉଚ୍ଚତାରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଇସ୍ରୋ ମଧ୍ୟ ମହାକାଶରେ ଘୂରୁଥିବା ବର୍ଜ୍ୟ ସାମଗ୍ରୀରୁ ନିଜ ସାଟେଲାଇଟକୁ ସୁରକ୍ଷିତ ରଖିବା ପାଇଁ ସାର୍ବଜନିନ କ୍ଷେତ୍ରରୁ ତଥ୍ୟ ଉପଯୋଗ କରିଥାଏ। ଇସ୍ରୋ ଏବଂ ଏଆର୍‌ଆଇଇଏସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାରୁ ଏହା ଭବିଷ୍ୟତରେ ମହାକାଶ ବସ୍ତୁଗୁଡ଼ିକୁ ଠାବ କରିବା ପାଇଁ ଅପ୍ଟିକାଲ ଟେଲିସ୍କୋପ୍‌ ଅବ୍‌ଜରଭେଶନ କେନ୍ଦ୍ର ସ୍ଥାପନ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri