ଭୋଜି ଭାତ ଖାଇ ୪ ମୃତ୍ୟୁ: ଗାଁରେ ପହଞ୍ଚି ସ୍ଥିତି ପରଖିଲେ ଜିଲାପାଳ, ୧୫ ଦିନ ଯାଏ ପୋଖରୀ ପାଣି ମନା

ସୁନ୍ଦରଗଡ,୨୬।୫(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକ ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇ ୪ଜଣଙ୍କ ମୃତ୍ୟୁ ଘଟଣା ପରେ ସୋମବାର ଜିଲାପାଳ, ଡାକ୍ତର ଶୁଭଙ୍କର ମହାପାତ୍ର ଗାଁରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଜିଲାପାଳ ଡାକ୍ତର ମହାପାତ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି ଝାଡାବାନ୍ତିରେପ୍ରଭାବିତ ଏହି ଗାଁରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ,ଗ୍ରାମ୍ୟଜଳ ଯୋଗାଣ ପକ୍ଷରୁ ପରିମଳ ଓ ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହିତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ପୂରା ଗାଁ ଝାଡାବାନ୍ତିରେ ଆକ୍ରାନ୍ତ ଥିବା ଆଶଙ୍କାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍ବତନ୍ତ୍ର ଟିମ ସେଠାରେ ରହି ଚିକିତ୍ସା ସେବା ଜାରି ରଖିଥିବା ବେଳେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ନେଇ ଭର୍ତ୍ତି କରୁଛନ୍ତି। ଏଥିସହିତ ଆଶା ଓ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଗାଁ ଲୋକ ବାହାରକୁ ଓ ଅନ୍ୟ ଗାଁ ଲୋକେ ବର୍ତ୍ତମାନ ଏହି ଗାଁକୁ ଆସିବା ଉପରେ କଟକଣା ଲଗାଯାଇଛି। ଜିଲାପାଳ ଗାଁ ଲୋକେ ବ୍ୟବହାର କରୁଥିବା ପୋଖରୀ ପରିଦର୍ଶନ କରିଥିଲେ। ପୋଖରୀ ପାଣିରେ ଗାଁ ଲୋକେ ଶୌଚ ଓ ଦାନ୍ତ ଘଷୁଥିବାରୁ ଏଠାରୁ ମଧ୍ୟ ହୁଏତ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରି ୧୫ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର ନକରିବା ପାଇଁ ଜିଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି। ପୋଖରୀର ଜଳସ୍ତର କମ ଥିବାରୁ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗାଁରେ ଥିବା ୪ଟି ନଳକୂପ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ନିୟମିତ ବିଶୋଧନ କରାଯାଉଛି।ଲୋକଙ୍କୁ ପିଇବା ପାଇଁ ନଳକୂପ ପାଣି ବ୍ୟବହାର କରିବାକୁ କୁହାଯାଇଛି। ଗାଧୋଇବା ପାଇଁ ଗାଁକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି । ଲୋକଙ୍କୁ ସଚେତନ କରାଯାଉଛି। ସ୍ଥିତି ନିୟନ୍ତ୍ରଣରେ ଥିବା ଜିଲାପାଳ କହିଛନ୍ତି। ଅପରପକ୍ଷରେ ହେମଗିରି ଡାକ୍ତରଖାନାରେ ପୂର୍ବରୁ ୧୦ଚିକିତ୍ସିତ ହେଉଥିବା ବେଳେ ସୋମବାର ଆଉ ୨ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଏଥିସହିତ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ବରୁ ଚିକିତ୍ସିତ ହେଉଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିଲେ ହେ ଗାଁରେ ସ୍ବାଭାବିକ ସ୍ଥିତି ଆସି ନଥିବାରୁ ତାଙ୍କୁ ଛଡାଯାଇନାହିଁ। ଅନ୍ୟ ୨ଜଣ ଆକ୍ରାନ୍ତଙ୍କ ଅନ୍ୟ ଶାରିରୀକ ସମସ୍ୟା ଥିବାରୁ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲକୁ ପଠାଇ ଦିଆଯାଇଛି।ଗାଁରେ ଅନ୍ୟ ୫ଆକ୍ରାନ୍ତଙ୍କୁ ମେଡ଼ିକାଲ ଟିମ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ଏବଂ ପଠାଯାଇଥିବା ପାଣି ଓ ମଳ ନମୁନା ରିପୋର୍ଟ ୭୨ଘଣ୍ଟା ପରେ ଆସିବାପରେ ଯାଇ ଖାଦ୍ୟ ବିଷକ୍ରିୟା ନା ଆଉ କିଛି କାରଣରୁ ୪ଜଣଙ୍କ ମୃତ୍ୟୁ ଘଟିଲା ତାହା ଜଣା ପଡିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯୋଗ୍ୟ ଯେ,ଗତ ଗୁରୁବାର ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇବା ପରଦିନ ଠାରୁ ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସୁନ୍ଦରଗଡ ଜିଲା, ପଡୋଶୀ ଝାରସୁଗୁଡା ଜିଲା ଏବଂ ପଡୋଶୀ ଛତିଶଗଡ଼ ରାଜ୍ୟର। ଏହି ଭୋଜିଖାଇ ଝାଡାବାନ୍ତିରେ ଆକ୍ରାନ୍ତ ୩ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନୂଆଡିହି ଗାଁ ର ମଙ୍ଗଳ ସାଏ ନାଏକ(୬୦),କିଆବତୀ ପ୍ରଧାନ(୫୦)ଏବଂ ଝାରସୁଗୁଡା ଜିଲା ସୁନାଖାଏନ ଗାଁର ସୁକାନ୍ତି ଖଡିଆ(୬)ଓ ଉଲ୍ଲାସ ଖଡିଆ (୪୦) ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri