ମାସ୍କ ବାଣ୍ଟୁଛନ୍ତି କଣ୍ଡକ୍ଟର

ମଦୁରାଇ: କରୋନା ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରହିଛି। ତେବେ ସରକାରଙ୍କ ଏହି ଉଦ୍ୟମକୁ କେତେଜଣ ବ୍ୟକ୍ତି ସ୍ବଇଚ୍ଛାରେ କରିବାରେ ଲାଗିଛନ୍ତି। ଆଉ ଏଥିପାଇଁ ନିଜେ ଖର୍ଚ୍ଚାନ୍ତ ହେବାକୁ ବି ପଛାଉ ନାହାନ୍ତି। ଏମିତି ଜଣେ ଉଦାର ହୃଦୟର ବ୍ୟକ୍ତି ହେଉଛନ୍ତି ଭି. କୃପାସ୍ବାମୀ।
ତାମିଲନାଡୁର ମଦୁରାଇ ଅଞ୍ଚଳରେ କୃପାସ୍ବାମୀ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ଏବେ ବସ୍‌ ଚଳାଚଳ ନେଇ ସରକାର କଟକଣାକୁ କୋହଳ କରିଥିବାରୁ ଅନେକେ ବସ୍‌ରେ ଯିବାଆସିବା ଆରମ୍ଭ ହୋଇଛିି। କିନ୍ତୁ ଏବେ ବି ଅନେକେ କରୋନା ସଂକ୍ରମଣ ନେଇ ସଚେତନ ନାହାନ୍ତି କିମ୍ବା କରୋନା ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ ଏଭଳି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୃପାସ୍ବାମୀ ଚିନ୍ତା କରିଥିଲେ। ଏଥିପାଇଁ ନିଜର ମାସିକ ଦରମା ଟଙ୍କା ଖର୍ଚ୍ଚକରି ମାସ୍କ ଏବଂ ପିପିଇ କିଟ୍‌ କିଣି ସେସବୁକୁ ଆବଶ୍ୟକ ଲୋକଙ୍କୁ ବାଣ୍ଟୁଛନ୍ତି। ଅବଶ୍ୟ ବର୍ତ୍ତମାନ ସମୟରେ ନିଜ ପରିବାରର ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି, କିନ୍ତୁ ନିଜେ ଅସୁବିଧାରେ ରହି ବି ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିଛନ୍ତି। ତାଙ୍କର ଏଭଳି କାମରେ ତାଙ୍କ ପରିବାର ଲୋକଙ୍କ ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ସେ ତାଙ୍କର ପୂରା ଦରମା ଟଙ୍କାକୁ ମାସ୍କ କିଣି ବାଣ୍ଟିବାରେ ଖର୍ଚ୍ଚ କରିଦେଇଛନ୍ତି। ତେଣୁ ଘରଖର୍ଚ୍ଚ ଏବଂ ପିଲାଙ୍କ ପାଠପଢା ଖର୍ଚ୍ଚ ଆସନ୍ତା ମାସରେ ଦେବାପାଇଁ ଚିନ୍ତା କରିଛନ୍ତି। ତାଙ୍କ ମତରେ ଲୋକେ ସଚେତନ ହୋଇ ମାସ୍କ ପିନ୍ଧିଲେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରିବ ଏବଂ ସମସ୍ତେ ଭଲରେ ଜୀବନଯାପନ କରିପାରିବେ। ତେଣୁ ଏ ସମୟରେ ସମସ୍ତେ ଏଭଳି ସଚେତନ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri