ଜାରି ହେଲା ସଂଶୋଧିତ ଗାଇଡଲାଇନ: ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ; ପରୀକ୍ଷା ପାଇଁ ଅନୁମତି

ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାର ଆସନ୍ତା ଜୁନ ୩୦ ତାରିଖ ଯାଏ କେତେକ କ୍ଷେତ୍ରରେ କଟକଣା ଘୋଷଣା କରିଛନ୍ତି। ଏପରିକି ଚଳିତ ମାସର ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି। ଏ ନେଇ ସୋମବାର ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ତେବେ ସେହି ଗାଇଡଲାଇନରେ ଘୋଷଣା କରିଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରିଛନ୍ତି। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସଂଶୋଧିତ ଗାଇଡଲାଇନରେ ସଂକ୍ରମିତ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ) ବାହାରେ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର ଆସନ୍ତା ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ। ତେବେ ଏହି ସମୟରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଛଡା ଶନିବାର ଓ ରବିବାର ସଟଡାଉନ କଟକଣାରେ ମଧ୍ୟ କେତେକ କୋହଳ କରାଯାଇଛି। ରାଜ୍ୟର ୧୧ଟି ଜିଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର ଜିଲାରେ ସପ୍ତାହରେ ଦୁଇଦିନ ସଟଡାଉନ ରହିବ। ତେବେ ଏହି ଦୁଇଦିନ ସମସ୍ତ ହସ୍ପିଟାଲ, କ୍ଲିନିକ, ନସିର୍ଂ ହୋମ, ଔଷଧ ଦୋକାନ ଖୋଲା ରହିବା ସହିତ ଆମ୍ବୁଲାନ୍ସ ଚଳାଚଳ କରିବ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ ଯାତାୟାତ କରି ପାରିବେ। ଜିଲା, ମ୍ୟୁନିସିପାଲିଟି ପ୍ରଶାସନ, ପୋଲିସ, ଅଗ୍ନସିଶମ ସେବା ଜାରି ରହିବ। ଜୁରୀକାଳୀନ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକ ଖୋଲା ରହିବ। ଟେଲିକମ ସେବା, ପେଟ୍ରୋଲ ପମ୍ପ, ଛାପାଗଣମାଧ୍ୟମ, ବୈଦ୍ୟୁତିକ ଗଣ ମାଧ୍ୟମ ଖୋଲା ରହିବ। ଜଳ ଯୋଗାଣ, ପରିମଳ ଏବଂ ସ୍ବେରେଜ କର୍ମଚାରୀଙ୍କୁ ସଟଡାଉନ କଟକଣାରୁ ମୁକ୍ତ ରଖାଯାଇଛି। ବିଦ୍ୟୁତ ଯୋଗାଣ, ମାଲବାହି ଯାନ(ଲୋଡ ଓ ଅନଲୋଡ) ଯାତାୟତ କରିପାରିବ। ଶିଳ୍ପ ସଂସ୍ଥା ଏବଂ ନିର୍ମାଣ କାର୍ଯ୍ୟ ଜାରି ରହିବ। ଆଇଟି, ହୋଟେଲ ଏବଂ ସେବା ଯୋଗାଉ ଥିବା ସଂସ୍ଥା, ସମସ୍ତ କୃଷି ଭିତ୍ତିକ କାର୍ଯ୍ୟ, ଉଦ୍ୟନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ଚାଲୁ ରହିବ।

ସମସ୍ତ ଦୁଗ୍ଧ ଉତ୍ପାଦନ ଫାର୍ମ, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଜାରି ରହିବ। ରେଳ ଓ ବିମାନ ସେବା , ଜାତୀୟ ରାଜପଥ ଉପରେ ପରିବହନ , ଅତ୍ୟାବଶ୍ୟକ ଯାନବାହନ ଚଳାଚଳ ଜାରି ରହିବ। ବିମାନବନ୍ଦର, ରେଳ ଷ୍ଟେଶନ, ବସଷ୍ଟାଣ୍ଡକୁ ଯାତ୍ରୀ ପରିବହନକୁ ସୁଗମ କରିବା ପାଇଁ ସାଧାରଣ ପରିବହନ, ଘରୋଇ ଯାନବାହନ ଏବଂ ଟାକ୍ସି ଚଳାଚଳ କରି ପାରିବ। ବିବାହ କିମ୍ବା ଶୁଦ୍ଧିକ୍ରୀୟା ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିବାକୁ ଗାଇଡଲାଇନରେ କୁହାଯାଇଛି।  ଏହାଛଡା ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଲବଂ ୧୦ ବର୍ଷରୁ କମ ବୟସ ପିଲାମାନଙ୍କୁ ଜରୁରୀ କିମ୍ବା ସ୍ବାସ୍ଥ୍ୟ ସମସ୍ୟା ନ ଥିଲେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri