Posted inଜାତୀୟ

ପୂର୍ବାଞ୍ଚଳର ବିକାଶରେ ଦେଶ ଆଗେଇବ

ନୂଆଦିଲ୍ଲୀ,୧ା୬(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଶେଷ ଦିନ ତଥା ଦ୍ୱିତୀୟ ପାଳି ସରକାରର ଦ୍ୱିତୀୟ ବର୍ଷ ପ୍ରଥମ ଦିନରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ଦେଶରେ ଏବେ ଅର୍ଥନୈତିକ କାରବାର ସକ୍ରିୟ ହୋଇଛି। ଶିଳ୍ପ ସଂସ୍ଥାଗୁଡ଼ିକ ସ୍ବାଭାବିକ ଅବସ୍ଥାକୁ ଫେରିଛନ୍ତି। ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ସମେତ ବସ୍‌ ଓ ଦେଶ ଭିତରେ ବିମାନ ଚଳାଚଳ କରିଛି ଓ ସୋମବାରଠାରୁ ଅଧିକ ଟ୍ରେନ ଚଳାଚଳ କରିବାକୁ ଯାଉଛି। ଏଭଳି ସ୍ଥିତିରେ ଆମକୁ ଅଧିକ ସତର୍କ ଓ ଯତ୍ନବାନ୍‌ ହେବାକୁ ପଡ଼ିବ। ଯଥାସମ୍ଭବ ଘରେ ରହିବା, ୬ ଫୁଟ୍‌ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ହେବ। ସମସ୍ତଙ୍କ ସହଯୋଗରେ କୋଭିଡ୍‌-୧୯ ବିରୋଧରେ ଭାରତର ଲଢ଼େଇ ଜୋର୍‌ଦାର ହୋଇପାରିଛି ବୋଲି ମୋଦି କହିଥିଲେ। ଭାରତ ଭଳି ଜନବହୁଳ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ତାହା ନିଶ୍ଚିତ ଭାବେ ଦେଶର ସାମୂହିକ ସଂକଳ୍ପଶକ୍ତିର ପରିଣାମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପୂର୍ବାଞ୍ଚଳରେ ଦେଶର ବିକାଶ ଇଞ୍ଜିନ ହେବାର କ୍ଷମତା ରହିଛି। ଯେଉଁ ଶ୍ରମିକଙ୍କ ବାହୁବଳ ଦେଶକୁ ନୂଆ ଶିଖରରେ ପହଞ୍ଚାଇବାର ସାମର୍ଥ୍ୟ ରଖିଛି, ସେହି ପୂର୍ବଭାଗର ବିକାଶ ଅତି ଜରୁରୀ। ପୂର୍ବ ଭାରତର ବିକାଶରେ ହିଁ ଦେଶର ସମତୁଲ ଆର୍ଥିକ ବିକାଶ ସମ୍ଭବ। ଦେଶ ଯେତେବେଳେ ତାଙ୍କୁ ସେବା କରିବାର ସୁଯୋଗ ଦେଲା, ସେତେବେଳଠୁ ସେ ପୂର୍ବ ଭାରତର ବିକାଶକୁ ପ୍ରାଧାନ୍ୟ ଦେଇଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସାମୁଦ୍ରିକ ବାତ୍ୟା ଅମ୍ଫନର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଜନସାଧାରଣ ଯେପରି ସାହସ ଦେଖାଇଛନ୍ତି, ତାହାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ଅମ୍ଫନ ଯୋଗୁ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଦେଶ ସେମାନଙ୍କ ସହ ଛିଡ଼ା ହୋଇଛି ବୋଲି ମୋଦି କହିଥିଲେ। କରୋନା ମହାମାରୀ ବେଳେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ଲାଗି ଅନେକ ଦୁର୍ଦ୍ଦଶା ଆଣିଛି। ବହୁ ଘର ଭାଙ୍ଗିଥିବାବେଳେ କୃଷକମାନେ ବିପୁଳ କ୍ଷତି ସହିଛନ୍ତି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟକୁ ଯାଇ ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ଓ ତତ୍କାଳ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗକୁ ୧୦୦୦ କୋଟିର ଅନ୍ତରୀଣ ସହାୟତା ଘୋଷଣା କରିଥିଲେ।
କରୋନା ମହାମାରୀ ଯୋଗୁ ଦେଶର ସବୁ ବର୍ଗ ପ୍ରଭାବିତ ହୋଇଥିବାବେଳେ ଦାଦନ ଓ ଗରିବ ଜନସାଧାରଣ ସବୁଠୁ ବେଶି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ବର୍ଣ୍ଣନା କରିବା ପାଇଁ ଭାଷା ନାହିଁ ବୋଲି ମୋଦି କହିଥିଲେ। ସ୍ବତନ୍ତ୍ର ଟ୍ରେନ୍‌ ଓ ବସରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଗଲାଣି। ସେମାନଙ୍କ ପାଇଁ ଖାଦ୍ୟ ଓ କ୍ୱାରାଣ୍ଟାଇନର ବ୍ୟବସ୍ଥା କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଚଳିତ ଦଶନ୍ଧିରେ ଦେଶକୁ ବହୁ ଆଗକୁ ନିଆଯାଇପାରିବ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସାଙ୍ଗକୁ ଆତ୍ମନିଯୁକ୍ତି ଓ କ୍ଷୁଦ୍ରଶିଳ୍ପ ସୃଷ୍ଟି ହୋଇପାରିବ।
କରୋନା ଭୂତାଣୁ ବିଶେଷ ଭାବରେ ଆମର ଶ୍ୱାସକ୍ରିୟା ବ୍ୟବସ୍ଥାକୁ ପ୍ରଭାବିତ କରୁଥିବାରୁ ଯୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ତେଣୁ ଜୀବନରେ ଯୋଗ ଅଭ୍ୟାସ ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛନ୍ତି। ‘ମାଇଁ ଲାଇଫ୍‌, ମାଇଁ ଯୋଗ’ ଅନ୍ତର୍ଜାତୀୟ ଭିଡିଓ ବ୍ଲଗ୍‌ ପ୍ରତିଯୋଗିତାରେ ସମସ୍ତେ ସାମିଲ ହେବା ସହ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗନେବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହିତାଧିକାରୀ ଗ୍ରାମାଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦେଶରେ ଏବେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛି। ଏମାନେ ଅଞ୍ଚଳରେ ଫସଲ ଖାଇ ନଷ୍ଟ କରିଦେଲେଣି। ଏଥିରୁ କୃଷି କ୍ଷେତ୍ରକୁ ରକ୍ଷା କରିବାରେ ଆମେ ସଫଳ ହେବା। କୃଷକଙ୍କୁ ସହାୟତା କରିବା ଲାଗି କେନ୍ଦ୍ର, ରାଜ୍ୟ ସରକାର, କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ଆଧୁନିକ ସମ୍ବଳର ବିନିଯୋଗ କରୁଛନ୍ତି। ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ଜୈବ ବିବିଧତା, ଯାହାକି ବର୍ତ୍ତମାନ ସ୍ଥିତିରେ ପ୍ରାସଙ୍ଗିକ। ସେହିପରି ଜଳ ହିଁ ଜୀବନ ହୋଇଥିବାରୁ ଏହାର ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri