ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ମୋଦି ଦ୍ୱିତୀୟଥର କେନ୍ଦ୍ରରେ ସରକାର ଗଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନୁରୂପଭାବେ ବିଧାନସଭା ନିର୍ବାଚନରେ ବିଜେଡିର ସଫଳତା ପାଇଁ ମୋଦି ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ପ୍ରାୟ ୨୦ ମିନିଟ ସାକ୍ଷାତ୍‌ ସମୟରେ ନବୀନ ରାଜ୍ୟ ସମ୍ପର୍କିତ ଏକାଧିକ ଦାବି ଉପସ୍ଥାପନ କରିଥିଲେ। ଦୀର୍ଘଦିନର ଦାବି ତଥା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା, କୋଇଲା ରୟାଲଟି ସଂଶୋଧନ କରିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଥିଲେ। ସେହିଭଳି ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାର ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ସାମ୍ପ୍ରତିକ ସ୍ଥିତିରେ ୫୨୨୮ କୋଟି ଟଙ୍କା ପ୍ରଦାନ ପାଇଁ ନବୀନ ଦାବି କରିଛନ୍ତି। ହେଲେ ଆୟୁଷ୍ମାନ୍‌ ଭାରତ ଏବଂ ପିଏମ୍‌-କିଷାନ ଯୋଜନାକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ରହିଥିବାବେଳେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି।
ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଅଧିକାଂଶ ସମୟରେ ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୯୦୦ରୁ ୨୦୧୯ ମଧ୍ୟରେ ପୂର୍ବ-ଭାରତରେ ସୃଷ୍ଟି ହୋଇଥିବା ମୋଟ ସାମୁଦ୍ରିକ ଝଡ଼ ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ସିଧା ଓଡ଼ିଶାକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଅଭିବୃଦ୍ଧି ହୋଇ ପାରିବ। କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ଯୋଜନାଗୁଡିକରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଜ ଦାବିପତ୍ରରେ ଜଣାଇଛନ୍ତି। ସେହିପରି ଓଡ଼ିଶାକୁ ‘ସ୍ପେଶାଲ ଫୋକସ୍‌ ଷ୍ଟେଟ’ ଭାବେ ଘୋଷଣା କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ସ୍ବତନ୍ତ୍ର ରାଜ୍ୟଗୁଡିକ ପାଉଥିବା ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଫନୀ ମୁକାବିଲା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରଦ୍ଧାର ପାଇଁ କେନ୍ଦ୍ର ସରକାର କରିଥିବା ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଫନୀରେ ପ୍ରାୟ ୫.୬ ଲକ୍ଷ ଘର ଧ୍ୱଂସ ହେବା ସହ ହଜାର ହଜାର ବୃକ୍ଷ ଉପୁଡ଼ିଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ୍‌ ଭିତ୍ତିଭୂମି ବହୁଳ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉଲ୍ଲେଖ କରିଛନ୍ତି। ତେଣୁ ରାଜ୍ୟରେ ନୂତନ ୫ ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଦାବି କରାଯାଇଛି। କେନ୍ଦ୍ର ଏଥିପାଇଁ ୯୦ ପ୍ରତିଶତ ବ୍ୟୟବରାଦ କରିବାକୁ ଅନୁରୋଧ କରାଯାଇଛି। ସ୍ବତନ୍ତ୍ରଭାବେ ଏହାକୁ ପ୍ରଦାନ କରାଯାଇ ‘ସ୍ଥାୟୀ ଅପେକ୍ଷା ତାଲିକା’କୁ ବାଦ୍‌ ଦେବା ପାଇଁ ମଧ୍ୟ କେନ୍ଦ୍ରକୁ କୁହାଯାଇଛି। ଫନୀ ଦ୍ୱାରା ହୋଇଥିବା ବିଭିନ୍ନ ଭିତ୍ତିଭୂମିର କ୍ଷତି ହିସାବ(ବିଭାଗ ୱାରି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇସାରିଛି। ପ୍ରାଥମିକ ଭାବେ ଏହି କ୍ଷୟକ୍ଷତିର ପରିମାଣ ୯୩୩୬ କୋଟି ଟଙ୍କା ଆକଳନ କରାଯାଇଛି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ୫୨୨୮ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢଦାବି କରିଛନ୍ତି। କେତେକ କ୍ଷେତ୍ରରେ ପୂର୍ବ ପ୍ରଚଳିତ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ନିୟମକୁ କୋହଳ କରିବା ନେଇ ମଧ୍ୟ ରାଜ୍ୟ ପକ୍ଷରୁ ଦାବି କରାଯାଇଛି।
ସେହିପରି ସାରା ଦେଶର ଉତ୍ପାଦିତ ହେଉଥିବା କୋଇଲାର ଏକ-ପଞ୍ଚମାଂଶ ଓଡ଼ିଶାରେ ମିଳିଥାଏ। ହେଲେ କୋଇଲା ରୟାଲ୍‌ଟିର ଉପଯୁକ୍ତ ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ବହୁ ପରିମାଣର ରାଜସ୍ବ ହରାଉଛି। ଖଣି ସମ୍ପର୍କିତ କାର୍ଯ୍ୟ ପାଇଁ ରାଜ୍ୟର ପରିବେଶ ବହୁଳ ଭାବେ ପ୍ରଭାବିତ ହେଉଛି। ଶେଷଥର ପାଇଁ ମେ ୧୦, ୨୦୧୨ରେ କୋଇଲା ରୟାଲଟି ସଂଶୋଧନ କରାଯାଇଥିଲା। ତେଣୁ ପ୍ରଚଳିତ ୧୪ ପ୍ରତିଶତ ରୟାଲ୍‌ଟିକୁ ୨୦ ପ୍ରତିଶତକୁ ବୃଦ୍ଧିକରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନିକଟରେ ଦାବି କରିଛନ୍ତି। ଓଡ଼ିଶାର ଦାବିକୁ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri