ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ଘଟଣା: ଡିସିପିଓଙ୍କ କାର୍ଯ୍ୟାଳୟରୁ କାଗଜପତ୍ର ଜବତ

ଫୁଲବାଣୀ ଅଫିସ/ଜି.ଉଦୟଗିରି,୧୨ା୬(ଡି.ଏନ.ଏ.)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଅନାଥ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ପାଇଁ ପଠାଯିବା ଘଟଣାକୁ ନେଇ ଜିଲାବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ଗୋଟିଏ ପଟେ ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ସରିଥିବା ବେଳେ ଜି.ଉଦୟଗିରି ଥାନାରେ ହୋଇଥିବା ମାମଲାର ତଦନ୍ତ ଆଗକୁ ବଢ଼ିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଣେ ଡିଏସ୍‌ପି ତଦନ୍ତ କରି ଯେଉଁ ରିପୋର୍ଟ ଦେଇଛନ୍ତି ତାହାର ସୁପରଭିଜନ ଚାଲିଛି। ଅନ୍ୟପଟେ ଜି.ଉଦୟଗିରି ଥାନାର ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇ ନାବଳିକାଙ୍କୁ ଆଣି ତାଙ୍କ ବୟାନ ରେକର୍ଡ କରିବ। ଦୁଇଟି ଘଟଣାରେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ମାନବ ଚାଲାଣର ସୁରାକ ମିଳିଛି। ଏହି ଘଟଣାକୁ ନେଇ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ କାଗଜପତ୍ର ଜି.ଉଦୟଗିରି ପୋଲିସ ଜବତ କରିଛି। ସମ୍ପୃକ୍ତ ନାବାଳିକାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ବହୁ ତ୍ରୁଟି ବିଚ୍ୟୁତି ହୋଇଥିବା ତଦନ୍ତରେ ଧରାପଡିଛି। ଅନାଥ ପିଲାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ଆଇନ ଅନୁସାରେ ଯାହା କରାଯିବା କଥା ତାହା ହୋଇନି। ପୂର୍ବରୁ ନାବାଳିକା ରହିଥିବା ଜି.ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଶିଶୁ ଯତ୍ନ ଅନୁଷ୍ଠାନର ରେଜିଷ୍ଟ୍ରରରୁ କିଛି ଫର୍ଦ୍ଦକୁ ଚିରି ଦିଆଯାଇଛି। ଯାହାକୁ ପୋଲିସ ଜବତ କରିଛି। ଏହା ମାନବ ଚାଲାଣକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି। ସେହିପରି ପୋଷ୍ୟ ସନ୍ତାନ ଦେବା ପୂର୍ବରୁ ବିଭିନ୍ନ ଖବରକାଗଜରେ ବାହାରି ଥିବା ବିଜ୍ଞାପନରେ ମଧ୍ୟ ତ୍ରୁଟି କରାଯାଇଛି। ଯେଉଁଥିରେ ନାବାଳିକାଙ୍କ ଠିକଣା ତଥା ତାଙ୍କ ଅଭିଭାବକଙ୍କ ନାମକୁ ଗୋପନ ରଖାଯାଇଛି। ଜି.ଉଦୟଗିରି ଥାନାଧିକାରୀ ଜଗଦାନନ୍ଦ ଜେନା କହିଛନ୍ତି, ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକାରେ ନଂ.୩୧/୧୯ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଖୁବଶୀଘ୍ର ସରିବ। ପୋଲିସର ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଆଣିବ। ତାଙ୍କ ବୟାନ ରେକର୍ଡ କରାଯିବ। ପୋଷ୍ୟ ଗ୍ରହଣରେ ତ୍ରୁଟି ବାହାରିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମୀତା କରଣ ପୋଷ୍ୟ ଗ୍ରହଣରେ ସମସ୍ତ ନୀତି ନିୟମ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦାରିଙ୍ଗିବାଡ଼ିର ନାବାଳିକାଙ୍କୁ ସରକାରୀ ନିୟମ ଉଲଂଘନ କରାଯାଇ ପୋଷ୍ୟ ସନ୍ତାନ ଭାବେ ବିକ୍ରି ବା ଚାଲାଣ କରାଯାଇଛି ବୋଲି ତାଙ୍କ ପିଉସା ମାର୍ଚ୍ଚ ୭ରେ ଜି.ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ପିଉସା ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଜିଲାପାଳ ଏହାର ତଦନ୍ତ କରିବା ପାଇଁ ଏସ୍‌ପିଙ୍କୁ କହିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଏସପି ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri