ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା। ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର ଲେଡିଜ୍‌ ସର୍କଲ-୧୨(ବିଏଲ୍‌ସି-୧୨) ପକ୍ଷରୁ ହୃଦୟଙ୍ଗମ କରାଯାଇ ଏକ ଅଭିନବ ପ୍ରୟାସ ସ୍ବରୂପ ଶହୀଦନଗରଠାରେ ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଖୋଲାଯାଇଛି। ଏଠାରେ ଅସହାୟ ମହିଳାମାନଙ୍କୁ ତାଲିମ ଦିଆଯିବା ପରେ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ କାହା ଉପରେ ନିର୍ଭର ନ କରି ଯେପରି ନିଜେ କାମ କରି ପେଟ ପୋଷିପାରିବେ ସେଥିପାଇଁ ବିଏଲ୍‌ସି-୧୨ ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ନମ୍ରତା ଚଢ଼ାଙ୍କ ଦ୍ୱାରା ରବିବାର ଉଦ୍‌ଘାଟିତ ହୋଇଥିବା ଏହି ସାଲୁନର ପରିଚାଳନା ଭାର ସାମାଜିକ ଅନୁଷ୍ଠାନ ‘ଗ୍ରାମ ଉତ୍‌ଥାନ’କୁ ହସ୍ତାନ୍ତର କରାଯାଇଛି। ଏନେଇ ବିଏଲ୍‌ସି-୧୨ର ଅଧ୍ୟକ୍ଷା ନାନ୍‌ସୀ ଖିମ୍‌ଜୀ କହିଛନ୍ତି, ଏହା ବିଏଲସିର ଏକ ଅଭିନବ ଉଦ୍ୟମ। ଓଡ଼ିଶାରେ ଏଭଳି କାର୍ଯ୍ୟ ପ୍ରଥମ ଥର ଲାଗି ହୋଇଥିବା ସେ କହିଛନ୍ତି।
ଉଲ୍ଲେଖଥାଉକି, ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗିି ସେମାନଙ୍କୁ ତାଲିମ୍‌ ଦିଆଯାଉଛି, ହେଲେ ଚାକିରି ମିଳିପାରୁନାହିଁ। ଚାକିରି ପାଇବା ଲାଗି ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ୁଛି। କିନ୍ତୁ ବିଏଲ୍‌ସି-୧୨ର ଏହି ଅଭିନବ ପ୍ରୟାସ ଦ୍ୱାରା ସେମାନଙ୍କୁ ତାଲିମ୍‌ ସହ ଚାକିରି ମଧ୍ୟ ଦିଆଯାଉଛି। ଭବିଷ୍ୟତରେ ସେମାନେ ନିଜେ ରୋଜଗାର କରିବା ସହିତ ନିଜ ସ୍ବାଧୀନତା ଅନୁସାରେ କାର୍ଯ୍ୟ କରିପାରିବେ ଓ ନିଜ ନିଜ କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି କରିପାରିବେ ବୋଲି ବିଏଲ୍‌ସି-୧୨ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ରାହୁଲ ଦେଲେ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ ଶାସନକୁ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ଶନିବାର ଓଡ଼ିଶା ଆସିବେ ଜୟଶଙ୍କର

ଭୁବନେଶ୍ୱର,୩।୫: ଶନିବାର ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ୪ ଓ ୫ ଦୁଇଦିନ ରହିବେ। ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏକ...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri