ଓଜନ ହୋଲ୍‌ର ଆକାର କମିବାରେ ଲାଗିଛି !

ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସାଧାରଣତଃ ବାୟୁମଣ୍ଡଳରେ ଜମା ହେଉଥିବା କ୍ଲୋରୋ-ଫ୍ଲୋରୋ-କାର୍ବନ(ସିଏଫ୍‌ସି) ଗ୍ୟାସ୍‌  ଉପରସ୍ତରରେ ଥିବା ଓଜନସ୍ତର ସହିତ ରାସାୟନିକ ପ୍ରତିକ୍ରିୟା କରି ସିଏଫ୍‌ସି ଅକ୍ସାଇଡ୍‌ ଏବଂ ଅମ୍ଳଜାନ ସୃଷ୍ଟି କରିଥାଏ। ଫଳରେ ଓଜନ ସ୍ତରର ସାନ୍ଦ୍ରତା କମିଯାଇଥାଏ। ଏହାକୁ ଓଜନ ହୋଲ୍‌ କୁହାଯାଇଥାଏ। ଓଜନ ମଲିକ୍ୟୁଲ୍‌ରେ ୩ଟି ଅମ୍ଳଜାନ ରହିଥାଏ। ବାୟୁ ମଣ୍ଡଳରେ ବଜ୍ରପାତ ସମୟରେ ଉଚ୍ଚ ତାପମାତ୍ରାରେ ପ୍ରାକୃତିକ ଉପାୟରେ ୩ଟି ଅମ୍ଳଜାନ ଆଟମ୍‌ ମିଳିତ ହୋଇ ଓଜନ ମଲିକ୍ୟୁଲ୍‌ ସୃଷ୍ଟି ହୋଇଥାଏ। ୨୦୬୦ ସୁଦ୍ଧା ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ରେ ସୁଧାର ଆସିପାରିବ ବୋଲି ଏହା ଉପରେ ଗବେଷଣା କରୁଥିବା ଅନ୍ତରା ବାନାର୍ଜୀ ସୂଚନା ଦେଇଛନ୍ତି। ୨୦୦୦ଠାରୁ ଓଜନସ୍ତରରେ ବୃଦ୍ଧି ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri