ନିମାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି :୭ ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ପରେ ନିମାପଡ଼ା ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ନିମାପଡ଼ା ଓ ଚାରିଛକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଥିରେ ଆକ୍ରାନ୍ତ ହୋଇ ବାହାରେଣା ଗ୍ରାମର ବର୍ଷାରାଣୀ ନାୟକ, ଛତିଆନା ଗ୍ରାମର ପ୍ରଜ୍ଞା ପଟ୍ଟନାୟକ, ବିଶିମାତ୍ରିର ସରସ୍ବତୀ ନାୟକ, ତିରୁଣାର ରିତିରାଜ ଭୋଇ, ବରପଡ଼ାର ସୂର୍ଯ୍ୟନାରାୟଣ ସେଠୀ ପ୍ରମୁଖ ଚାରିଛକ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି। ସେହିପରି ନିମାପଡାରେ ଡାକ୍ତରଖାନାରେ ବିଜିପୁର ଗ୍ରାମର ସୁଷମା ଭୋଇ, ଧୀରପୁରର ଉମାମଣି ବେହେରା, ଅଂସାଲର ଗୌରାଙ୍ଗ ବେହେରା, ବିଷ୍ଣୁପୁରର କୁନ୍ତଳା ଭୋଇ ପ୍ରମୁଖ ଚିକିତ୍ସିତ ହେଉଛନ୍ତି। ଏହି ଦୁଇ ଡାକ୍ତରଖାନାରେ ଆବଶ୍ୟକୀୟ ଶଯ୍ୟା ନ ଥିବାରୁ ଉଭୟ ଡାକ୍ତରଖାନାରେ ରୋଗୀମାନେ ବାଧ୍ୟ ହୋଇ ବାରଣ୍ଡାରେ ଓ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ନିମାପଡ଼ା ମେଡିକାଲର ଡାକ୍ତର ସୁଶାନ୍ତ ମିଶ୍ର ଏବଂ ଚାରିଛକ ଡାକ୍ତରଖାନର ଡାକ୍ତର ସୁଶାନ୍ତ କୁମାର ଜେନା ଓ ଡାକ୍ତର ଶୁଭମୟ ଚିନ୍ମୟ ସ୍ବାଇଁଙ୍କୁ ପଚାରିବାରେ ଦୂଷିତ ଖାଦ୍ୟ ଓ ପାନୀୟ ଜଳ ସେବନରୁ ଏହି ରୋଗ ବ୍ୟାପୁଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ମେଡିକାଲରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଇଞ୍ଜେକସନ୍‌ ଓ ସାଲାଇନ ମହଜୁଦ ରହିଛି। ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା କରାଯାଉଛି ବୋଲି ଡାକ୍ତରମାନେ କହିଛନ୍ତି। ଏଥିପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟିଦେବା ସହ ନିମାପଡ଼ା ବ୍ଲକର ପ୍ରତ୍ୟେକ ଗ୍ରାମକୁ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପଠାଇ ଚିକିତ୍ସା କରିବାକୁ ସାଧାରଣରେ ଦାବି ହେଉଛି। ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗଁା ଗଣ୍ଡାର ଥିବା ସମସ୍ତ କୂପ, ନଳକୂପ ଓ ପୋଖରୀ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରାଯିବା ସହ ବାତ୍ୟା ବିପନ୍ନଙ୍କୁ ପର୍ଯ୍ୟପ୍ତ ପରିମାଣ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri