ରାଜ୍ୟ ସଭାରେ ଏକାଧିକ ଦାବି ଉଠାଇଲେ ସସ୍ମିତ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ବ୍ରହ୍ମପୁର ରାଜ୍ୟର ଏକ ପ୍ରମୁଖ ସହର। ହେଲେ ଏଠାରେ ଆକାଶମାର୍ଗରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ତର ପ୍ରଦେଶର ଆଲ୍ଲାହାବାଦ(ପ୍ରୟାଗରାଜ) ପରି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଏକ ବିମାନବନ୍ଦର ନିର୍ମାଣ କରାଯାଉ। କେନ୍ଦ୍ର ପକ୍ଷରୁ ଉଡାନ କାର୍ଯ୍ୟକ୍ରମ ଅଧୀନରେ ଏହା କରିବାକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଶୁକ୍ରବାର ଦାବି କରିଛନ୍ତି। ଏହା କେବଳ ବ୍ରହ୍ମପୁର ନୁହେଁ ବରଂ ସମଗ୍ର ଦକ୍ଷିଣ ଓଡ଼ିଶାର ଯୋଗାଯୋଗକୁ ଦୃଢ଼ କରିବ ବୋଲି ସସ୍ମିତ କହିଛନ୍ତି। ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ନେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସେ ଅନୁରୋଧ କରିଛନ୍ତି।
ଅନୁରୂପ ଭାବେ ଖୋର୍ଦ୍ଧା ଜିଲା ବାଘମାରୀ ନିକଟରେ ଥିବା ଅଟ୍ରି ଉଷ୍ମପ୍ରସ୍ରବଣ। ରାଜ୍ୟର ଏକ ପର୍ଯ୍ୟଟନସ୍ଥଳୀ ରୂପେ ପରିଗଣିତ। ତେଣୁ ଏଠାକୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଯୋଗାଯୋଗକୁ ପୂର୍ବାପେକ୍ଷା ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଏକ ରେଳଷ୍ଟେଶନ କରିବା ପାଇଁ ସସ୍ମିତ ଦାବି କରିଛନ୍ତି। ସେହିପରି ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଛି। ଏହାକୁ ଏୟାର କାର୍ଗୋ ହବ୍‌ରେ ପରିଣତ କରିବା ପାଇଁ ପୂର୍ବରୁ ବିଜ୍ଞାପିତ କରାଯାଇଥିଲା। ହେଲେ ଏ ନେଇ କାମ ଆରମ୍ଭ ହୋଇନାହିଁ। ଅନୁରୂପ ଭାବେ ଝାରସୁଗୁଡ଼ାକୁ କୃଷି ଉଡାନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ବିଜେଡି ସଦସ୍ୟ ଉଚ୍ଚସଦନରେ ଦାବି କରିଛନ୍ତି। ପୂର୍ବଭଳି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମାନ୍ୟତା ଦିଆଯିବା ସହ ଅର୍ଥ ପ୍ରଦାନ, ରେଳ ଏବଂ ଜାତୀୟ ରାଜପଥ ବୃଦ୍ଧି, ଟେଲି ଏବଂ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସୁଦୃଢ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ତାଙ୍କୁ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri