ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ ବିଶ୍ୱାସର ମିଳନସ୍ଥଳ ପାଲଟିଛି ଏହି ଭକ୍ତି ପୀଠ। ଭକ୍ତମାନେ ଧୂପ, କଦଳୀ, ଭୋଗ ଓ ମାଟି ଘୋଡାଦାନ କରି ପୂଣ୍ୟ ଅର୍ଜନ କରନ୍ତି। ତାଙ୍କ ଆଶିଷରେ ବିପଦମୁକ୍ତ ହୋଇଯାନ୍ତି।
ଜନଶ୍ରୁତି ଅନୁଯାୟୀ, ୧୬୦୦ରୁ ୧୭୦୦ ଖ୍ରୀଷ୍ଟାବ୍ଦରେ କାବୁଲର ସୈନ୍ୟ ଭାବେ କେହି ଜଣେ ବାଦଶାହା ଏହି ରାସ୍ତା ଦେଇ ଫେରୁଥିଲେ। କୌଣସି ଯୁଦ୍ଧରୁ ଫେରୁଥିବାରୁ ସେ କ୍ଳାନ୍ତି ଅନୁଭବ କରୁଥିଲେ। ଜଙ୍ଗଲଭରା ରାସ୍ତାରେ ସୂର୍ଯ୍ୟାସ୍ତ ସମୟ ହୋଇଯିବାରୁ ସେ ସେଠାରେ ବିଶ୍ରାମ ନେଲେ। ନିଜ ଘୋଡାକୁ ଜଙ୍ଗଲରେ ବାନ୍ଧି ଦେଇଥିଲେ। ଏହି ସମୟରେ ଦକ୍ଷିଣ କଳିଙ୍ଗର ରାଜା ବାସୁଦେବ ଗୟାରୁ ତୀର୍ଥ ସାରି ଫେରୁଥିବା ବେଳେ ସେଠାରେ ପହଞ୍ଚି ରାତ୍ରିଯାପନ କଲେ। ଏଠାରେ ପୀରବାବା ଆବିର୍ଭାବ ହୋଇଛନ୍ତି ବୋଲି ସେ ସ୍ବପ୍ନରେ ଦେଖିଲେ। ତାଙ୍କର ସେବା ଶୁଶ୍ରୂଷା ପାଇଁ କେତେକ ଲୋକଙ୍କୁ ନିଯୁକ୍ତି ପୂର୍ବକ ସେମାନଙ୍କୁ ଜମିଦାରୀ ପ୍ରଦାନ କର ବୋଲି ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଏହାକୁ ସତ ଭାବି ରାଜା ବାସୁଦେବ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ପୀରବାବା ଆଉ କେହି ନୁହନ୍ତି, ଘୋଡା ଚଢି ଆସିଥିବା କାବୁଲର ସେହି କ୍ଳାନ୍ତ ବାଦଶାହା ହାତିମଶାହା ପୀରବାବା ଆବିର୍ଭାବ ହୋଇ ସେହିଦିନଠାରୁ ପୂଜା ପାଇ ଆସୁଛନ୍ତି। ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରୁଥିବା ବିଶ୍ୱାସ ରହିଛି। ଆରୋଗ୍ୟ ହେବା ସହ ମନସ୍କାମନା ପୂରଣ ପାଇଁ ଭକ୍ତମାନେ ସେଠାରେ ଭିଡ ଜମାନ୍ତି। ବାସ୍ତବରେ ଏହି ଭକ୍ତି ପୀଠ ହିଁ ହିନ୍ଦୁ-ମୁସଲମାନଙ୍କ ମିଳନ ସ୍ଥଳ ବୋଲି ସମସ୍ତେ କୁହନ୍ତି।
ଏମାନେ କୁହନ୍ତିି
ଗାଁ ମୁଖିଆ ସେକ୍‌ ମଡିଆ, ଲାଲା ଶାହା, କୁଦରତ ଶାହାଙ୍କ କହିବା ଅନୁଯାୟୀ ଗାଁରେ ବସନ୍ତ, ମିଳିମିଳା, ଝାଡାବାନ୍ତି ଆଦି ବ୍ୟାପିଲେ ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରନ୍ତି । ତାଙ୍କ ଘୋଡା ଟାପୁ ଶବ୍ଦ ଲୋକେ ଶୁଣିଛନ୍ତି। ବାବା ଗାଁରେ ବୁଲିଲେ ଗ୍ରାମବାସୀ ରୋଗମୁକ୍ତ ହୋଇଯାନ୍ତି।
ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାଣିଗ୍ରାହୀ କୁହନ୍ତି, ବାବା କେବଳ ମୁସଲମାନଙ୍କର ନୁହନ୍ତି। ସେ ହିନ୍ଦୁଙ୍କର ମଧ୍ୟ। ସମସ୍ତେ ମିଶି ପ୍ରତି ଗୁରୁବାର କଲ୍ୟାଣ ଲଭିବା ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ପୀଠ ଇତିହାସର କିମ୍ବଦନ୍ତୀ ବହନ କରିଥିବାରୁ ସମସ୍ତେ ବିଶ୍ୱାସର ସହ ଏଠାକୁ ଆସିଥାନ୍ତି।
ଉର୍ସ କମିଟି କର୍ମକର୍ତ୍ତା ଜୁମନ ଖାଁ, ମନସୁର ଶାହା, ସେକରିଆଜ କହନ୍ତି ପ୍ରତିବର୍ଷ ଏହି ପୀଠରେ ଉର୍ସ ପର୍ବ ପାଳନ ହୁଏ। ଓଡିଶା, କଲିକତା, ବିହାରରୁ ଆସି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥାନ୍ତି। ପୀର ବାବାଙ୍କ ଗୋସଲ, କୁର୍ବାନଖାନ, ଚାଦର ଚଢା ସହ ବିରାଟ କବାଲିର ଆୟୋଜନ ହୁଏ।
ଏହି ଭକ୍ତି, ନୈବେଦ୍ୟର ପୀଠ ଏବେ ଭାଇଚାରା, ଏକତାର ବାର୍ତ୍ତା ବହନ କରିବା ସହ ସଭିଙ୍କୁ ବିଶ୍ୱାସ ଡୋରିରେ ବାନ୍ଧି ରଖିଥିବାରୁ ସ୍ଥାନୀୟ ଲୋକେ ଏହାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri