Posted inଫୁରସତ

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ ପାହାନ୍ତାରେ ପଡିଗଲା ଗାଈଟି। ଆପଣ କ’ଣ କରିବେ? ଗାଈକୁ ରାଗରେ ପିଟିବେ ନା ଛାଡିଦେବେ?

ପ୍ରଥମ: ଗୁଡାଏ ଫସଲ ନଷ୍ଟ ହୋଇଥିବାର ଦେଖି ଆପଣ ନିର୍ଘାତିଆ ପ୍ରହାର କରିପାରନ୍ତି।

ଦ୍ୱିତୀୟ: ଛାଡ, ଗୋ-ମାତା ତ ଖାଇଲେ। ଯାହା ନଷ୍ଟ ହେଲା ହେଲା। କ’ଣ କେମିତି କରି ତାକୁ ବାହାରକୁ ବାହାର କରିଦେଲେ ଗଲା।

ତୃତୀୟ: ଉପରୋକ୍ତ ଭାବନାଟା ସମସ୍ତଙ୍କର ରହି ନ ପାରେ। କିନ୍ତୁ ଆପଣଙ୍କ ନଜରରେ ପଡିଗଲା ଯେ ଗାଈର ବେକରେ ପଘାଟିଏ ଅଛି। ତେଣୁ ତା’ର ମାଲିକ କେହି ଜଣେ ନିଶ୍ଚେ ଅଛନ୍ତି। ତେଣୁ ତାକୁ ପ୍ରହାର ନ କରି ଧରି ଗୋଟିଏ ଖୁଣ୍ଟରେ ବାନ୍ଧି ଦିଆଯାଉ। ତା’ ମାଲିକ ନିଶ୍ଚେ ଆସିବ। ତା’ ସହିତ ଜବାବ ସୁଆଲ ହେବ।

ଉପରୋକ୍ତ ଘଟଣାରେ ଗାଈ ସହ ଏହି ତିନିଗୋଟି ପରିସ୍ଥିତି ହିଁ ସୃଷ୍ଟି ହେବ। ଏଇଠି ଗୋଟିଏ କଥା ଲକ୍ଷ୍ୟ କରନ୍ତୁ ପାଠକେ! ବେକରେ ପଘା ନ ଥିବା ଗାଈ ଏବଂ ପଘା ଥିବା ଗାଈ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗି ଏକ ନା ଅଲଗା? ନିଶ୍ଚିତ ଭାବେ ଅଲଗା ରହିବ। ପଘା ନ ଥିବା ଗାଈକୁ ଯେତେ ପିଟୁଛ ପିଟି ଚାଲ। କିନ୍ତୁ ପଘା ଥିବା ଗାଈକୁ ପ୍ରହାର କରିବା ବେଳେ ଟିକେ ଭାବିଚିନ୍ତି କରିବାକୁ ପଡିବ। କାରଣ ତା’ର ମାଲିକ ଜାଣିଲେ, କିଏ ନ ଜାଣେ ଯେ ସେ ପ୍ରହାର କରିଥିବା ଲୋକର ଚୋପା ଛଡେଇ ନ ଦେବ ବୋଲି। ଆଜିକାଲି ତ ପଶୁପକ୍ଷୀଙ୍କୁ ଅତ୍ୟାଚାର ନେଇ କେତେ କ’ଣ ନିୟମକାନୁନ ସୃଷ୍ଟି ହେଲାଣି। ଜେଲ୍‌ ଯିବା ବି କିଛି ଅସମ୍ଭବ ନୁହେଁ।
ପାଠକେ! ଏ ସଂସାରରେ ଯାହାର ମାଲିକ କେହି ନାହାନ୍ତି ତା’ର ଜୀବନ ହେଉଛି ପିଟାଳିଆ ଜୀବନ। ମାଲିକ ଥିଲେ ଜୀବନଟା ସୁନ୍ଦର। ଏ ମାଲିକ ଆମ ବାପା-ମା’ ହୋଇପାରନ୍ତି। ବାପା, ମା’ ନ ଥିଲେ କେହି ଅଭିଭାବକ ହୋଇପାରନ୍ତି। ଏସବୁ ହେଲା ସଂସାରର କଥା। କିନ୍ତୁ ଆଧ୍ୟାତ୍ମିକ ଦୁନିଆରେ ଗୁରୁ ବା ଈଶ୍ୱର ହେଉଛନ୍ତି ମାଲିକ। ସାଂସାରିକ ଦୁନିଆଁର ତଥାକଥିତ ମାଲିକମାନେ ବେଳେ ବେଳେ ମାଲିକତ୍ୱ ପଣିଆର ପରୀକ୍ଷାରେ ଫେଲ୍‌ ହୋଇଯାଇପାରନ୍ତି, କିନ୍ତୁ ଆମର ଅସଲ ମାଲିକ ଯିଏ ଗୁରୁ ବା ଭଗବାନ୍‌, ସେ କିନ୍ତୁ ସବୁବେଳେ ଆମ ପଛରେ ହିମାଳୟ ପ୍ରାଚୀର ପରି ଠିଆ ହୋଇ ସୁରକ୍ଷା ଦେଉଥିବେ, ଯଦି ଆମର ବିଶ୍ୱାସ ଓ ଭକ୍ତି ସେହି ପରିମାଣରେ ଥାଏ। ଗାଈ ବେକରେ ପଘା ଯାହା, ଗୁରୁ ଆମପାଇଁ ଠିକ୍‌ ସେୟା। ଜୀବନରେ ଗୁରୁ ଗ୍ରହଣ କରିବା ଦରକାର। ତାଙ୍କ ପ୍ରଦର୍ଶିତ ମାର୍ଗରେ ଜୀବନ ଚାଲିବା ଦରକାର। ଭାଗବତରେ ଲେଖାଅଛି-ଏ ନାବେ ଗୁରୁ କର୍ଣ୍ଣଧାର। ମୁହଁି ଅନୁକୂଳ ସମୀର।

କେହି ଯଦି କହିବେ ଆମେ ଗୁରୁ ଫୁର କରିବୁ ନାହିଁ। ରାମ, କୃଷ୍ଣ, ହନୁମାନ, ଜଗନ୍ନାଥ, ଶିରିଡିସାଇ, ଶାରଳା, ମଙ୍ଗଳା, କାଳୀ ଆଦି ଦେବଦେବୀଙ୍କୁ ଇଷ୍ଟ ମାନି ଚାଲିବୁ। ଠିକ୍‌ ଅଛି, ସେଇୟା କରି ବାଟ ଚାଲିବା ଆଗ ଆରମ୍ଭ କଲେ। ତା’ ପରେ ଦେଖିବା ଗୁରୁ ଆସୁଛନ୍ତି ନା ନାହିଁ। ଆଗ ଯାତ୍ରାଟି ଆରମ୍ଭ ହୋଇଯାଉ। କିନ୍ତୁ ସାବଧାନ! ଏମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ନିଜର ମାଲିକ ବାଛନ୍ତୁ। ନଚେତ ନେତା ଦଳବଦଳ କରିବା ପରି ଆଜି ହନୁମାନ ତ କାଲି ଗୋଜବାୟାଣୀ, ଏପରି କଲେ ହଇରାଣରେ ପଡିବା ନିଶ୍ଚିତ। ଗୋଟିଏ ଜୀବନ ଗୋଟିଏ ମାଲିକ। ନିଜର ସବୁ ଦୁଃଖ ସୁଖ, ମାନ ଅଭିମାନକୁ ସଂସ୍କୃତ ହେଉ, ହିନ୍ଦୀ ହେଉ କି ଇଂଲିଶ, ଆରେ ଭାଇ ଖାଣ୍ଟି ଓଡ଼ିଆ ଭାଷାରେ କହିଲେ ବି ସେ ବୁଝିବେ। ମନ୍ତ୍ରର କୌଣସି ଆବଶ୍ୟକତା ନାହିଁ କି ନିର୍ଦ୍ଦିଷ୍ଟ କୌଣସି ଭାଷା ବି ଜରୁରୀ ନୁହେଁ। କିନ୍ତୁ ମନେରଖନ୍ତୁ ସମସ୍ତଙ୍କର ମାଲିକ କିନ୍ତୁ ରହିବା ଦରକାର ଜରୁରୀ।

ଗାଈଟିଏ ବଣରେ ବାଟ ଭୁଲିଗଲା। ଘରକୁ କେମିତି ଫେରିବ ବୋଲି ଚିନ୍ତା କଲାବେଳେ ବାଘ ହାବୁଡରେ ପଡିଗଲା। ବାଘ ଗୋଡାଇଲା ଗାଈକୁ। ଦୌଡି ଦୌଡି ଗାଈଟି ପଶିଗଲା ଏକ ପୋଖରୀ ଭିତରକୁ। ବାଘ ବି ଲମ୍ଫ ଦେଲା ପଛେ ପଛେ। ପୋଖରୀରେ ପାଣି କମ୍‌ , ପଙ୍କ ଅଧିକ। ପଙ୍କରେ ଲୋଟି ହୋଇ ବାଘ ଗାଈକୁ ଧରିବା ପାଇଁ ସତତ ଉଦ୍ୟମରତ। କିନ୍ତୁ ପାରୁ ନ ଥାଏ। ଅଳ୍ପ ଅଳ୍ପ ଦୂରତାରୁ ଗାଈ ଖସି ଯାଉଥାଏ ବାଘ ପାଖରୁ। ରବି ଅସ୍ତାଚଳକୁ ଗଲେ। ସନ୍ଧ୍ୟା ମାଡି ଆସିଲା। ଏବେ ଗାଈ କହିଲା ବାଘକୁ-ବାବୁରେ, ତୁ ମୋତେ ଆଉ ଖାଇ ପାରିବୁ ନାହିଁ। ‘କାରଣ’-ବାଘ ପଚାରିଲା। କାରଣ ହେଉଛି ଏଇୟା ଯେ ମୋର ମାଲିକ ଅଛନ୍ତି। ସନ୍ଧ୍ୟା ହେଲାଣି। ମୋର ଗୁହାଳକୁ ନ ଫେରିବା ଦେଖି ସେ ନିଶ୍ଚେ ଦୁଇ ଚାରି ଲୋକ ନେଇ ଠେଙ୍ଗା ଧରି ବଣକୁ ଆସିବେ। ତୋତେ ଠେଙ୍ଗେଇବେ। ମୋତେ ଧରି ଘରକୁ ନେବେ।
ଶେଷରେ ଠିକ୍‌ ସେଇୟା ହିଁ ହେଲା।

ପାଠକେ! ଏଠି ଗାଈ ହେଉଛି ଏକ ସମର୍ପିତ ହୃଦୟ। ବାଘ ଅହଂକାର। ପଙ୍କ ହେଉଛି ଜଞ୍ଜାଳ। ମାଲିକ ହେଉଛନ୍ତି ଗୁରୁ ବା ପରାମାତ୍ମା-ଯାହା କୁହ।

ଗୁରୁ ଯଦି ଜୀବନର ମାଲିକ ହେବ, ତେବେ ଜୀବନ ଲାଲେଲାଲ। ଯେଉଁମାନେ ମାଲିକଙ୍କୁ ଧରିଛନ୍ତି, ଆପଣମାନଙ୍କୁ ନମସ୍କାର, ପ୍ରଣାମ, ଦଣ୍ଡବତ। ଯେଉଁମାନେ ଅଦ୍ୟାବଧି ମାଲିକ ବାଛି ନାହାନ୍ତି, ଏବେ ଏଇ ମୁହୂର୍ତ୍ତରୁ ମାଲିକ ବଛା କାର୍ଯ୍ୟ ଆରମ୍ଭ ହେଉ।

-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri