Odisha Elections 2024
Posted inRasifala

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୨୧ ତାରିଖ – Daily Horoscope

ମେଷ
ଆଜି ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ। ପାରିବାରିକ ଜୀବନରେ ସହନଶୀଳତା ଏବଂ ମନକୁ ସୁହାଇଲା ଭଳି କଥାକହି ପରିବେଶକୁ ହାଲୁକା କରିବେ। ଆଲୋଚନାକାଳରେ ମନକଥାକୁ ମନ ଭିତରେ ଚାପି ରଖି ବନ୍ଧୁଙ୍କ ସହ କଥା ହେବାକୁ ପଡିପାରେ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିବାକୁ ପଡିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଆପଣଙ୍କୁ ଦୃଢ ମନୋବଳ ଓ ପ୍ରବଳ ଉତ୍ସାହ ପ୍ରଦାନ କରିବ। ରବିଙ୍କ ସ୍ବଗୃହାବଲୋକନ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ ଲୋକସମ୍ପର୍କ ବୃଦ୍ଧିରେ ସହାୟକ ହେବ। କିନ୍ତୁ ରୋହିଣୀର ଜନ୍ମତାର ଯୋଗୁ ସାମୟିକ ସ୍ବାସ୍ଥ୍ୟହାନି ସହ କର୍ମକ୍ଷେତ୍ରରେ ଆଂଶିକ ସଫଳତା ପାଇବେ। ପରିବାରରେ କଳହ ଲାଗିବାର ସୂଚନା ରହିଛି।
ମିଥୁନ
ମିଥୁନ
ଚତୁର୍ଥାଧିପ ନିଜରାଶିରୁ ଷଷ୍ଠଭାବସ୍ଥ ଯୋଗୁ ପରିବାରରେ ମତଭେଦ କାରଣରୁ କଳହ ସୃଷ୍ଟି ହୋଇପାରେ। ଆକସ୍ମିକ କୌଣସି ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ଜନସେବା ପ୍ରତି ମନ ବଳିବ କିନ୍ତୁ ସହକର୍ମୀ କେହି ବିଶୃଙ୍ଖଳା ପ୍ରଦର୍ଶନ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି। ବନ୍ଧୁଙ୍କ ଦେଖା ନ ପାଇ ବ୍ୟସ୍ତ ହେବେ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ସଂଯୋଗରୁ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମୟ କଟାଇବେ। ଆଜି ହଠାତ୍‌ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କଲେ ନିଶ୍ଚିତ ସମସ୍ୟାରୁ ରକ୍ଷା ପାଇପାରିବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ଶତ୍ରୁଗୃହରେ ରାଶ୍ୟାଧିପ ଏବଂ ବ୍ୟୟଭାବକୁ ଚନ୍ଦ୍ର ଓ ଶନିଙ୍କ ଯୋଗୁଁ ଭ୍ରମଣ ଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବୁଝାମଣା ନେଇ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ, ପରିବହନ, ପ୍ରଶାସନ ଓ ଆଲୋଚନାରେ ଆଂଶିକ ସଫଳତା ମିଳିବ।
କନ୍ୟା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ବନ୍ଧୁଗହଣରେ ହସଖୁସୀରେ ସମୟ କଟାଇବେ ଏବଂ ସାମାଜିକ ସ୍ତରରେ ମଧ୍ୟ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ବାଣିକାରକ ବୁଧଙ୍କ ଅଶୁଭତ୍ୱରୁ କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ସମୟରେ ସମସ୍ୟା ଉପୁଜିପାରେ।
ତୁଳା
ତୁଳା
କର୍ମାଧିପ ଏବଂ ରାଶ୍ୟାଧିପଙ୍କ ଶୁଭତ୍ୱ ଦୃଷ୍ଟିକୋଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଆର୍ଥିକ ସ୍ଥିତି,ପାରିବାରିକ ପରିସ୍ଥିତି, ବ୍ୟବସାୟ ଓ ବାଣିଜ୍ୟ ତଥା ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ପାଇବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳତା ଓ ନୀରବତା ସମସ୍ୟା ସମାଧାନର ମାର୍ଗକୁ ଉନ୍ମୁକ୍ତ କରିବ। ଆଜି ଆପଣ ଯାହା କରନ୍ତୁନା କାହିଁକି, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସବୁ ଭଲ ହେଲେ ମଧ୍ୟ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବନାହିଁ। ଯେତେ ଭଲକାମ କରନ୍ତୁ ନା କାହିଁକି ନିଜ ନିଜର ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଦାଉ ସାଧିବେ। ଯାନ୍ତ୍ରିକତ୍ରୁଟି, ଅର୍ଥାଭାବ, ବନ୍ଧୁଙ୍କ ସହ ସମ୍ପର୍କହାନି ପରିସ୍ଥିତିକୁ ବିଗାଡି ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ରାଶ୍ୟାଧିପତିଙ୍କ ପ୍ରଭାବରେ ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ପିଲାମାନଙ୍କ ପଢା ସମସ୍ୟା କିମ୍ବା ଆଲୋଚନାରେ ବିଫଳତା ନେଇ ମନ ଭାରାକ୍ରାନ୍ତ ରହିପାରେ। ତଥାପି ଶ୍ରବଣା ନକ୍ଷତ୍ରର କାର୍ଯ୍ୟସିଦ୍ଧି ସଙ୍ଗକୁ ସାମାଜିକ ସ୍ତରରେ ପ୍ରଶଂସାପାଇବେ। ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଦ୍ୱାଦଶଭାବରେ ଶନି ଆପଣଙ୍କୁ କର୍ମଜଞ୍ଜାଳ ମଧ୍ୟରେ ଅନିଦ୍ରାଜନିତ କ୍ଳାନ୍ତି ଓ ଅବସନ୍ନ କରାଇପାରେ। ସହକର୍ମୀମାନଙ୍କ ସହ ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ସଙ୍ଗୀତ ସମାରୋହ,ପୁରାଣପଠନ,ମନୋରଞ୍ଜନାଦି କାର୍ଯ୍ୟକ୍ରମକୁ ଉପଭୋଗ କରିପାରନ୍ତି।
ମୀନମୀନ
ବୃହସ୍ପତି ପାପଗ୍ରହ କେତୁ ଯୁକ୍ତ କାରଣରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ। କେତେକ ଘଟଣାରେ ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି। ବନ୍ଧୁମିଳନ ମାଧ୍ୟମରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟଦେଇ ସମୟ ଅତିବାହିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ...

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ...

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା...

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ...

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର...

ରାଶିଫଳ: ମଙ୍ଗଳବାର, ମେ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ...

ରାଶିଫଳ: ସୋମବାର, ମେ ୧୩ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତି ସହିତ ସ୍ବଗୃହୀଚନ୍ଦ୍ର ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟ, କର୍ମାରମ୍ଭ, ବନ୍ଧୁମିଳନର ସୁଯୋଗ ମିଳିବ। କୌଣସି ଭଲ କାମରେ ନିଜକୁ ନିୟୋଜିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri