Posted inଖେଳ

ବାସନ୍ଦାଦେଶରୁ ବର୍ତ୍ତିଲେ ଉମର ଆକମଲ

କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହି ଘଟଣା ଗତ ମାସରେ ଘଟିଥିଲା। ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ଙ୍କ ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ର ଓ ଘରୋଇ ଚୁକ୍ତି ବଦ୍ଧ ଖେଳାଳିଙ୍କୁ ଏନ୍‌ସିଏଠାରେ ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଜୁନିୟର ଆକମଲଙ୍କ ଖରାପ ବ୍ୟବହାର ସମ୍ପର୍କରେ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ମିଶବାଙ୍କୁ ରିପୋର୍ଟ କରାଯାଇଥିଲା। ସେ ବୋର୍ଡକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିନିୟର ଅଫିସିଆଲ ଓ ର୍ପୂବତନ ଓପନର ହାରୁନ ରଶିଦଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ ହେବା ପରେ ଉମରଙ୍କୁ ବାସନ୍ଦାଦେଶ କିମ୍ବା ବଡ଼ ଆର୍ଥିକ ଦଣ୍ଡ ଦଣ୍ଡିତ କରାଯିବା ନେଇ ଆଶା କରାଯାଉଥିଲା। ତେବେ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ ବୁଝାମଣା ଯୋଗୁ ଏଭଳି ଘଟିଥିଲା। ଆକମଲ ନିଜ କାର୍ଯ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସତ୍ତ୍ୱେ ବିସିବି ଭର୍ତ୍ସନା କରିବା ସହ ସିନିୟର ଖେଳାଳିଙ୍କ ଭଳି ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୬ ବର୍ଷୀୟ ଆକମଲ ଦେଶ ପାଇଁ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି। ସେ ଜାତୀୟ ଦଳରେ ନିୟମିତ ସ୍ଥାନ ପାଉ ନାହାନ୍ତି। ଗତବର୍ଷ ଅକ୍ଟୋବରରେ ସେ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri