ପୁରୁଷୋତ୍ତମପୁର,୧୨ା୨(ଡି.ଏନ୍.ଏ.)- ଗଞ୍ଜାମର ଇଷ୍ଟଦେବୀ ପୁରୁଷୋତ୍ତମପୁରସ୍ଥିତ ମା’ ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣା ନ ଦେବାରୁ ଜଣେ ମହିଳା ଭକ୍ତଙ୍କୁ ପୂଜକ ଗାଳିଗୁଲଜ କରିବା ସହ ତାଙ୍କ ଜ୍ୱାଇଁଙ୍କୁ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ନଂ.୩୩/୨୦ରେ ମାମଲା ରୁଜୁକରି ୨ ଜଣ ପୂଜକଙ୍କୁ ପୋଲିସ ଗିରଫ କରିଛି।
ପ୍ରକାଶ ଯେ, ମଙ୍ଗଳବାର କୋଦଳା ଥାନା ଅନ୍ତର୍ଗତ ଜାପଟା ରାମପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ନୂତନ ବସ୍ କିଣିଥିବାରୁ ପୂଜା କରିବାକୁ ପୁରୁଷୋତ୍ତମପୁର ତାରାତାରିଣୀ ମନ୍ଦିରକୁ ଆସିଥିଲେ। ଉକ୍ତ ବସ୍ରେ ସମ୍ପର୍କିୟଙ୍କ ସମେତ ଗ୍ରାମର ପ୍ରାୟ ୫୦ଜଣ ବ୍ୟକ୍ତିଙ୍କୁ ସେ ଆଣିଥିଲେ। ସେମାନଙ୍କ ମଧ୍ୟରୁ ସାରସ ବାରିକ ନାମ୍ନୀ ମହିଳା ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ପୂଜକ ଋଷି ରଣା ଓ ରାଜେନ୍ଦ୍ର ରଣା ତାଙ୍କୁ ୫ହଜାର ଟଙ୍କା ଦକ୍ଷିଣା ମାଗିଥିଲେ। ସେ ଏତେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପାଖରେ ଥିବା ତାଙ୍କ ଜ୍ୱାଇଁ ଧନଞ୍ଜୟପୁର ଗ୍ରାମର ଅକ୍ଷୟ ପ୍ରଧାନ ଓରଫ ରାହୁଲ ଏହାର ପ୍ରତିବାଦ କରିଥିଲେ। ଫଳରେ ୨ ପୂଜକ ତାଙ୍କୁ ଖଣ୍ଡା ଆଣି ଅତି ନିର୍ମମ ଭାବେ ହାଣିଥିଲେ। ସେଠାରେ ଥିବା ପୁରୁଷୋତ୍ତମପୁରର ଅନ୍ୟ ଜଣେ ଭକ୍ତ ସୁଦାମ ମହାରଣାଙ୍କୁ ମଧ୍ୟ ରାହୁଲଙ୍କ ସମ୍ପର୍କିୟ ଭାବି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସାରସ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକ ଋଷି ଓ ରାଜେନ୍ଦ୍ରଙ୍କୁ ଗିରଫ କରିଛି।ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି।
ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ପୂଜକମାନେ ବାରମ୍ବାର ଏପରି ମାରପିଟ କରୁଛନ୍ତି। ମନ୍ଦିର ପାହାଡ଼ ତଳେ ପୋଲିସ ବିଭାଗ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ଏକ ବିଟ୍ ହାଉସ ଖୋଲାଯାଇଛି। ମାତ୍ର ଏହି ବିଟ୍ ହାଉସରେ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବା ବଦଳରେ ମାତ୍ର ୨ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦେଇ ବିଭାଗ ଚୁପ୍ ବସିଛି। ଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଞ୍ଚଳବାସୀ କହିଛନ୍ତି। ତୁରନ୍ତ ଏଠାରେ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର
ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ
ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ
ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…
ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...
Archives


