ସବୁଜିମା ଉଜାଡ଼ିଲା ଫନୀ : ଛାଡ଼ିଗଲା ଆହ୍ବାନ

ବାତ୍ୟା ‘ଫନୀ’ ଚାଲି ଯାଇଛି ସତ, କିନ୍ତୁ ‘ପରିବେଶ’କୁ ନେଇ ଚିନ୍ତା ବଢ଼ିଛି। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ଶହେବର୍ଷର ପୁରୁଣା ଗଛ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଗତ ୨୦ବର୍ଷରେ ଯାହାବି ନୂଆ ଗଛ ସୃଷ୍ଟି ହେଇଥିଲା ତାହା ବି ‘ଫନୀ’ ମାଡ଼ରେ ଉଜୁଡ଼ି ଗଲା। ଫଳରେ ଏବେଠୁ ପରିବେଶ ଜନିତ ସମସ୍ୟା ଆରମ୍ଭ ହୋଇଯାଇଥିବାବେଳେ ଆଗକୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ। ଏପରିସ୍ଥିତିରେ ‘ଫନୀ’ର କ୍ଷତ ଆମ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।
ତଥ୍ୟ ଅନୁସାରେ, ନୂଆକରି ରୋପଣ କରାଯାଇଥିବା ଚାରା ଓ ୨୦ଟି ଜଙ୍ଗଲର ଭିତ୍ତିଭୂମି ସମେତ ବନ୍ୟପ୍ରାଣୀ ଡିଭିଜନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ୯ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏସବୁର ମୂଲ୍ୟ ୨୭୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ଜଙ୍ଗଲ ଭିତରେ ନୁହେଁ, ବାହାର ଅଞ୍ଚଳରେ ୧୫୦ କୋଟି ମୂଲ୍ୟର ୫ଲକ୍ଷ ଗଛ ଉପୁଡ଼ିଯାଇଛି। ସେହିପରି ବନୀକରଣ ନିମନ୍ତେ ରହିଥିବା ୮ଲକ୍ଷ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାର ମୂଲ୍ୟ ୩୯କୋଟି ୫୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛିି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମୋଟ କ୍ଷୟକ୍ଷତିର ପରିମାଣ ୫୩୭.୮୦କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ
ଗଛ ବିନା ତାପମାତ୍ରା ବୃଦ୍ଧିକୁ ଅନୁଭବ କଲେଣି ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକେ। ବାତ୍ୟା ପରଠାରୁ ଲୋକେ ଗରମରେ ଛଟପଟ ହେଉଥିବାବେଳେ ମୁଣ୍ଡଗୁଞ୍ଜିବାକୁ ଗଛ ନାହିଁ। ଛାଇ ବି ସ୍ବପ୍ନ ପାଲଟିଛି। ସେହିପରି ଗଛ ନ ଥିବାରୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ଗଛ ରୋକିଥାଏ ବୋଲି ତାହା ସାଧାରଣ ଲୋକେ ସହଜରେ ଜାଣିପାରନ୍ତ ନାହିଁ। ତେଣୁ ଚଳିତ ବର୍ଷ ପରିବେଶ ଦିବସର ଥିମ୍‌ ଅଛି ‘ବାୟୁ ପ୍ରଦୂଷଣ’। ‘ଫନୀ’ ଭଳି ବାତ୍ୟା ବାୟୁ ପ୍ରଦୂଷଣକୁ ଅନେକ ଗୁଣ ବଢ଼େଇ ଦେଇଥାଏ। ଏବେ ତାହାକୁ ଲୋକେ ଅଳ୍ପବହୁତେ ଅନୁଭବ କଲେଣି। ଗଛର ପତ୍ର ବାୟୁରୁ ଧୂଳିକଣା ଓ ବିଷାକ୍ତ ଗ୍ୟାସ୍‌କୁ ଟାଣିନେଇ ପରିବେଶକୁ ସ୍ବଚ୍ଛ କରିଥାଏ। ଫଳରେ ରାସ୍ତାକଡ଼ରେ ରହିଥିବା ଗଛଗୁଡିକର ପତ୍ର ସମ୍ପୂର୍ଣ୍ଣ ସବୁଜ ଦେଖା ନ ଯାଇ ଈଷତ ଲାଲ ବା ଗେରୁଆ ରଙ୍ଗର ଦେଖାଯାଏ। କେତେ ସ୍ଥାନରେ ଈଷତ କଳା ବା ମାଟିଆ ରଙ୍ଗ ମଧ୍ୟ ଦେଖାଯାଏ। ଅନ୍ୟପକ୍ଷରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ନିର୍ଦ୍ଧାରିତ ବାୟୁ ପ୍ରଦୂଷଣମାନ ବଜାୟ ରଖିବାରେ ସାରା ଦେଶରେ ୧୨୦ଟି ସହର ବିଫଳ ହୋଇଛନ୍ତି। ଏଥିମଧ୍ୟରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ତାଳଚେର ଆଦି ୬ ସହର ରହିଛି। କଟକ, ଭୁବନେଶ୍ୱର ହେଉଛି ବାତ୍ୟା ପ୍ରଭାବିତ। ତେଣୁ ବାତ୍ୟାରେ ଗଛଗୁଡିକ ନଷ୍ଟ ହୋଇଯାଇଥିବାରୁ ଆଗକୁ ‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଡବ୍ଲ୍ୟୁଏଚ୍‌ଓ ଷ୍ଟାଣ୍ଡାର୍ଡ ଉପରେ ଗୁରୁତ୍ୱ
ଜାତୀୟ ବ୍ୟାପକ ବାୟୁ ପ୍ରଦୂଷଣ ମାନକ ଅନୁଯାୟୀ, ବାୟୁରେ ଭାସମାନ କଣିକା ୧୦୦ରୁ ଉଦ୍ଧର୍‌ବ ରହିଲେ ଏହାକୁ ଗୁରୁତର ବୋଲି ଗ୍ରହଣ କରାଯାଇଥାଏ। ଏଥିଯୋଗୁ ଫୁସ୍‌ଫୁସ୍‌ ଏବଂ ହୃଦ୍‌ଜନିତ ରୋଗ ହୋଇଥାଏ। ଓଡ଼ିଶା ପରିପ୍ରେକ୍ଷୀରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ୨୦୧୮ ନଭେମ୍ବର ୧୦ରେ କହିଥିଲେ, ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଯାନବାହନରୁ ନିର୍ଗତ ଧୂଆଁ, ରାସ୍ତାରେ ଥିବା ଧୂଳିକଣା, କଳକାରଖାନାରୁ ସୃଷ୍ଟି ହେଉଥିବା ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଓ ଭଙ୍ଗାରୁଜାରୁ ହେଉଥିବା ପ୍ରଦୂଷଣ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସ ଅନୁସାରେ, ଯଦି ରାଜ୍ୟ ସରକାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡ ରଖନ୍ତେ, ତେବେ କଟକ ଓ ଭୁବନେଶ୍ୱରରେ ଲୋକମାନେ ୨. ୭ ବର୍ଷ ଅଧିକ ବଞ୍ଚତ୍ପାରନ୍ତେ।
୧୦ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ: ପରିବେଶବିତ୍‌
ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଗଛ ବାୟୁକୁ ବିଶୁଦ୍ଧ କରିଥାଏ। ଜଳବାୟୁର ଭାରସାମ୍ୟ ରକ୍ଷା କରିବା ସହିତ ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ବର୍ତ୍ତମାନ ‘ଫନୀ’ରେ ଯେତିକି ଗଛ ନଷ୍ଟ ହୋଇଛି ସେସବୁ ଫେରିବା ପାଇଁ ଅତିକମ୍‌ରେ ୧୦ବର୍ଷ ଲାଗିଯିବ। ତେଣୁ ବିଭିନ୍ନ ପ୍ରକାରର ଅସୁବିଧା ସାମ୍ନା କରିବାକୁ ପଡ଼ିବ। ସହରୀକରଣ ଓ ଶିଳ୍ପାୟନ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ। ଏଥିଯୋଗୁ ବିଶ୍ୱରେ ବିଭିନ୍ନ ରୋଗରେ ୭ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଭାରତରେ ଦେଢ଼ ନିୟୁତ ଲୋକଙ୍କର ମୃତ୍ୟୁ ହେଉଛି। ବିଶ୍ୱର ୫୦ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି। ୨୦୫୦ରେ ୬୮ ପ୍ରତିଶତ ଲୋକ ସହରରେ ରହିବେ ବୋଲି ଆକଳନ କରାଯାଉଛି। ତେଣୁ ପ୍ରଦୂଷଣ ଉତ୍ସ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେଥିପାଇଁ ଏ ଦିଗରେ ପୂର୍ବରୁ ପ୍ରସ୍ତୁତ ହେବା ଆବଶ୍ୟକ।
-ଅସମାପିକା ସାହୁ,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri