ଦାରିଙ୍ଗବାଡ଼ି,୩୧।୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଚଳିତ ଶିକ୍ଷା ବର୍ଷରେ ବିବାଦ ବ୍ଲକ ଶିକ୍ଷା ବିଭାଗର ପିଛା ଛାଡୁନି। ବିଦ୍ୟାଳୟରେ ଶିକ୍ଷକ ଶୋଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଦୁର୍ଗମ ଅଞ୍ଚଳ ପର୍ତ୍ତମାହା ପଞ୍ଚାୟତ ଝିମାବାଡ଼ି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା। ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ୧୮ ଜଣ ଛାତ୍ରୀଛାତ୍ର ଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଏବେ ଅଞ୍ଚଳରେ ଏହି ବିଦ୍ୟାଳୟର ଏକ ଭିଡିଓ ଭାଇରାଲ ହୋଇଛି। ବିଦ୍ୟାଳୟର ଜଣେ ଗଣଶିକ୍ଷକ ଚୌକିରେ ବସି ଶୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ର ଶିକ୍ଷକଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସେ ନ ଉଠିବାରୁ ପାଠ ନ ପଢ଼ି ଶିକ୍ଷକ ଶୋଇଥିବାବେଳେ ସ୍କୁଲ ଛାଡ଼ି ଘରକୁ ଚାଲିଯାଉଛନ୍ତି। ଶିକ୍ଷକ ଜଣକ ନିଦରେ ଶୋଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି ା ଏହାକୁ ନେଇ ସିଆର୍ସିସି ହରିଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଏନେଇ ସେ ତଦନ୍ତ କରୁଛନ୍ତି। ଘଟଣାରେ ସତ୍ୟତା ରହିଛି। ଭିଡିଓଟି ଗତ ଶୁକ୍ରବାରର ବୋଲି ସେ କହିଛନ୍ତି। ଶୀଘ୍ର ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଯେ, କାର୍ଯ୍ୟରେ ଅନିୟମିତତା ନେଇ ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତର ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ, ସୋନପୁର ପଞ୍ଚାୟତ ଦବେଡ଼ି ବିଦ୍ୟାଳୟ ଓ ଲକଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଦରମା ବିଇଓ ବନ୍ଦ କରିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ପ୍ରଶାସନର ଦାଦନ ମୁକ୍ତ ନେଇ…
ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...
ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍ କରି କହିଲେ ଯଦି ତୁମେ…
ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...
ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...
ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...
ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ
ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...
ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...
ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ
ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...
ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…
ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...
Archives


