ପ୍ରତିଶ୍ରୁତିରେ ଅଟକିଛି ଭିତ୍ତିଭୂମି ବିକାଶ

ଭଦ୍ରକ ଅଫିସ, ୪।୬ – ଭଦ୍ରକ ଜିଲାରେ ବେରୋଜଗାରି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଅଭାବ ଭଳି ବିଭିନ୍ନ ସମସ୍ୟା ବସାବାନ୍ଧି ରହିଛି। ଜିଲାରେ ଭିତ୍ତିଭୂମି ବିକାଶ ଲାଗି ଆଖିଦୃଶିଆ ଯୋଜନା ହେଉନାହିଁ କି ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା ସକାଶେ ରୋଜଗାରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ହେଉନାହିଁ। କୃଷି ବିକାଶ ପାଇଁ ବୃହତ୍‌ ଜଳସେଚନ ପ୍ରକଳ୍ପ, କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯାଉନାହିଁ। କାମଧନ୍ଦା ଅଭାବରୁ ଅନେକ ଯୁବକ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି। ଏହା ମଧ୍ୟରେ ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଲାଣି। ହେଲେ ସମନ୍ବିତ ତଥା ବାସ୍ତବ ବିକାଶଠାରୁ ଜିଲା ବହୁ ଦୂରରେ ରହିଛି। ଏଥର ନିର୍ବାଚନରେ ସବୁ ଦଳ ଏହି ବିକାଶ ପ୍ରଶ୍ନକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିବାରୁ ନବନିର୍ବାଚିତ ପ୍ରତିନିଧିଙ୍କ ପାଇଁ ବିଭିନ୍ନ ସମସ୍ୟା ଏବେ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ଉଭା ହେବ ବୋଲି ଚର୍ଚ୍ଚା ହେଉଛି।
ଭଦ୍ରକ ଜିଲା ଲୋକ ସଭା ଆସନ ଅଧୀନ ୫ଟି ବିଧାନସଭା କ୍ଷେତ୍ର ରହିଛି। ନିର୍ବାଚନ ଜିତିବା ପରେ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକର ପ୍ରମୁଖ ସମସ୍ୟାକୁ ପ୍ରାଥମିକତା ଦେଇ ସହରକୁ ସ୍ମାର୍ଟସିଟିରେ ପରିଣତ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଧାମନଗରରୁ ନିର୍ବାଚିତ ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସମସ୍ୟା ରହିଛି। ସେ ବିଧାନସଭାରେ ଏ ନେଇ ଦାବି ଉଠାଇବେ। ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନିଆଯିବ। ସମସ୍ୟାର ପ୍ରତିକାର ସାଙ୍ଗକୁ ବିକାଶମୂଳକ କାର୍ଯ୍ୟ ନ ହେବା ଲାଗି ନେତା ଓ ପ୍ରଶାସନ ମୁଖ୍ୟତଃ ଦାୟୀ। ନିର୍ବାଚନ ବେଳେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପରେ ନେତାମାନେ ଭୁଲି ଯାଉଛନ୍ତି ବୋଲି ଆଇନଜୀବୀ ଗଦାଧର ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଭାଜପା ନେତା ମନମୋହନ ସାମଲ କହିଛନ୍ତି, ବିଜେଡି ଦୀର୍ଘବର୍ଷ ଶାସନରେ ରହିଥିଲେ ମଧ୍ୟ ଲୋକଙ୍କ ବାସ୍ତବ ସମସ୍ୟା ଦୂର ନ ହେବା ଏକ ବିଡ଼ମ୍ବନା। ଏହି ଦଳ କେବଳ କର୍ମୀ ଓ ଠିକାଦାରଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରହୁଛି।
ଜିଲାର ବିଭିନ୍ନ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟ ସମସ୍ୟା ଅନ୍ୟତମ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟାଳୟରେ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ। ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଅଧ୍ୟାପକ ମରୁଡ଼ି ଲାଗି ରହିଛି। ଜିଲାର ସର୍ବପୁରାତନ ଭଦ୍ରକ କଲେଜରେ ଅଧ୍ୟାପକ ଅଭାବ ଯୋଗୁ ଠିକ୍‌ଭାବେ ପାଠ ପଢ଼ାଯାଇ ପାରୁନାହିଁ। ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସକାଶେ ଦାବି ହେଉଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ସେହିପରି ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଜିଲାବାସୀଙ୍କ ଦାବି ଏଯାଏ ଅପୂରଣୀୟ ହୋଇ ରହିଛି।
ବର୍ତ୍ତମାନ ଖରାଦିନେ ଜିଲାର ଶତାଧିକ ଗଁାର ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଭଦ୍ରକ ସହରରେ ଏଯାଏ କୌଣସି ସ୍ଥାନରେ ଓଭରହେଡ୍‌ ପାଣିଟାଙ୍କି ବ୍ୟବସ୍ଥା ହୋଇନାହିଁ। ଜିଲାରେ ଅନେକ ପାନୀୟଜଳ ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି। ଭଦ୍ରକ ସହର ଅମୃତ ଯୋଜନାରେ ସମ୍ପୃକ୍ତ ହୋଇଥିଲେ ବି ନାଳନର୍ଦ୍ଦମା ସମସ୍ୟାରୁ ସହରବାସୀ ମୁକୁଳି ପାରିନାହାନ୍ତି। ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ସହରରେ ଜବରଦଖଲକାରୀଙ୍କ ରାଜୁତି ବଢ଼ିଚାଲିଛି। ୩୦ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ନୂଆ ବସ୍‌ଷ୍ଟାଣ୍ଡ। ଜିଲା ମୁଖ୍ୟାଳୟରେ ଅତ୍ୟାଧୁନିକ ଟ୍ରାଫିକ୍‌ ସିଗ୍‌ନାଲ୍‌ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇନାହିଁ। ଜିଲା ମୁଖ୍ୟ ଡାକ୍ତରଖାନା ସମ୍ପ୍ରସାରଣ ଓ ଜିଲା ଜେଲ୍‌ ପାଇଁ ସ୍ଥାନ ଚୟନ ହୋଇଥିଲେ ବି ନିର୍ମାଣ କାମ ଦୀର୍ଘବର୍ଷ ଧରି ଅଟକି ରହିଛି। ଭଦ୍ରକ ଷ୍ଟେଶନରେ କେତେକ ଦ୍ରୁତଗାମୀ ଟ୍ରେନ ଅଟକୁ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୨୫ ବର୍ଷ ଧରି ୨୩୭ ଏକର ଜମି ଅଧିଗୃହୀତ ହୋଇଥିଲେ ମଧ୍ୟ ଚିନି କାରଖାନା ପ୍ରତିଷ୍ଠା ହୋଇପାରିନାହିଁ।
ନଦୀ ନାଳଘେରା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଧାମରା ବନ୍ଦର ହେବା ପରେ ଜିଲାବାସୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଲୋକେ ଆଶା ରଖିଥିଲେ। ଏହା ଏବେ ନିରାଶାରେ ପରିଣତ ହୋଇଛି। ତିନିତର, ଧାନଖଣିଆ, ଚୌଧୁରୀ, ବାଲିଆପାଳ ଓ ବଁାଶଡ଼ା ଘାଟରେ ସେତୁ ନିର୍ମାଣ ହୋଇ ନ ଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏ ସବୁ ସ୍ଥାନରେ ସବୁବେଳେ କୁମ୍ଭୀର ଭୟ ଲାଗିରହୁଛି। ଉପକୂଳ ଅଞ୍ଚଳର ମାଟିତଳେ ଲୁଣିପାଣି ଜମାହୋଇ ରହୁଥିବାରୁ ଗଁା ଲୋକେ ବିଶୁଦ୍ଧ ପାନୀୟଜଳ ପାଇପାରୁନାହାନ୍ତି। ଚାନ୍ଦବାଲି ଭଳି ଧାମନଗରବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବ୍ରିଟିଶ ଅମଳରେ ନିର୍ମିତ କୋଷ୍ଟ କେନାଲ ଏକଦା ଜଳପଥ ପରିବହନ ସାଙ୍ଗକୁ ଜଳସେଚନ ସୁବିଧା ଯୋଗାଉଥିଲା। ଏହାର ପୁନରୁଦ୍ଧାର ନ ହେବାରୁ ସ୍ଥିତି ହରାଇବାକୁ ବସିଲାଣି। ଉପକୂଳ ଅଞ୍ଚଳରେ ବେଆଇନ ଚିଙ୍ଗୁଡି ପ୍ଲାଣ୍ଟ ଗଢ଼ିଉଠିଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସ୍ଥାୟୀ ରୋଜଗାର ବ୍ୟବସ୍ଥା କରାଯାଉନାହିଁ। ଚୂଡ଼ାମଣି ବନ୍ଦର ନିର୍ମାଣ ସାଙ୍ଗକୁ ପଢୁଁଆ ଓ କଷିଆ ମାଛଧରା ଜେଟିର ପୁନରୁଦ୍ଧାର ଯୋଜନା ପ୍ରସ୍ତାବରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri