ଆବର୍ଜନାରୁ ଇନ୍ଧନ ବାହାର କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ଇତିହାସ ରଚିଛି ପୂର୍ବତଟ ରେଳପଥ। ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଗୁରୁବାର ପୂର୍ବତଟ ରେଳପଥର ମଞ୍ଚେଶ୍ୱରସ୍ଥିତ ରେଳଡବା ମରାମତି କାରଖାନାଠାରେ ରେଳବୋର୍ଡ ସଦସ୍ୟ (ରୋଲିଂ ଷ୍ଟକ୍‌) ରାଜେଶ ଅଗ୍ରଓ୍ବାଲ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏବଂ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି।
ନୂତନ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ବର୍ଜ୍ୟବସ୍ତୁରୁ ଇନ୍ଧନ ଉତ୍ପାଦନ ପ୍ଲାଣ୍ଟ୍‌ ଭାରତୀୟ ରେଲଓ୍ବେରେ ପ୍ରଥମ ଏବଂ ଦେଶରେ ଚତୁର୍ଥ ପ୍ଲାଣ୍ଟ୍‌। ଏହାକୁ ପଲିକ୍ରାକ୍‌ ପଦ୍ଧତି କୁହାଯାଉଥିବାବେଳେ ଏହା ବିଶ୍ୱର ପ୍ରଥମ ‘ପ୍ୟାଟେଣ୍ଟେଡ୍‌ ହେଟେରୋଜିନିୟସ୍‌ କାଟାଲିଟିକ୍‌ ପ୍ରୋସେସ୍‌’, ଯାହା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ୍‌, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ। ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଥିଲେ ମଧ୍ୟ ଏହାର ପରିଚାଳନା ପାଇଁ ଆଗରୁ କୌଣସି ପଦ୍ଧତି ନ ଥିଲା। ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେବା ଦ୍ୱାରା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ଇ-ୱେଷ୍ଟ, ଗାଡ଼ିମୋଟର ଆବର୍ଜନା, ଅର୍ଗାନିକ ୱେଷ୍ଟ୍‌ ଭଳି ଆବର୍ଜନାକୁ ବ୍ୟବହାର କରାଯାଇ ଇନ୍ଧନ ସୃଷ୍ଟି କରାଯାଇପାରିବ। ସବୁଠାରୁ ବଡ଼କଥା ହେଲା, ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ନ କରି ମଧ୍ୟ ପଲିକ୍ରାକ୍‌ ପ୍ଲାଣ୍ଟରେ ସିଧାସଳଖ ପ୍ରକ୍ରିୟାକରଣ କରିହେବ। ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଇପାରିବ। ଏହା ବିଶ୍ୱରେ ପ୍ରଚଳିତ ପ୍ରଦୂଷଣ ମାନଦଣ୍ଡ ମଧ୍ୟରେ କାର୍ଯ୍ୟ କରୁଥିବାବେଳେ ଏଥିରେ ଅପେକ୍ଷାକୃତ କମ୍‌ ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହି ପ୍ରଣାଳୀ ୨୦୦୭ରୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ଅନ୍ତଃରାଷ୍ଟ୍ରୀୟସ୍ତରରେ ବହୁବାର ପୁରସ୍କୃତ ହୋଇଛି। ୨ କୋଟି ଟଙ୍କା ବ୍ୟୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ନିର୍ମିତ ଏହି ପ୍ରକଳ୍ପ ମାତ୍ର ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏବଂ ଭୁବନେଶ୍ୱର ଷ୍ଟେଶନରେ ଥିବା କୋଚିଂ ଡିପୋ ସହିତ ଷ୍ଟେଶନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକରଣ ହେବ। ପୂର୍ବତଟ ରେଳପଥର ଏହି ପ୍ଲାଣ୍ଟ୍‌ ଥରକୁ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିଛି। ଏଥିପାଇଁ ବାର୍ଷିକ ୧୦.୪ ଲକ୍ଷ ଟଙ୍କା ପରିଚାଳନା ବାବଦରେ ଖଚ୍ଚର୍ର୍ ହେବାକୁ ଥିବାବେଳେ ୧୭.୫ ଲକ୍ଷ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri