କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

ଫୁଲବାଣୀ ଅଫିସ, ୨୨ା୧-ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ ପଢ଼ିବା ପାଇଁ ପ୍ରସ୍ତୁତ ହୋଇପାରିବ। ସାଧାରଣତଃ ସହରାଞ୍ଚଳରେ ଏହି ସୁବିଧା ଥାଏ। ଗ୍ରାମାଞ୍ଚଳର ଶିଶୁମାନଙ୍କୁ କିଭଳି ପ୍ଲେ ସ୍କୁଲ ପିଲାଙ୍କ ଭଳି ଶିକ୍ଷା ଦିଆଯାଇ ପାରିବ ସେଥିନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ପ୍ରୟାସ ଆରମ୍ଭ କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ରର ଉନ୍ନତୀକରଣ କରି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଯାଇଛି। ଯେଉଁଠି ଗ୍ରାମାଞ୍ଚଳର ଶିଶୁମାନେ ପ୍ଲେ ସ୍କୁଲ ଭଳି ସମସ୍ତ ସୁବିଧା ପାଇପାରିବେ। ସେମାନେ ସହରର ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଆଦର୍ଶ ଅଙ୍ଗନୱାଡି ହେବା ପରେ ପୂର୍ବରୁ ଅଙ୍ଗନୱାଡିରୁ ମୁହଁ ଫେରାଉଥିବା ଅଭିଭାବକ ଏବେ ଏଥିପ୍ରତି ଆକୃଷ୍ଟ ହେଲେଣି। ଫୁଲବାଣୀ ବ୍ଲକ କାଣିବାଲିରେ ଜିଲାର ପ୍ରଥମ ରୋଲ ମଡେଲ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏବେ ଏହି ଢାଞ୍ଚାରେ ପ୍ରଥମ ପର୍ଯ୍ୟାୟରେ ଜିଲାର ୧୨ ବ୍ଲକରେ ୫୦ଟି ଲେଖାଏ ଏପରି ମୋଟ ୬୦୦ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏପରିକି ଫୁଲବାଣୀରେ ୮, ରାଇକିଆରେ ୧୦, ଫିରିଙ୍ଗିଆରେ ୬, ତୁମୁଡିବନ୍ଧରେ ୨ କେନ୍ଦ୍ରରେ ନୂଆ ଢାଞ୍ଚାରେ ପଢ଼ା ଆରମ୍ଭ ହେଲାଣି।
ଅଙ୍ଗନୱାଡିରେ ଥିବା ପାଠ୍ୟ ପୁସ୍ତିକା ଅନୁସାରେ କାନ୍ଥ, ଚଟାଣ, ଛାତରେ ଚିତ୍ର ଅଙ୍କନ କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ନାଚଗୀତ ମଧ୍ୟ ଶିଖାଯାଉଛି। ଖେଳିବା ପାଇଁ ଉପକରଣ ରଖାଯାଇଛି। ଏସବୁ ପ୍ରତି ଆକୃଷ୍ଟ ହୋଇ ପିଲାମାନେ କେନ୍ଦ୍ରକୁ ଆସୁଛନ୍ତି। ଅନ୍ୟପକ୍ଷରେ ପିଲାମାନଙ୍କୁ ପ୍ରତିଯୋଗୀଭାବ ସମ୍ପନ୍ନ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଅଙ୍ଗନୱାଡି କର୍ମୀ ଅଲାଦିନ କହଁର ପ୍ରକାଶ କରିଛନ୍ତି। ସେହିପରି ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି, ପୂର୍ବରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢ଼ା ପ୍ରତି ସେଭଳି ଗୁରୁତ୍ୱ ଦିଆଯାଉ ନ ଥିଲା। ଶିଶୁମାନଙ୍କୁ ଖାଇବାକୁ ଦିଆଯାଇ ସେମାନଙ୍କ ମା’ ମାନଙ୍କୁ ସରକାରଙ୍କ ପକ୍ଷରୁ ଯାହା ମିଳିବା କଥା ଯୋଗାଇ ଦିଆଯାଉଥିଲା। ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରରେ ପରିବର୍ତ୍ତନ ଅଣାଯାଇଛି। ପ୍ଲେ ସ୍କୁଲ ଭଳି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ହୋଇଛି। ସେଠାରେ ପିଲାମାନଙ୍କ ଶାରୀରିକ, ମାନସିକ ପ୍ରଗତି ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅରୁଣିମା ପୁସ୍ତିକାରେ ଯାହା ପାଠ୍ୟକ୍ରମ ରହିଛି, ସେଥିରୁ କିଛି ପ୍ରସଙ୍ଗ କେନ୍ଦ୍ରର ଚଟାଣ, ଛାତ, କାନ୍ଥରେ ଚିତ୍ର ଆକାରରେ ଅଙ୍କାଯାଇଛି। ପିଲାଙ୍କ ଶାରୀରିକ ବିକାଶ ପାଇଁ ବିଭିନ୍ନ ଖେଳ ଉପକରଣ ଦିଆଯାଇଛି। ବସିବା ଲାଗି ଚେୟାର ଟେବୁଲ ବ୍ୟବସ୍ଥା ହୋଇଛି। ପିଲାଙ୍କୁ ଶିଖାଯାଉଥିବା ନାଚଗୀତର ଶୁଟିଂ କରାଯାଇ କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଟିଭିରେ ତାହା ସେମାନଙ୍କୁ ଦେଖାଯାଉଛି। ଏହାଦ୍ୱାରା ପିଲାମାନେ ଆହୁରି ଭଲ କରିବେ ବୋଲି ବିଡିଓ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri