ପଏଁରୀ ତିହାର : ନୃତ୍ୟଗୀତରେ ଦୁଲୁକିଲା ମଞ୍ଚ

ସୋନପୁର,୩।୧(ନି.ପ୍ର.) – ପଶ୍ଚିମ ଓଡିଶାର ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ ଗୁରୁବାର ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ ଦୁଲୁକି ଉଠିଥିଲା। ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ଭୀମଭୋଇ କଳା ମଣ୍ଡପରେ କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ରସରକେଲି, ବଜନିଆ, ଚୁଟ୍‌କୁଚୁଟା ଓ ପତରସଉରା ଭଳି ନୃତ୍ୟରେ ଝୁମିଥିଲେ। ଜାତୀୟସ୍ତରର ଏହି ଲୋକ ନୃତ୍ୟ ଓ ବାଦ୍ୟ ଉତ୍ସବରେ ଅନୁଷ୍ଠାନର ସଭାପତି ଲଡୁ କିଶୋର ମଲ୍ଳିକ ଅଧ୍ୟକ୍ଷତା କରିଥିଲେ। ଏଥିରେ କନିଷ୍ଠ ବାଣିଜ୍ୟ ଅଧିକାରୀ ତୁଳାରାମ କଲେତ ଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣପୁରର ଲୋକକଳା, ସଂସ୍କୃତି ଓ ଲୋକବାଦ୍ୟ ମହାନ ବୋଲି କହିଥିଲେ। ଲୁପ୍ତ ପାଇବାକୁ ବସିଥିବା ଏହି କଳାକୁ ବଞ୍ଚାଇ ରଖିବାକୁ ପଏଁରୀର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ମ୍ୟୁନିସିପାଲିଟି ଇଓ ଜଗଦୀଶ ଚନ୍ଦ୍ର ମହାନନ୍ଦ, ଡିଆଇପିଆରଓ ହରି ଚରଣ ମିଶ୍ର, ସୋନପୁର-ମନମୁଣ୍ଡା ପ୍ରାତଃଭ୍ରମଣ ସ୍ବଚ୍ଛଭାରତ ସଂଗଠନ ସଭାପତି ଲକ୍ଷ୍ମୀନାରାୟଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକ ସଂସ୍କୃତି ଓ ଲୋକକଳା ଅଞ୍ଚଳର ପ୍ରଗତି ସହିତ ଜଡିତ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ପଏଁରୀ ଉପଦେଷ୍ଟା ଅଭିମନ୍ୟୁ କୁଶଳ ଓ ଶ୍ରୀବତ୍ସ ମଲ୍ଳିକ ପ୍ରମୁଖ ଯୋଗଦେଇ ସଂସ୍କୃତି ବଞ୍ଚତ୍ବାର ସ୍ପନ୍ଦନ । ଭାଷା, ସଂସ୍କୃତି ଓ କଳାର ସଂରକ୍ଷଣ ଏବଂ ପ୍ରସାର ପାଇଁ ୨୦ ବର୍ଷ ଧରି ଅନୁଷ୍ଠାନର ଉଦ୍ୟମକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ। ସମ୍ପାଦକ ଚୌଧୁରୀ ବିଭାର ସଭା ସଂଯୋଜନା କରିଥିଲେ। ଯୁବ ସାମାଜିକକର୍ମୀ ମନୋଜ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବଲପୁର କଳାକେନ୍ଦ୍ର ଅନୁଷ୍ଠାନର କଳାକାର ଚୁଟ୍‌କୁଚୁଟା, ପଏଁରୀ ଅନୁଷ୍ଠାନର କଳାକାର ରସରକେଲି, ହରିଆନା ଧର୍ମପୁତ୍ର କଳା ମଞ୍ଚର କଳାକାର ଫଗ୍‌ ନୃତ୍ୟ, ବିନିକା ରୁମୁକୁଝୁମାନା ଅନୁଷ୍ଠାନର କଳାକାର ବଜନିଆ ଓ ବାସୁଦେବପୁରର କଳାକାର ପତରସଉରା ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri