ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ୫ଟି ମଠ, କେତେକ ଘରୋଇ ଓ ବ୍ୟବସାୟିକ କୋଠା ଏବଂ ଭିତର ସେବାୟତ ନିଯୋଗ କାର୍ଯ୍ୟାଳୟ ଭଙ୍ଗାଯାଇଛି। କିନ୍ତୁ ନୂଆବର୍ଷକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି। ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସିବେ । ତେଣୁ ଭକ୍ତଙ୍କ ଲାଗି ସୁବିଧା ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଫୋକସ ଦେଇଛି ପ୍ରଶାସନ। ଏଥିପାଇଁ ଏକାଧିକ କାମ ମଧ୍ୟ ଜାରି ରହିଛି। ନୂଆବର୍ଷ ପରେ ପୁଣି ସୁରକ୍ଷା ଜୋନରେ ଉଚ୍ଛେଦ ଅଭିଯାନ ଜୋର୍‌ ଧରିବ।
ସୁରକ୍ଷା ଜୋନରେ ଗତ ୨୧ତାରିଖଠାରୁ ଉଚ୍ଛେଦ ବନ୍ଦ ରହିଛି। ତେବେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ସବୁଜିମା ରୂପ ଦେବା ଲାଗି କୁଣ୍ଡ ସମେତ ରାଜମହେନ୍ଦ୍ରୀ, ବାଙ୍ଗାଲୋରରୁ ଗଛ ଅଣାଯାଇଛି। ବିଶେଷକରି ସିଂହଦ୍ୱାର ସମ୍ମୁଖ ଭାଗକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏମାର ମଠ ଉଚ୍ଛେଦ ସ୍ଥଳଠୁ ଆରମ୍ଭ କରି ମଙ୍ଗୁ ମଠ, ଲଙ୍ଗୁଳି ମଠ ଫାଙ୍କା ଜାଗାରେ ଗଛଗୁଡ଼ିକୁ ସଜାଇ ରଖାଯାଇଛି। ସେହିପରି ସିଂହଦ୍ୱାର ଚକଡ଼ା ଦୁଇପାର୍ଶ୍ୱ, ଛାଉଣୀ ମଠଠାରୁ କାକୁଡିଖାଇ ମନ୍ଦିର ପର୍ଯ୍ୟନ୍ତ ମେଘନାଦ ପାଚେରି କଡ଼ରେ ଗଛଗୁଡ଼ିକ ରଖାଯାଇଛି। ଏମାର ମଠ ଚକଡ଼ାରେ ବି ଫୁଲ କୁଣ୍ଡ ଶୋଭା ପାଉଥିବାବେଳେ ନୂଆ ବ୍ୟାରିକେଡ କଡରେ ବଡ ବଡ ଗଛ ରଖାଯାଇଛି। ଏମାର ମଠ ଜାଗାରେ ଦୁଇଚକିଆ ଗାଡ଼ିି ପାର୍କିଂ ବ୍ୟବସ୍ଥା ହୋଇଛି। ମଙ୍ଗୁ ମଠ ଉଚ୍ଛେଦ ସ୍ଥଳକୁ ସମତଳ କରାଯାଇ ଟାଇଲ ବିଛାଯାଇଛି। ସାନଛତା ମଠ ଉଚ୍ଛେଦ ସ୍ଥଳରେ ସ୍ଥାୟୀ ଜୋତା ଷ୍ଟାଣ୍ଡ ପାଇଁ କାମ ଚାଲିଛି। ଶୁକ୍ରବାର ସୁଦ୍ଧା ଏହା ସରିବାର ସମ୍ଭାବନା ଅଛି। ପାନୀୟଜଳ, ଶୌଚାଳୟ, ମୋବାଇଲ ରଖିବା ବ୍ୟବସ୍ଥା ବି କରାଯାଇଛି। ନୂତନ ବ୍ୟାରିକେଡ କାମ ସରି ଶେଡ୍‌ କାମ ଚାଲିଛି। ଶେଡ୍‌ ପ୍ରସ୍ତୁତ ହେବା ପରେ ବ୍ୟାରିକେଡ ଖଞ୍ଜାଯିବ ଏବଂ ତଳେ କାର୍ପେଟ ପଡ଼ିବ। ବରିଷ୍ଠ ନାଗରିକ, ମହିଳା ଏବଂ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ। ନୂତନ ବ୍ୟାରିକେଡକୁ ଲାଗି ମନ୍ଦିର ଆଡକୁ ପ୍ରାୟ ୫୨ ଫୁଟ ଚଉଡା ଏବଂ ୨୭୦ ଫୁଟ ଲମ୍ବର ଝୋଟି ଚିତା ଅଙ୍କାଯାଉଛି। ବକୁଳ ଫାଉଣ୍ଡେଶନର ଚିତ୍ର ଶିଳ୍ପୀମାନେ ଏହି ପାରମ୍ପରିକ ଝୋଟିଚିତା ଆଙ୍କୁଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସୁରକ୍ଷା ଜୋନରେ ବର୍ତ୍ତମାନ ଉଚ୍ଛେଦ ସାମୟିକ ବନ୍ଦ ରଖାଯାଇଛି। ନୂଆବର୍ଷ ପରେ ପୁନଶ୍ଚ ଏହା ଆରମ୍ଭ କରାଯିବ। ନୂଆବର୍ଷରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri