ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ କରିବା ମାତ୍ରେ ବାଚସ୍ପତି ଗୃହକୁ ତୁରନ୍ତ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଆମକୁ କହିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ମଙ୍ଗଳବାରଠାରୁ ଗୃହକୁ ଆମେ ଚଳାଇଦେବୁ ନାହିଁ। ବାଚସ୍ପତି ନିଜର ଭୁଲ ସ୍ବୀକାର କରିବା ସହିତ ବିରୋଧୀ ଦଳ ନେତାଙ୍କୁ ମଙ୍ଗଳବାର ବିଧାନସଭାରେ କହିବାକୁ ସୁଯୋଗ ଦେବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ଭାଜପା ସଦସ୍ୟମାନେ ଗତ ୫ ଦିନ ଧରି ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିରୋଧ କରିଆସୁଥିଲେ। ଅଧିବେଶନ ଆରମ୍ଭ ହେବାର ୩ ଦିନ ହଟ୍ଟଗୋଳ କରିବା ପରେ ୨ ଦିନ ନୀରବ ରହିଥିଲେ। ତେବେ ମଙ୍ଗଳବାର ଗୃହ କାର୍ଯ୍ୟରେ ସହଯୋଗ କରିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ପାର୍ଲାମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ବିରୋଧୀ ଦଳରେ ଥିବାବେଳେ କହିବାକୁ ତତକାଳୀନ ବଳରାମ ଝାଗର କହିବାକୁ ସୁଯୋଗ ଦେଇ ନ ଥିଲେ। ସେହି ସମୟରେ ବାଜପେୟୀ କହିଥିଲେ, ଶାସକ ଦଳ ସଂଖ୍ୟା ବଳରେ ସରକାର ଚଲାଇପାରିବେ। ମାତ୍ର ବିରୋଧୀଙ୍କୁ ଅଣଦେଖା କରି ଗୃହ ଚଳାଇପାରିବେ ନାହିଁ। ମୁଁ ଗତକାଲି ମୋର ବକ୍ତବ୍ୟ ଆରମ୍ଭ କରୁ କରୁ ବାଚସ୍ପତି ଗୃହକୁ ବନ୍ଦ କରିଥିଲେ। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଧାନସଭା ଚାଲିଛି। ଗୃହ କାର୍ଯ୍ୟରେ ବିଭ୍ରାଟ ନ ହେବା ପାଇଁ ଆମେ ଗାନ୍ଧୀମୂର୍ତ୍ତି ତଳେ ବସି ନୀରବ ପ୍ରତିବାଦ କରିଥିଲୁ। ପୁର୍ବତନ ଲୋକ ସଭା ବାଚସ୍ପତି ସୋମନାଥ ଚାଟାର୍ଜି ନିଜ ନିରପେକ୍ଷତା ପାଇଁ ଦଳକୁ ଛାଡିଥିଲେ। ବାଚସ୍ପତି କୌଣସି ଦଳର ନୁହଁନ୍ତି, ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ନିରପେକ୍ଷତା ଅବଲମ୍ବନ କରିଥାନ୍ତି। ମାତ୍ର ଆପଣ କେବଳ ନିଜ ଦଳୀୟ ମନୋଭାବ ରଖୁଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ। ଗୃହରେ ମୋର ଯେତିକି କହିବା ଅଧିକାର, ନରସିଂହ ବାବୁ ଏବଂ ଲକ୍ଷ୍ମଣ ମୁଣ୍‌ାଡାଙ୍କର ମଧ୍ୟ ସେତିକି ଅଧିକାର ଅଛି। ନରସିଂହ ମିଶ୍ର, ଭୂପିନ୍ଦର ସିଂ, ବିଜୁ ପଟ୍ଟନାୟକ ଏବଂ ଜାନକୀ ପଟ୍ଟନାୟକ ମଧ୍ୟ ବିରୋଧୀଦଳର ନେତା ଥିଲେ। ମୋତେ କମ୍‌ ବୟସରେ ସେହି ସୁଯୋଗ ମିଳିଛି। ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ପ୍ରଦୀପ୍ତ କହିଲେ ଯେ,ସ୍ବାମୀ ଡ୍ୟୁଟୀରେ ଥିବାବେଳେ ସେ ଆତ୍ମହତ୍ୟା କରିବା ଗ୍ରହଣୀୟ ନୁହେଁ। ଏଥିରେ ଜଡିତ ୫ଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଗିରଫ କରାଯାଇଛି। ଦୁଇଜଣ ସମିତି ସଭ୍ୟ, ଜଣେ ଜିଲାପରିଷଦ ସଭ୍ୟ ଏବଂ ରାମକୋ ସିମେଣ୍ଟ କମ୍ପାନୀର ଜଣେ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ। ଆତ୍ମହତ୍ୟା ରୁପେଶ ଭଦ୍ରାଙ୍କୁ ହସ୍ପିଟାଲ ନେବା ପାଇଁ କିଏ ଅନୁମତି ଦେଇଥିଲେ। ଏସପି ତାଙ୍କ ବିରୋଧରେ ଆପତ୍ତିଜନକଙ୍କ ମନ୍ତବ୍ୟ ଦେଲେ। କାହିଁକି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ରାଜ୍ୟ ମହିଳା କମିଶନର ସ୍ମିତାରାଣୀଙ୍କୁ ନ ପଚରି ହତ୍ୟା ଅଭିଯୁକ୍ତଙ୍କୁ ଯାଇ କାହିଁକି ଭେଟିଲେ। ଏସବୁ ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ଗୃହ ପରିଚାଳନାରେ ବିରୋଧୀ ଦଳଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଚଳିତ ପାର୍ଲିଆମେଣ୍ଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିଲେ। ବିଜେଡି ବିରୋଧୀ ଦଳରେ ଥିଲେ ମଧ୍ୟ ଗୃହ ମଧ୍ୟକୁ ହୋହାଲ୍ଲା କରି ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଶଂସା କରିଛନ୍ତି। କେବଳ ପ୍ରଶଂସା କରିନାହାନ୍ତି, ବିରୋଧୀ ଦଳର ଭୂମିକା କେମିତି ହେବା ଦରକାର ସେନେଇ ମଧ୍ୟ ସୂଚାଇଛନ୍ତି। ପ୍ରଶ୍ନ ବାହାରେ ଅନେକ ଆଲୋଚନା ହେଉଥିବାରୁ ନୂଆ ବିଧାୟକମାନେ କହିବାକୁ ସୁଯୋଗ ପାଉନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଅମରଙ୍କୁ ଆକ୍ଷେପ କରି କହିଲେ ଯେ, ବିଗତ ଅଧିବେଶନରେ ଆପଣ ମଧ୍ୟ ବାଚସ୍ପତିଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଗୃହ ଯେମିତି ପଚରିଚାଳନା ହେଉଛି, ତାହା ସମସ୍ତେ ଜାଣନ୍ତି। ଗୃହ କାର୍ଯ୍ୟ ନଷ୍ଟ ନ ହେବ ବୋଲି ଆମେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲୁ। ପ୍ରଧାନମନ୍ତ୍ରୀଙ୍କ କଥାକୁ ନେଇ ବିଜେଡି ସାର୍ଟିଫିକେଟ୍‌ ଗୋଟାଉ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri