Posted inଖେଳ

ଭାରତରେ ଆୟୋଜନ ହେବ ୨୦୨୩ ହକି ବିଶ୍ୱକପ୍‌

ଲାଓସେନ,୯।୧୧(ପି.ଟି.)- କ୍ରମାଗତ ଦ୍ୱିତୀୟଥର ପାଇଁ ଭାରତ ହକି ବିଶ୍ୱକପ୍‌ ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର ଆଗାମୀ ୨୦୨୩ ସଂସ୍କରଣକୁ ଭାରତ ଆୟୋଜନ କରିବ। ଶୁକ୍ରବାର ଏ ନେଇ ଏଫ୍‌ଆଇଏଚ୍‌ ସ୍ପଷ୍ଟ କରିଛି। ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ଏହି ମେଗା ଇଭେଣ୍ଟ ୨୯ ତାରିଖରେ ଶେଷ ହେବ। ୨୦୧୮ରେ ଅନୁଷ୍ଠିତ ବିଶ୍ୱକପ୍‌ର ଗତ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହୋଇଥିଲା। ସେହିପରି ୨୦୨୨ ମହିଳା ହକି ବିଶ୍ୱକପ୍‌କୁ ସ୍ପେନ୍‌ ଓ ନେଦରଲାଣ୍ଡ୍ସ ମିଳିତ ଭାବେ ଆୟୋଜନ କରିବେ ବୋଲି ଏଫ୍‌ଆଇଏଚ୍‌ କାର୍ଯ୍ୟକାରୀ ବୋର୍ଡର ଗତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ମହିଳା ବିଶ୍ୱକପ୍‌ ଜୁଲାଇ ୧ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ ବୋଲି କୁହାଯାଇଛି। ତେବେ ଦୁଇଟି ବିଶ୍ୱକପ୍‌ର ଭେନ୍ୟୁ ସମ୍ପର୍କରେ ଆୟୋଜକ ଦେଶଗୁଡିକ ପରେ ସୂଚନା ଦେବେ ବୋଲି କୁହାଯାଇଛି।
ଏଥିସହିତ ଭାରତ ପ୍ରଥମ ଦେଶ ଭାବେ ୪ଟି ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ଭାରତ ୧୯୮୨ରେ ମୁମ୍ବାଇ, ୨୦୧୦ରେ ନୂଆଦିଲ୍ଲୀ ଓ ୨୦୧୮ରେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍‌ ଆୟୋଜନ କରିଥିଲା। ସେହିପରି ନେଦରଲାଣ୍ଡ୍ସ ୩ଥର ପୁରୁଷ ବିଶ୍ୱକପ୍‌ ଆୟୋଜନ କରିଛି। ୨୦୨୩ରେ ଭାରତ ସ୍ବାଧୀନତା ହାସଲର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ହକି ଇଣ୍ଡିଆ ଏହି ଅବସରରେ ବିଶ୍ୱକପ୍‌ ଆୟୋଜନ କରି ହକିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ରହିଛି।
ବିଶ୍ୱକପ୍‌ର ପରବର୍ତ୍ତୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ସମେତ ବେଲଜିୟମ ଓ ମାଲେସିଆ ବିଡ୍‌ ଦାଖଲ କରିଥିଲେ। ସେହିପରି ମହିଳା ବିଶ୍ୱକପ୍‌ ପାଇଁ ୫ଟି ଦେଶ ଯଥା ଜର୍ମାନୀ, ସ୍ପେନ୍‌, ନେଦରଲାଣ୍ଡ୍ସ, ମାଲେସିଆ ଓ ନ୍ୟୁଜିଲାଣ୍ଡ ବିଡ୍‌ ଦାଖଲ କରିଥିଲେ। ଗତ ସଂସ୍କରଣର ଫର୍ମାଟ ଅନୁସାରେ ୨୦୨୩ ବିଶ୍ୱକପ୍‌ ଖେଳାଯିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ହକି ପ୍ରସାର ଓ ଇଭେଣ୍ଟର ଆୟକୁ ଦୃଷ୍ଟିରେ ରଖି ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ବୋଲି ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବେଇଲ କହିଛନ୍ତି।
ଏହି ଦୁଇଟି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ଏଫ୍‌ଆଇଏଚ୍‌ ଏକାଧିକ ସୁନ୍ଦର ବିଡ୍‌ ପାଇଥିଲା। ବିଶ୍ୱରେ ହକିର ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ଏଫ୍‌ଆଇଏଚ୍‌ ତରଫରୁ ସ୍ପଷ୍ଟ କରାଯାଇଥିବା ଓ୍ବେଇଲ୍‌ କହିଛନ୍ତି। ଏ ନେଇ ଆମେ ଲୋକାଲ ଅର୍ଗାନାଇଜିଂ କମିଟି ସହ ଜଡିତ ରହି ମିଳିତ ଭାବେ କାର୍ଯ୍ୟ କରିବୁ।
ଉଲ୍ଲେଖଥାଉ କି, ହକି ବିଶ୍ୱକପକୁ ବାଦ୍‌ ଦେଲେ ଭାରତ ଗତ କିଛି ବର୍ଷ ମଧ୍ୟରେ ହକିର ଏକାଧିକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିଛି। ଏହି କ୍ରମରେ ଭାରତ ୨୦୧୪ରେ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି, ୨୦୧୬ରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ, ୨୦୧୭ରେ ଏଫ୍‌ଆଇଏଚ୍‌ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ, ୨୦୧୯ରେ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଓ କିଛି ଦିନ ତଳେ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ସଫଳତାର ସହ ଆୟୋଜନ କରିଥିଲା। ବିଶ୍ୱକପ ଆୟୋଜନ ଅଧିକାର ପାଇଥିବାରୁ ଆମେ ବହୁତ ଖୁସି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଭାରତ ଶେଷଥର ପାଇଁ ୧୯୭୫ରେ ହକି ବିଶ୍ୱକପ୍‌ ଜିତିଥିଲା ଓ ଏହି ଅବସରରେ ଭାରତ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ କରିବ। ଏହା ନିଶ୍ଚିତ ଭାବେ ଖୁସିର କଥା ବୋଲି ସେ କହିଛନ୍ତି। ୨୦୧୮ରେ ଭୁବନେଶ୍ୱରରେ ଆମେ ବେଶ୍‌ ସଫଳତାର ସହ ବିଶ୍ୱକପ୍‌ ଆୟୋଜ କରିଥିଲୁ। ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଇଭେଣ୍ଟରେ ପରିଗଣିତ ହେଉଛି ବୋଲି ସେ କହିଛନ୍ତି। ଏହି ବିଶ୍ୱକପ୍‌ ଆୟୋଜନ ଅଭିଜ୍ଞତାରୁ ଫାଇଦା ଉଠାଇ ଆହୁରି ଉନ୍ନତ ଭାବେ ୨୦୨୩ ଇଭେଣ୍ଟ ଆୟୋଜନ କରିବୁ ବୋଲି ମହମ୍ମଦ ମୁସ୍ତାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri