ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିକଲା ଭାଜପା

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ଦାୟିତ୍ୱ। ଏହା ବିଜେଡିର ରାଜନୈତିକ ପଦବୀ ନୁହେଁ । ଯାଜପୁର ଜିଲାର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ କମିଶନ ଅଧ୍ୟକ୍ଷା ଉପଯୁକ୍ତ ତଦନ୍ତ କରୁ ନ ଥିବା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଶନିବାର ରାଜ୍ୟ ମୁଖ୍ୟାଳୟରେ ଖବରଦାତା ସମ୍ମିଳନୀ କରି କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ କରିବା ସହ ଇସ୍ତଫା ଦାବି କରିଛନ୍ତି। ପ୍ରଭାତୀ କହିଛନ୍ତି ଯେ, ବଳାତ୍କାର ଓ ହତ୍ୟା ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିିନତି ବେହେରା ପ୍ରଥମେ ଚୁପ ରହିଲେ। ପରବର୍ତ୍ତୀ ସମୟରେ ତଦନ୍ତର ଶିଥିଳତା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଅନୁସନ୍ଧାନ ନିରପେକ୍ଷ ଭାବେ ଚାଲୁଥିବା ମତ ଦେଇଥିଲେ। ହେଲେ ତଦନ୍ତ ଠିକ୍‌ ଭାବେ ଚାଲୁନାହିଁ। କମିଶନ ଅଧ୍ୟକ୍ଷା ଗତ ୧୯ରେ ସେ ଯାଜପୁର ଯାଇ ତଦନ୍ତ କରିଥିବା କଥା କହୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ା ଯଦି ତଦନ୍ତ କରି ଯାଇଥିଲେ, ତେବେ କାହାକୁ ଭେଟିଥିଲେ ବୋଲି ପ୍ରଭାତୀ ପ୍ରଶ୍ନ କରିଛନ୍ତି। ଅଧ୍ୟକ୍ଷା ସ୍ମିତାଙ୍କ ପରିବାରକୁ ଭେଟିଥିଲେ କି। ମହିଳା କମିଶନ ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଗାଁକୁ ଯାଇ ନ ଥିବା, ଏପରିକି ସ୍ମିତାଙ୍କ ସ୍ବାମୀଙ୍କୁ ଭଲଭାବେ ଚିହ୍ନି ନାହାନ୍ତି। କାହା ପାଖରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଗସ୍ତର ଖବର ନାହିଁ। ତେଣୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଉପଯୁକ୍ତ ଢଙ୍ଗରେ ନିଜ ଦାୟିତ୍ୱ ପାଳନ କରୁ ନ ଥିବା ଅଧ୍ୟକ୍ଷା ଇସ୍ତଫା ଦିଅନ୍ତୁ ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଯଦି ଅଧ୍ୟକ୍ଷା ଇସ୍ତଫା ନ ଦିଅନ୍ତି, ତେବେ ଚଳିତ ମାସ ୨୮ରେ ମହିଳା ମୋର୍ଚ୍ଚା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri