Posted inଫୁରସତ

ଗଛ ପାଲଟୁଛି ଆସବାବ

କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍‌ ମୁନ୍‌ରୋ ଏବଂ ଆଲାଇସ୍‌ ମୁନ୍‌ରୋ ଗଛ ଲଗାଉଛନ୍ତି ଗଛକୁ ଭିନ୍ନଭିନ୍ନ ଆକୃତି ଦେବା ପାଇଁ। ତାହା ପୁଣି ଚେୟାର, ଟେବୁଲ ଆଉ ଖଟର ଆକାର। ସେଥିଲାଗି ସେମାନେ ଦୁଇ ଏକର ଜାଗାରେ ଗଛ ଲଗେଇବା ଆରମ୍ଭ କରିଦେଇଛନ୍ତି। ସେତିକିନୁହେଁ, ଗଛ ସବୁ ବଢ଼ିବା ଆରମ୍ଭ କରୁ କରୁ ତାହାକୁ ଚେୟାର, ଟେବୁଲ, ବେଞ୍ଚ, ଖଟ ଭଳି ବଢ଼ାଉଛନ୍ତି। ସେସବୁର ଆକାରରେ ଗଛଗୁଡ଼ିକ ଯେପରି ବଢ଼ିପାରିବ ଆଉ ଏକାଧିକ ଗଛକୁ ମିଶାଇ ଯେମିିତି ଗୋଟିଏ ଆସବାବ କରାଯାଇପାରିବ ତାହାର ବ୍ୟବସ୍ଥା କରୁଛନ୍ତି। ଗ୍ୟାଭିନ୍‌ ଓ ଆଲାଇସ୍‌ଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟ ଦେଇ ଗତି କରୁଛି। ଗ୍ରୀନ୍‌ ହାଉସ୍‌ ଗ୍ୟାସ ଆମର ବାୟୁମଣ୍ଡଳକୁ କବଳିତ କରିସାରିଲାଣି। ଏଭଳି ପରିପ୍ରେକ୍ଷୀରେ କେହି ଯଦି ଜୀବ ଜଗତକୁ ବଞ୍ଚାଇପାରେ ତା’ହେଲେ ତାହା ହେଉଛି ଗଛ। ତେଣୁ ଗଛକୁ କାଟି ସେଥିରୁ ଟେବୁଲ, ଚେୟାର, ଖଟ ଆଦି କରିବା ହେଉଛି ସବୁଠାରୁ ବୋକାମୀ। ନିଜର ସୁଖ ପାଇଁ ଗୋଟିଏ ୬୦ବର୍ଷର ଗଛକୁ ମାରିଦବାର କିଛି ମାନେ ନ ଥାଏ। ସେଥିଲାଗି ସେମାନଙ୍କର ଏହି ଅଭିଯାନ। ଦୁଇତିନୋଟି ଗଛ ମିଶିଗଲେ ହୋଇଯିବ ଗୋଟିଏ ଚେୟାର। ମୁକ୍ତବାୟୁ ମଣ୍ଡଳରେ ସେ ଚେୟାର ରହିବ। ଚେୟାର ହେଇ ବି ଅମ୍ଳଜାନ ଯୋଗାଇବ। ବିଶ୍ୱକୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ ଆରମ୍ଭ ବୋଲି କହିଛନ୍ତି ବ୍ରିଟେନ୍‌ର ଏହି ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri