ଜାନୁୟାରୀରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଜାନୁୟାରୀ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। ୩ ମାସ ଅବଧି ପରେ ଏହି ନିୟମକୁ ଆହୁରି କଠୋର ଭାବେ ଲାଗୁ କରାଯିବ। ସେ ନେଇ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ରାଜ୍ୟର ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ଶୁକ୍ରବାର ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ରାସ୍ତା ସୁରକ୍ଷା ନେଇ ଆରଟିଓମାନେ ଜିଲା ସଡ଼କ ସୁରକ୍ଷା କମିଟି ସହ ଆଲୋଚନା କରିବେ। ଶିକ୍ଷାନୁଷ୍ଠାନଗୁଡିକରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଏନଜିଓ ସହଯୋଗରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ, କମ୍ୟୁନିଟି ସେଣ୍ଟର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାଉଣ୍ଟର ଖୋଲି ଲର୍ନିଂ ଲାଇସେନ୍ସ ଦେବାକୁ ପରାମର୍ଶ ଦିଆଯାଇଛି। ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ସେ ବିଷୟରେ ଜନସାଧାରଣଙ୍କ ଅବଗତି ନିମନ୍ତେ ରେଟ୍‌ ଚାର୍ଟ ଝୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟସ୍ଥ ଯେପରି କାର୍ଯ୍ୟାଳୟକୁ ନ ଆସନ୍ତି ସେ ଦିଗରେ ଦୃଷ୍ଟି ଦେବା ସହ ଅଭିଯୋଗ ପାଇଁ ହେଲ୍‌ପ ଲାଇନ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି। ଜନସଚେତନତା ପାଇଁ ରାସ୍ତା କଡ଼ରେ ପର୍ଯ୍ୟାପ୍ତ ପରିମାଣର ହୋର୍ଡିଂ ଲଗାଇବାକୁ କୁହାଯାଇଛି। ଏହାଛଡା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କର୍ମଶାଳା, ସଚେତନତା କ୍ୟାମ୍ପ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଟ୍ରାଫିକ୍‌ ନିୟମ ବିଷୟରେ ପ୍ରତିଯୋଗିତା ଆଦି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୩ଟି ବର୍ଗରେ ବିଭକ୍ତ କରାଯାଇଥିବା ଆରଟିଓଗୁଡିକୁ ଟ୍ରାଫିକ୍‌ ନିୟମ ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ ପାଇଁ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ବାଲେଶ୍ୱର, ଭୁବନେଶ୍ୱର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ, ଭଦ୍ରକ ଆରଟିଓକୁ ୧୦ ଲକ୍ଷ, ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡା, ଯାଜପୁର, ଜଗତ୍‌ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼କୁ ୭.୫ ଲକ୍ଷ ଏବଂ ଭଞ୍ଜନଗର, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ଫୁଲବାଣୀ, ସୋନପୁର ଏବଂ ତାଳଚେର ଆରଟିଓକୁ ୫ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦିଆଯିବ।
ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ଏଥିରେ ମୃତାହତକୁ ନେଇ ବେଳକୁ ବେଳ ଚିନ୍ତା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଏହା ଅତ୍ୟନ୍ତ ଉଦ୍‌ବେଗର କାରଣ ହୋଇଛି। ୨୦୧୮ରେ ସଡ଼କ ଦୁର୍ଘଟଣା ଯୋଗୁ ୫୩୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ୩୫ ହଜାର ଲୋକଙ୍କ ପ୍ରାଣହାନି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri