NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA ଏହା ଘୋଷଣା କରି କହିଛି, ତାଙ୍କର ଅବସର ଡିସେମ୍ବର ୨୭, ୨୦୨୫ରେ, ଗତ ଖ୍ରୀଷ୍ଟମାସ ପରେ ଲାଗୁ ହୋଇଥିଲା। ସୁନିତାଙ୍କର ସାମ୍ପ୍ରତିକ ୧୦ ଦିନିଆ ମହାକାଶ ଅଭିଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ସାଢ଼େ ୯ ମାସର ମିଶନ ପରେ ହୋଇଥିଲା।

ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି, ସୁନିନା ୱିଲିୟମ୍ସ ମାନବ ମହାକାଶ ଉଡ଼ାଣରେ ଜଣେ ଅଗ୍ରଣୀ, ମହାକାଶ ଷ୍ଟେଶନରେ ତାଙ୍କ ନେତୃତ୍ୱ ମାଧ୍ୟମରେ ଅନୁସନ୍ଧାନର ଭବିଷ୍ୟତକୁ ଗଢ଼ି ତୋଳିଥିଲେ ଏବଂ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜି୍ୟକ ମିଶନ ପାଇଁ ପଥ ପ୍ରଶସ୍ତ କରିଥିଲେ।

ସେ ଆହୁରି କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ତାଙ୍କର କାର୍ଯ୍ୟ ଚନ୍ଦ୍ରକୁ ଆର୍ଟେମିସ ମିଶନ ଏବଂ ମଙ୍ଗଳ ଯାତ୍ରା ପାଇଁ ମୂଳଦୁଆ ସ୍ଥାପନ କରିଥିଲା, ଏବଂ ତାଙ୍କର ଅସାଧାରଣ ସଫଳତା ପିଢ଼ିକୁ ବଡ଼ ସ୍ବପ୍ନ ଦେଖିବା ଏବଂ ସମ୍ଭବ ସୀମାକୁ ଆଗକୁ ବଢାଇବାକୁ ପ୍ରେରଣା ଦେବ। ଆପଣଙ୍କର ଯୋଗ୍ୟ ଅବସର ପାଇଁ ଅଭିନନ୍ଦନ। NASA ଏବଂ ଆମ ଦେଶ ପାଇଁ ଆପଣଙ୍କ ସେବା ପାଇଁ ଆପଣଙ୍କୁ ଧନ୍ୟବାଦ।

ଭାରତୀୟ ଜନ୍ମିତ ମହାକାଶଚାରୀ ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ ଏବଂ ତିନୋଟି ଉଡ଼ାଣରେ ମହାକାଶରେ ୬୦୮ ଦିନ ବିତାଇଛନ୍ତି। ଏହା କୌଣସି ନାସା ମହାକାଶଚାରୀଙ୍କ ଦ୍ୱାରା ମହାକାଶରେ ବିତାଇଥିବା ସବୁଠାରୁ ଦୀର୍ଘ ସମୟ ମଧ୍ୟରେ ଦ୍ୱିତୀୟ। ଜଣେ ଆମେରିକୀୟଙ୍କ ଦ୍ୱାରା ସର୍ବାଧିକ ଏକକ ମହାକାଶଯାତ୍ରା ତାଲିକାରେ ସେ ଷଷ୍ଠ ସ୍ଥାନରେ ଅଛନ୍ତି, ନାସା ମହାକାଶଚାରୀ ବୁଚ ୱିଲମୋରଙ୍କ ସହିତ ସମାନ, ଯିଏ ନାସାର ବୋଇଂ ଷ୍ଟାରଲାଇନର୍‌ ଏବଂ ସ୍ପେସ ଏକ୍ସ କ୍ରୁ-୯ ମିଶନରେ ୨୮୬ ଦିନ ବିତାଇଥିଲେ।

ୱିଲିୟମ୍ସ ୯ଟି ସ୍ପେସୱାକ ଶେଷ କରିଛନ୍ତି। ମୋଟ ୬୨ ଘଣ୍ଟା ୬ ମିନିଟ, ଯେକୌଣସି ମହିଳା ମହାକାଶଚାରୀଙ୍କ ଦ୍ୱାରା ସର୍ବାଧିକ ଏବଂ ନାସାର ସର୍ବକାଳୀନ ତାଲିକାରେ ଚତୁର୍ଥ। ସେ ମହାକାଶରେ ମାରାଥନ ଦୌଡ଼ିଥିବା ପ୍ରଥମ ବ୍ୟକ୍ତି ମଧ୍ୟ ଥିଲେ।

ସୁନିତା ୱିଲିୟମ୍ସଙ୍କ ପିତା ଜଣେ ନ୍ୟୁରୋଆନାଟୋମିଷ୍ଟ। ଗୁଜରାଟର ମେହସାଣା ଜିଲାର ଝୁଲାସନରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରେ ସେ ଆମେରିକା ଚାଲିଯାଇଥିଲେ ଏବଂ ସ୍ଲୋଭେନିଆର ବୋନି ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ସୁନିତା ଆମେରିକାରେ ଜନ୍ମଗ୍ରହଣ କରିଥିଲେ ଏବଂ ଜଣେ ଆମେରିକୀୟ ନାଗରିକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri