Posted inଜାତୀୟ

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ ତାଙ୍କ ସହିତ ଦଳର ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଏଏପି ଛାଡୁଛନ୍ତି। ଏବଂ ସେମାନେ ଭାଜପାରେ ଯୋଗଦେବେ। ସେ ଆମ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଏହା ଆଉ ପୂର୍ୱ ଭଳି ଦଳ ନାହିଁ। ଏହାର ଜବାବରେ, ଦିଲ୍ଲୀର ପୂର୍ୱତନ ମୁଖ୍ୟମନ୍ତ୍ରୀ ଏବଂ ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ପ୍ରତିକ୍ରିୟା ଜାରି କରିଛନ୍ତି।

Xରେ ଏକ ପୋଷ୍ଟରେ ଭାଜପାକୁ କଟାକ୍ଷ କରି ଅରବିନ୍ଦ କେଜରିୱାଲ କହିଛନ୍ତି, “ଭାଜପା ପୁଣି ଥରେ ପଞ୍ଜାବର ଲୋକଙ୍କୁ ବିଶ୍ୱାସଘାତକତା କରିଛି।”

ଭାଜପାରେ ଯୋଗଦେବେ: ରାଘବ ଚଢା, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ହରଭଜନ ସିଂ, ସନ୍ଦୀପ ପାଠକ, ବିକ୍ରମଜିତ୍‌ ସିଂ ସାହନି, ରାଜେନ୍ଦ୍ର ଗୁପ୍ତା

ରାଘବ ଚଢା କହିଛନ୍ତି, “ମୁଁ ନିଶ୍ଚିତ କରୁଥିଲି ଯେ ସବୁକିଛି ଭଲ ଭାବରେ ଘଟେ। ମୁଁ ଦଳର କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଥିଲି କାରଣ ମୁଁ ସେମାନଙ୍କ ଭୁଲରେ ସାମିଲ ହେବାକୁ ଚାହୁଁ ନଥିଲି। ମୁଁ ସେମାନଙ୍କ ଭୁଲରେ ଭାଗ ନେବାକୁ ମନା କରିଦେଇଥିଲି, ତେଣୁ ମୁଁ ସେମାନଙ୍କ ବନ୍ଧୁତାର ଅଯୋଗ୍ୟ ବୋଲି ବିବେଚିତ ହୋଇଥିଲି। ଆମ ପାଖରେ କେବଳ ଦୁଇଟି ବିକଳ୍ପ ବାକି ଥିଲା, ସମ୍ପୂର୍ଣ୍ଣ ରାଜନୀତି ଛାଡିଦେବା, କିମ୍ବା ସକାରାତ୍ମକ ରାଜନୀତିରେ ସାମିଲ ହେବା ପାଇଁ ଆମର ଅଭିଜ୍ଞତାକୁ ବ୍ୟବହାର କରିବା। ଫଳସ୍ୱରୂପ, ଆମେ ନିଷ୍ପତ୍ତି ନେଇଥିଲୁ ଯେ ରାଜ୍ୟ ସଭାରେ ଦୁଇ-ତୃତୀୟାଂଶ ଏଏପି ଏମପି  ଭାଜପାରେ ମିଶିଯିବେ।”


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri