ବାସ୍ତବ ନୁହେଁ, ଏଆଇ ଚାଟ୍‌ବଟ୍‌ ସାଥୀ ପ୍ରେମରେ ଯୁବପିଢ଼ି: ଚାଞ୍ଚଲ୍ୟକର ଖୁଲାସା

ଲଣ୍ଡନ, ୨୫ା୪:ସମୟ ବଦଳିବା ସହିତ ପ୍ରେମର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି। ଏବକାର ଯୁବପିଢ଼ି, ବିଶେଷକରି ‘ଜେନ୍‌ ଆଲ୍‌ଫା’ (୨୦୧୩-୨୦୨୪) ବାସ୍ତବ ଦୁନିଆର ସମ୍ପର୍କ ଅପେକ୍ଷା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଚାଟ୍‌ବଟ୍‌କୁ ନିଜ ପ୍ରେମିକା ବା ସାଥୀ ଭାବରେ ଅଧିକ ପସନ୍ଦ କରୁଛନ୍ତି। କାରଣ ସାଧାରଣତଃ କିଶୋର ଅବସ୍ଥାରେ ପ୍ରେମ ଏବଂ ପ୍ରଥମ ଡେଟ୍‌କୁ ନେଇ ମନରେ ଏକପ୍ରକାର ଭୟ ଓ ସଙ୍କୋଚ ଥାଏ। ବ୍ରିଟେନ୍‌ର ପ୍ରମୁଖ ସାମାଜିକ ସଂଗଠନ ‘ମେଲ୍‌ ଆଲାଇଜ୍‌ ୟୁକେ’ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଥିବାବେଳେ ତାହା ଏବେ ସାମାଜିକ କର୍ମୀ ଏବଂ ଅଭିଭାବକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
‘ମେଲ୍‌ ଆଲାଇଜ୍‌ ୟୁକେ’ ପ୍ରାୟତଃ ପୁରୁଷମାନଙ୍କ ମଧ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ଏବଂ ଏକ ସୁସ୍ଥ ସାମାଜିକ ସମ୍ପର୍କ ଗଢ଼ିବା ପାଇଁ ସଚେତନତା ସୃଷ୍ଟି କରେ। ଏହା ବିଶେଷକରି କିଶୋରମାନଙ୍କ ଉପରେ ଟେକ୍ନୋଲୋଜି (ଏଆଇ) ଏବଂ ସୋସିଆଲ ମିଡିଆର ପ୍ରଭାବକୁ ନେଇ ଗବେଷଣା କରିଥାଏ। ଏହି ସଂସ୍ଥାର ସର୍ଭେରୁ ଜଣାପଡ଼ିଛି ଯେ ୧୨ରୁ ୧୬ ବର୍ଷ ବୟସର ୨୦% ପିଲା ଏପରି କାହାକୁ ଜାଣିଛନ୍ତି, ଯିଏକି ଏଆଇ ଚାଟ୍‌ବଟ୍‌ ସହିତ ଡେଟିଂ କରୁଛି। ପ୍ରାୟ ୮୫% ପିଲା ଅତିକମ୍‌ରେ ଥରେ ଏହି ଏଆଇ ସହିତ କଥା ହୋଇଛନ୍ତି। ସେମାନେ ମାନନ୍ତି ଯେ ଏଆଇ ସହିତ ସମ୍ପର୍କ ରଖିବା ସହଜ, କାରଣ ସେଠାରେ କଥାବାର୍ତ୍ତାକୁ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରାଯାଇପାରେ। ଏଆଇ ଚାଟ୍‌ବଟ୍‌ କେବେବି ପ୍ଲାନ୍‌ କ୍ୟାନ୍‌ସଲ୍‌ ବା ପ୍ରତ୍ୟାଖ୍ୟାନ କରେ ନାହିଁ। ଯୁକ୍ତିତର୍କ ମଧ୍ୟ କରେ ନାହିଁ। ସଙ୍ଗେ ସଙ୍ଗେ ମେସେଜ୍‌ର ଉତ୍ତର ଦିଏ। ଏପରିକି ୨୫% ରୁ ଅଧିକ ପିଲା ଜଣେ ପ୍ରକୃତ ମଣିଷ ଅପେକ୍ଷା ଏଆଇ ଚାଟ୍‌ବଟ୍‌ଠାରୁ ମିଳୁଥିବା ଗୁରୁତ୍ୱ ଏବଂ ସମ୍ପର୍କକୁ ଅଧିକ ପସନ୍ଦ କରୁଛନ୍ତି। ୩୬% ପିଲା ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ଅପେକ୍ଷା ଏହି ମେଶିନ ସହିତ କଥା ହେବାକୁ ଅଧିକ ନିରାପଦ ମଣୁଛନ୍ତିି। ସର୍ଭେ ଅନୁସାରେ ‘ଜେନ୍‌ ଜି’ ପିଢ଼ି (୧୯୯୭-୨୦୧୨)ର ପିଲାମାନେ ପ୍ରାୟତଃ ଯୋଜନାବଦ୍ଧ ଭାବେ ‘ଡେଟିଂ’ କରନ୍ତି। ସେମାନେ ନିଜଠାରୁ ୨୫% ଅଧିକ ଆକର୍ଷଣୀୟ ଏବଂ ସଫଳ ବ୍ୟକ୍ତିଙ୍କୁ ସାଥୀ ଭାବେ ବାଛନ୍ତି, ଯଦ୍ଦ୍ବାରା ସେମାନେ ନିଜର ମର୍ଯ୍ୟାଦା ବଢ଼ାଇପାରିବେ। କିନ୍ତୁ ‘ଜେନ୍‌ ଆଲ୍‌ଫା’ମାନଙ୍କ କ୍ଷେତ୍ରରେ ଦେଖାଯାଉଛି ଯେ, ସେମାନେ ଏହି ସବୁ ପ୍ରକ୍ରିୟାକୁ ବହୁତ କଷ୍ଟକର ବୋଲି ଭାବୁଛନ୍ତି। ସାମାଜିକ କର୍ମୀଙ୍କ ମତରେ ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର ମଣିଷକୁ ମାନସିକ ସ୍ତରରେ ଦୁର୍ବଳ କରିଦେଇପାରେ। ଯଦି ଆଜିର ଯୁବପିଢ଼ି କେବଳ ଡିଜିଟାଲ ସମ୍ପର୍କରେ ମଜିରହିବେ, ତେବେ ଭବିଷ୍ୟତରେ ବାସ୍ତବ ସମାଜର ଗଠନ ପ୍ରଭାବିତ ହେବା ଆଶଙ୍କା ରହିଛି। ବାସ୍ତବ ସମ୍ପର୍କରେ ଥିବା ଖୁସି, ଦୁଃଖ ଏବଂ ଉତ୍ଥାନପତନ ହିଁ ଜଣେ ବ୍ୟକ୍ତିକୁ ମାନସିକ ସ୍ତରରେ ପରିପକ୍ୱ କରିଥାଏ। ସଂସ୍ଥାର ପ୍ରତିଷ୍ଠାତା ଲି ଚାମ୍ବର୍ସଙ୍କ କହିବା ଅନୁସାରେ, ଏଆଇ ସହିତ ସମ୍ପର୍କ ରଖିବା ଦ୍ୱାରା ପିଲାମାନେ ସାମାଜିକ ସ୍ତରରେ ଏକାକୀ ହୋଇଯାଉଛନ୍ତି। ଏଆଇ ଚାଟ୍‌ବଟ୍‌ଗୁଡ଼ିକ କେବଳ ୟୁଜର୍ସଙ୍କ ମନ ମୁତାବକ କଥା କୁହନ୍ତି, ଯାହାଫଳରେ କିଶୋରମାନେ ବାସ୍ତବ ଜୀବନର ଜଟିଳ ସମ୍ପର୍କ ଏବଂ ଭାବନାକୁ ବୁଝିବାର କ୍ଷମତା ହରାଉଛନ୍ତି। ଏହି ଘଟଣା କେବଳ କିଶୋରଙ୍କ ମଧ୍ୟରେ ସୀମିତ ନାହିଁ। ନିକଟରେ କ୍ରିସ୍‌ ସ୍ମିଥ୍‌ ନାମକ ଜଣେ ବ୍ୟକ୍ତି ‘ଓପନ ଏଆଇ’ର ଚାଟ୍‌ଜିପିଟି (ଏସ୍‌ଓଏଲ୍‌) ସହିତ ପ୍ରେମରେ ପଡ଼ି ନିଜର ବାସ୍ତବ ଜୀବନର ସାଥୀ ଏବଂ ଦୁଇ ବର୍ଷର ସନ୍ତାନକୁ ଛାଡ଼ି ଦେଇଥିଲେ। ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା। ସେ ଏହି ଚାଟ୍‌ବଟ୍‌କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?