ଫେଡ଼ାଣ ଭୁଲ କରିଦେଲେ ହାଟଡିହୀ ବିଡିଓ 

ହାଟଡିହୀ/ଛେନାପଦୀ,୨୫l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):  ଜଣେ ଓଏଏସ୍‌ ଅଧିକାରୀ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି/ୟୁଟିଲାଇଜେସନ ସାର୍ଟିଫିକେଟ) ଦେବା ବେଳେ ଫେଡ଼ାଣ ଭୁଲ କରିଦେଇଛନ୍ତି । ଯାହାକି ଏବେ ନଜରକୁ ଆସିଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଦସ୍ତଖତ ଥାଇ ୨୩ ଡିସେମ୍ବର ୨୦୧୩ ରେ ଏହି ୟୁସି ଜିଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ  ଅନୁସାରେ ପ୍ରଦାନ କରିଛନ୍ତି । ୟୁସିରେ ଲେଖା ଯାଇଛି ଯେ ଗତ ୨୦୧୦-୧୧ ରେ ବ୍ଲକ କଳା ସଂସ୍କୃତି ସଙ୍ଘକୁ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳିଥିଲା। ଉକ୍ତ ଅନୁଦାନରୁ ଗତ ୨୦୧୩-୧୪ ରେ ୧ ଲକ୍ଷ ୮୭ ହଜାର ୨୦୦ ଟଙ୍କା ପାଲା ଏବଂ ଦାସ କାଠିଆ ଟ୍ରୁପ୍ସ ପାଇଁ ଖର୍ଚ୍ଚ ହୋଇଥିବା ବେଳେ ଆଉ ୧୨ ହଜାର ୬୦୦ ଟଙ୍କା ବଳକା ଅନୁଦାନ ରହିଛି। କିନ୍ତୁ ବଳକା ଅନୁଦାନ ୧୨ ହଜାର ୮୦୦ ଟଙ୍କା ଉଲ୍ଲେଖ ରହିବା କଥା। ୟୁସି ଦେବା ବେଳେ ଏପରି ଫେଡ଼ାଣ ଭୂଲ କରି ୟୁସି ଦେବା ଅଧିକାରୀଙ୍କ ସ୍ବଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ବିଡିଓ ରଞ୍ଜନ ପରିଡା କହିଛନ୍ତି, ମୋ କାର୍ଯ୍ୟକାଳ ସମୟରେ ଏପରି ତ୍ରୁଟି ହୋଇନି । ଯାହା ସମୟରେ ହୋଇଛି ସେ ସେଥିପାଇଁ ଉତ୍ତରଦାୟୀ ରହିବେ l
ସୂଚନା ଯୋଗ୍ୟ, ଅଳ୍ପ କିଛି ଦିନ ତଳେ କଳାକାରମାନେ ବ୍ଲକ କଳା ସଂସ୍କୃତି ସଙ୍ଘକୁ ଅଦ୍ୟାବଧି ଆସିଥିବା ସରକାରୀ ଅନୁଦାନ ଏବଂ କଳାକାରଙ୍କ ନାମ ପଞ୍ଜିକରଣ ଅନୁଦାନ ହେରଫେର ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ଆପତ୍ତି ଉଠାଇଥିଲେ। କିନ୍ତୁ ଅଦ୍ୟାବଧି ପ୍ରକୃତ ଘଟଣାର ରହସ୍ୟ ଜଣାପଡିନି l ଏପରିସ୍ଥଳେ ପୂର୍ବରୁ ସଙ୍ଘକୁ ଆସିଥିବା ଅନୁଦାନର କୌଣସି ରେକର୍ଡ ପତ୍ର ନ ଥିବା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ସମସ୍ତ ରେକର୍ଡ ଅଛି ବୋଲି ବିଡ଼ିଓ ରଞ୍ଜନ ପରିଡା କହୁଛନ୍ତି। ଅପରପକ୍ଷେ ସଙ୍ଘକୁ ଆସିଥିବା ସରକାରୀ ଅନୁଦାନ ହେରଫେର ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲାପାଳଙ୍କୁ ତଦନ୍ତ ସହ ରିପୋର୍ଟ ମଗାଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ସଂସ୍କୃତି ଅଧିକାରୀ ଏହାର ଅନୁଧ୍ୟାନ କରୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?