୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତ: ପ୍ରଧାନମନ୍ତ୍ରୀ ଦେଲେ ଅପଡେଟ

ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତି କରୁଛି।

୭୨ତମ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍‌ର ଉଦ୍‌ଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ବିଗତ ଦଶନ୍ଧିରେ ଦେଶର ବିଭିନ୍ନ ସହରରେ U-17 ଫିଫା ବିଶ୍ୱକପ୍, ହକି ବିଶ୍ୱକପ୍ ଏବଂ ବଡ଼ ଚେସ୍ ଟୁର୍ଣ୍ଣାମେଣ୍ଟ ସମେତ ୨୦ରୁ ଅଧିକ ପ୍ରମୁଖ ଆନ୍ତର୍ଜାତିକ ଇଭେଣ୍ଟ ଅନୁଷ୍ଠିତ ହୋଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ୨୦୩୦ କମନୱେଲଥ୍ ଗେମ୍ସ ଏବଂ ତା’ପରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି।

ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଭଲିବଲ୍ ଚାମ୍ପିଅନସିପ୍‌ରେ ଦେଶର ୫୮ଟି ଦଳରୁ ୧,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ବାରାଣସୀରେ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଦ୍ୱାରା ଏହି ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ...

ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ…

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ...

ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ, ଉପହାସ କଲେ ପ୍ରଶଂସକ

ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବିୟ। ଏକ ପ୍ରେସ୍ କନଫରେନ୍ସରେ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍‌ର...

“କୁକୁଡ଼ା, ଛେଳିଙ୍କର କ’ଣ ଜୀବନ ନାହିଁ?” ବୁଲା କୁକୁର ପ୍ରେମୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭ା୧: ବୁଲା କୁକୁର ସମସ୍ୟା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। କେବଳ କୁକୁରମାନଙ୍କ ଉପରେ କାହିଁକି ତର୍କ କରାଯାଉଛି...

ପ୍ରଭାବହୀନ ଟ୍ରମ୍ପ୍‌ଙ୍କ ‘ଟାରିଫ୍’, ଦୁଇବର୍ଷରେ ସର୍ବାଧିକ ରହିବ ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୧: ବିଶ୍ୱର ସମସ୍ତ ଦେଶ ଉପରେ ଆମେରିକାର ଟାରିଫ୍ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ...

ମହାରାଷ୍ଟ୍ରର ଏହି ଆସନରେ ଐତିହାସିକ ଖେଳ, ବିଜେପି-କଂଗ୍ରେସ କୋଳାକୋଳି

ମୁମ୍ବାଇ,୭ା୧:ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟରେ ଏପରି ଏକ ରାଜନୈତିକ ମୋଡ଼ ଦେଖାଗଲା ଯାହା ସମସ୍ତ ଦଳ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଥାନେର ଅମ୍ବରନାଥ ପୌର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri