କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି।
ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହେନ୍ଦ୍ର କୁମାର ଧରୁଆ, ନୃପରାଜ ନାଏକ, ଉଦ୍ଧବ ଧରୁଆ, ଗୋସିଙ୍ଗ ଧରୁଆ, ବୈଦ ମାଝୀ, ବାମଦେବ ଧରୁଆ, ମେହୁରଲାଲ ମାଝୀ, ତ୍ରିନାଥ ପୋଟା ପ୍ରମୁଖ ଉପସ୍ଥିତ ରହିଥିଲେ। ସଭାରେ ଗଣ୍ଡ ସମାଜର ଶିକ୍ଷା, ସଂସ୍କୃତି, ରାଜନୀତି, ଅର୍ଥନୈତିକ, ସମାଜକୁ ସଂଗଠନ ଓ ମୌଳିକ ଅଧିକାର ପାଇଁ ଆଲୋଚନା କରାଯାଇଥିଲା। ଶେଷରେ ନେତ୍ରାନନ୍ଦ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

