ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍ ଆତଙ୍କ। ଦ୍ରୁତଗତିରେ ଏକ ଥାର୍ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ ମାଲିକ ସହ ୨ଜଣ ସହଯୋଗୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷେ ନିଶାସକ୍ତ ଅବସ୍ଥାରେ ଡ୍ରାଇଭ ଜଣକ ଗାଡ଼ି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଥାର୍ରୁ ମଦ ବୋତଲ ଜବତ କରିବା ସହ ଡ୍ରାଇଭଙ୍କ ଅଟକ ରଖି ପଚରାଉଚରା କରୁଛି। ଥାର୍ରେ ଥିବା କେତେଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

