ପାକିସ୍ତାନରେ ୬ଟଙ୍କା କମିଲା ପେଟ୍ରୋଲ, ହେଲେ ଭାରତରେ ବଢିଗଲା ଦର

ଇସଲାମବାଦ,୨୩।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତୈଳ (Crude Oil) ଉପରେ ଥିବା ଚାପ ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ କରିଛନ୍ତି। ଶୁକ୍ରବାର ଦିନ ସେଠାକାର ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୬ ଟଙ୍କା ଏବଂ ହାଇ-ସ୍ପିଡ ଡିଜେଲ (HSD) ମୂଲ୍ୟରେ ୬.୮୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଦାମ ହ୍ରାସ ପାଇବା ପରେ ପାକିସ୍ତାନରେ ଏବେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୦୩.୭୮ ଟଙ୍କା (ପାକିସ୍ତାନୀ ଟଙ୍କା) ଏବଂ ହାଇ-ସ୍ପିଡ ଡିଜେଲର ମୂଲ୍ୟ ୪୦୨.୭୮ ଟଙ୍କା ହୋଇଯାଇଛି। ଏହି ନୂଆ ଦର ଆଜି (୨୩ ମଇ) ଠାରୁ ଲାଗୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ସରକାର ଲଗାତାର ଦ୍ୱିତୀୟ ସପ୍ତାହ ପାଇଁ ତେଲ ଦାମ କମାଇଛନ୍ତି। ଏହା ପୂର୍ୱ ସପ୍ତାହରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୫ ଟଙ୍କା ହ୍ରାସ କରାଯାଇଥିଲା।

ପେଟ୍ରୋଲ ମୂଲ୍ୟ କମିବା ଦ୍ୱାରା ସେଠାକାର ମଧ୍ୟବିତ୍ତ ଶ୍ରେଣୀକୁ ବଡ଼ ଆଶ୍ୱସ୍ତି ମିଳିବ, କାରଣ ଏହାର ବ୍ୟବହାର ମୁଖ୍ୟତଃ ବ୍ୟକ୍ତିଗତ ଗାଡ଼ି, ସ୍କୁଟର ଓ ଅଟୋରିକ୍ସାରେ ହୋଇଥାଏ। ଅନ୍ୟପଟେ ହାଇ-ସ୍ପିଡ ଡିଜେଲର ବ୍ୟବହାର ଭାରୀ ଯାନବାହନ ଏବଂ ବଡ଼ ଜେନେରେଟରରେ କରାଯାଇଥାଏ।

ସୂଚନାଯୋଗ୍ୟ ଯେ, ଏବେ ମୂଲ୍ୟ ହ୍ରାସ ପାଉଥିଲେ ମଧ୍ୟ କିଛି ଦିନ ପୂର୍ୱରୁ ପାକିସ୍ତାନରେ ପେଟ୍ରୋଲିୟମ ପଦାର୍ଥର ଦାମ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ଆରମ୍ଭ ହେବା ପରେ ଗତ ମାର୍ଚ୍ଚ ୬ ତାରିଖରେ ସେଠାକାର ସରକାର ପେଟ୍ରୋଲ-ଡିଜେଲ ଦାମ ସିଧାସଳଖ ୫୫ ଟଙ୍କା ବଢ଼ାଇ ଦେଇଥିଲେ। ଏହାପରେ ଏପ୍ରିଲ ୨ରେ ପୁଣିଥରେ ପେଟ୍ରୋଲରେ ୪୩% ଏବଂ ଡିଜେଲରେ ୫୫% ଦାମ ବୃଦ୍ଧି କରାଯାଇଥିଲା। ତେବେ ଫେବୃଆରୀ ମାସରୁ ହିଁ ସେଠାକାର ସରକାର ପ୍ରତି ଶୁକ୍ରବାର ଦିନ ତେଲ ଦରର ସମୀକ୍ଷା କରୁଛନ୍ତି।

ଅନ୍ୟପଟେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ତିନିଥର ମଧ୍ୟରେ ଭାରତରେ ପେଟ୍ରୋଲ-ଡିଜେଲ ଦାମ ପ୍ରାୟ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଶନିବାର ଅର୍ଥାତ ଆଜି ମଧ୍ୟ ଦେଶରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ଏହା ସହିତ ସିଏନଜି (CNG) ମୂଲ୍ୟରେ ମଧ୍ୟ ୧ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri