ଭୟଙ୍କର ଦୁର୍ଘଟଣା: ମିନିବସ୍‌-ପିକଅପ୍‌ ମୁହାମୁହିଁ ଧକ୍କା, ୩୦ରୁ ଊର୍ଦ୍ଧ୍ୱ ….

ଦିଗପହଣ୍ଡି,୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ମିନିବସ ନଂ.(ଓ ଆର ୦୭ ଜେ – ୩୩୩୮) ସହ ଶୁଖୁଆ ବୋଝେଇ ପିକଅପ ଭ୍ୟାନ ନଂ. (ଓଡ଼ି୧୭ ଏଏଫ -୮୨୦୭) ମୁହାଁ ମୁହିଁ ଧକ୍କା ହେବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହାତ ହୋଇଛନ୍ତି। ଦୁର୍ଘଟଣାରେ ଭାସ୍କର ସେଠୀ(୭୦), ଲିଙ୍ଗରାଜ ଗୌଡ଼(୮୦),ରାଜେଶ ସାହୁ(୭), ହୃଷୀକେଶ ଦାସ(୫୪),ବନ୍ଦନା ବେହେରା(୨୧), ପୂର୍ଣ୍ଣଚନ୍ଦ୍ର ପାତ୍ର(୩୯), ରଶ୍ମିତା ବାଡ଼ତ୍ୟା(୪୦), ମମତା ପାତ୍ର(୩୨), ଶିବ ପୂଜାରୀ(୪), ହେମନ୍ତ ପୂଜାରୀ(୧୯)ଙ୍କ ସମେତ ୨୦ ଜଣ ଆହାତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାପରେ ୭ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡିରୁ ଚିକିଟି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌କୁ ଚିକିଟିରୁ ଦିଗପହଣ୍ଡି ଅଭିମୁଖେ ଦୃତଗତିରେ ଆସୁଥିବା ପିକଅପ ଭ୍ୟାନଟି ଧକ୍କାଦେଇ ଘଟଣାସ୍ଥଳରେ ଓଲଟି ପଡିଥିଲା। ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ପାଇଁ ପୁଅ ସାଜିଲା ରାକ୍ଷସ: ବାପାଙ୍କ ମୁଣ୍ଡରେ ପିଟିଲା ବିୟର ବୋତଲ

ଭୁବନେଶ୍ୱର,୫।୧: ରାଜଧାନୀରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନିଶା ପାଇଁ ଟଙ୍କା ନପାଇ ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ବିୟର ବୋତଲରେ...

ମଦ କାରବାରକୁ ବିରୋଧ କରିବାରୁ ଶୋଇଥିବାବେଳେ ଘରେ ଲଗାଇଦେଲେ ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତରେ ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଏଥିରେ...

ବଢିଲା ଶାମିଙ୍କ ଅଡ଼ୁଆ: ନୋଟିସ ପଠାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୧: ମହମ୍ମଦ ଶାମି ନିକଟରେ ଭାରତୀୟ ଦଳରୁ ଡ୍ରପ୍‌ ହେବା କାରଣରୁ ଖବରରେ ରହିଆସୁଛନ୍ତି। ଏବେ, ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଶାମି ଏବଂ ତାଙ୍କ...

କନ୍ୟାକୁମାରୀ ବୁଲିବାକୁ ଯାଇଥିଲେ, ଧକ୍କା ଦେଲା କାର୍‌, ଯୁବକ ମୃତ

ମୋହନା, ଗଜପତି ୫।୧( ମନ୍ମଥ ମିଶ୍ର/ଗିରିଧାରୀ ପରିଛା ): କନ୍ୟାକୁମାରୀରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଧକ୍କା ଦେଲା କାର୍‌। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ...

ମହାବିଦ୍ୟାଳୟରେ ସ୍ବର୍ଗତ ରାଜାସାହେବଙ୍କ ନିମନ୍ତେ ଶୋକ ସଭା

ଖଡ଼ିଆଳ,୫।୧(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବାଧାନରେ ଖଡ଼ିଆଳର ଗଡ଼ଜାତ ରାଜାସାହେବ ସ୍ବର୍ଗତ...

ନୂଆ ଦଳ ଗଠନ ଉପରେ ବଡ଼ ସୂଚନା ଦେଲେ ମୋକିମ୍‌: ଆସନ୍ତା ୧୨ ତାରିଖରେ…

ଭୁବନେଶ୍ୱର,୫।୧: ଆସନ୍ତା ୧୨ ତାରିଖରେ ମୋକିମ୍‌ଙ୍କ ନୂଆ ଦଳ ପାଇଁ ପଡ଼ିବ ମୂଳଦୁଆ। ଏନେଇ ଏକ ଗଣମାଧ୍ୟମକୁ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ଦେଇ ଏହି ସୂଚନା...

ବାଂଲାଦେଶରେ କାନ୍ଦୁଛନ୍ତି ହିନ୍ଦୁ: ଆଉ ଜଣଙ୍କୁ ଗୁଳି କରି ହତ୍ୟା, ନୀରବ ଦ୍ରଷ୍ଟା ସାଜିଛନ୍ତି ୟୁନୁସ ସରକାର

ଢାକା,୫।୧: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ଅପରାହ୍ନରେ (ଜାନୁଆରୀ ୫, ୨୦୨୬) ଜେସୋର ଜିଲାର ମୋନିରାମପୁରରେ ଏହି...

ଲକ୍ଷ୍ୟଠୁ ବହୁ ଦୂରରେ ପାଣି ପଞ୍ଚାୟତ, ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ଆରମ୍ଭ ହେବ…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ରାଜ୍ୟ ସରକାର ୨୦୦୨ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ୨୦୦୩ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପାଣି ପଞ୍ଚାୟତ ଗଠନର ମୂଳ ଲକ୍ଷ୍ୟ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri