୭ରୁ ୧୫ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର, ୪।୧(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ବଦଳାଇ ବିଭି-ଜି ରାମ ଜି ରଖିବା କେବଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆକ୍ରମଣ ନୁହେଁ, ବରଂ ଦେଶର ବହୁ କୋଟି ଗରିବ, ଖଟିଖିଆ, ଶ୍ରମିକଙ୍କ ରୋଟି ଉପରେ ଆକ୍ରମଣ। ଗଡ୍‌ସେଙ୍କ ଅନୁଗାମୀ ଦଳ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସକରିବାକୁ ଚାହୁଁଛି। ଜି ରାମ ଜି ଯୋଜନାରେ ପ୍ରାୟ ୧୨ କୋଟି ଶ୍ରମିକ ଏବଂ ପରିବାରକୁ ଯଦି ମିଶାଯାଏ ତେବେ ୫୦ କୋଟି ବ୍ୟକ୍ତି ଏହାଦ୍ୱାରା ପ୍ରଭାବିତ ହେବେ। ଆସନ୍ତା ୮ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଏହା ବିରୋଧରେ ପିସିସି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶନିବାର ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟଓ୍ୱୋଲା କହିଛନ୍ତି।
ଭବନଠାରେ ସୂର୍ଯ୍ୟଓ୍ୱୋଲା କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିଲା। କିନ୍ତୁ ନୂଆ ଯୋଜନାରେ କେନ୍ଦ୍ର ୬୦% ଓ ରାଜ୍ୟ ୪୦% ଖର୍ଚ୍ଚ ବହନ କରିବାର ପ୍ରାବଧାନ ରଖିଛନ୍ତି। କେନ୍ଦ୍ର ସରକାର ଜିଏସ୍‌ଟି ଓ ସେସ୍‌ ଆଦାୟ କରିବା ପରେ ରାଜ୍ୟ ସରକାର କେଉଁଠାରୁ ଟଙ୍କା ପାଇବେ ଏହା ସବୁଠାରୁ ବଡ଼ ପ୍ରଶ୍ନ। ମନରେଗା ଯୋଜନାକୁ କେନ୍ଦ୍ର ସରକାର ହତ୍ୟା କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶାର କାର୍ଯ୍ୟାଳୟକୁ ଘେରାଉ ସହ ପ୍ରତ୍ୟେକ ଜିଲାରେ ପ୍ରତିବାଦ କରାଯାଇଥିଲା। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, କଂଗ୍ରେସ ପ୍ରତି ରାଜ୍ୟରେ ଆସନ୍ତା ୮ରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ କରିବ। ୧୦ରେ ସବୁ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ, ୧୧ରେ ଏକଦିବସୀୟ ଉପବାସ ଓ ପ୍ରତୀକାତ୍ମକ ପ୍ରତିବାଦ କରିବ। ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଓ ବିଧାନସଭା ସ୍ତରୀୟ ବୈଠକ ଏବଂ ପ୍ରଚାରପତ୍ର ବଣ୍ଟନ କରିବ। ୩୦ରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଅବସରରେ ପ୍ରତ୍ୟେକ ୱାର୍ଡରେ ଶାନ୍ତିପୂର୍ଣ୍ଣ ଧାରଣା, ୩୧ରୁ ଫେବୃଆରୀ ୬ ଯାଏ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲାସ୍ତରୀୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବଞ୍ଚାଅ ଧାରଣା ଓ ଭିବି ରାମ ଜି ଆଇନ ପ୍ରତ୍ୟାହାର ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯିବ। ୭ରୁ ୧୫ ପର୍ଯ୍ୟନ୍ତ ବିଧାନସଭା ଘେରାଉ କରାଯିବ। ୧୬ରୁ ୨୫ ଯାଏଁ ଏଆଇସିସି ପକ୍ଷରୁ ରାଜ୍ୟର ୪ଟି ଜୋନ୍‌ରେ ଜୋନ୍‌ସ୍ତରୀୟ ରାଲି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ପୁଣି ବିଫଳ ହେଲା ମନ୍ତ୍ରୀ-ମିଲର୍ସ ଆଲୋଚନା: ଧାନ କିଣା ଅଚଳାବସ୍ଥା ଜାରି, ଚାଷୀ ସହିବେ କ୍ଷତି

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ସଂକଟ ଦୂର ହେବାର ନାଁ ଧରୁନି। ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri