ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ ଆସୁଥିବା ବେଳେ ଅନେକ ସମୟରେ ନୀତିରେ ବିଳମ୍ବ ଦେଖିବାକୁ ମିଳୁଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ବିଳମ୍ବରେ ଶ୍ରୀମନ୍ଦିର ଗୁମୁଟରେ ଥିବା ପତିତପାବନଙ୍କ ଦ୍ଵାର ବିଳମ୍ବରେ ଖୋଲାହେବା ପରେ ଆଳତି ସମ୍ପନ୍ନ କରାଯାଇଛି ।

ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଦର୍ଶନ ଯେଉଁମାନେ କରି ପାରନ୍ତି ନାହିଁ, ସେମାନେ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କ ଦର୍ଶନ କରିଥାନ୍ତି । ତେଣୁ ପ୍ରତ୍ୟେକ ଦିନ ସିଂହଦ୍ୱାର ସମ୍ମୁଖରେ ଭକ୍ତମାନେ ଦର୍ଶନ କରି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଶ୍ରୀମନ୍ଦିର ଦ୍ଵାର ଖୋଲା ହେବା ପରେ ପତିତପାବନଙ୍କ ମନ୍ଦିର ଦ୍ଵାରା ଖୋଲାଯାଇଥାଏ । ମାତ୍ର ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୯ ଟା ୪୫ ମିନିଟରେ ପତିତପାବନଙ୍କ ମନ୍ଦିର ଦ୍ଵାରା ଖୋଲା ଯାଇ ଆଳତି କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପାଳିଆଙ୍କ ବ୍ୟକ୍ତିଗତ କାରଣ ଯୋଗୁ ଏପରି ଵିଳମ୍ୱ ହୋଇଥିବା ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri