ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜଣାଶୁଣା ନେତା ବି ଦଣ୍ଡପାଣି ପାତ୍ରଙ୍କୁ ଗଞ୍ଜାମ ଜିଲା ପଶ୍ଚିମ ସଂଗଠନର ସଭାପତି ଦାୟିତ୍ୱ ଦିଆଯାଇଛି। ତାଙ୍କରି ଅଧୀନରେ ଆସୁଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଦଳର ଶକ୍ତି ବୃଦ୍ଧି ପାଇଁ ସେ ଚେଷ୍ଟା ଚଳାଇଛନ୍ତି। ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ। ଉକ୍ତ ନିର୍ବାଚନରେ ଫଳାଫଳ ଜଣାପଡ଼ିବ ଦଣ୍ଡପାଣିଙ୍କ ପ୍ରଭାବ। ଗତ ରାଜ୍ୟ ସଭା ନିର୍ବାଚନ ସମୟରେ ଜିଲାର ଏକ ମାତ୍ର କଂଗ୍ରେସର ସାନଖେମୁଣ୍ଡି ବିଧାୟକ ତଥା ଜିଲା ସଭାପତି ରମେଶ ଜେନା କ୍ରସ୍‌ ଭୋଟିଂ କରିବା ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିଲେ। ଫଳରେ ଜିଲାରେ ଦଳୀୟ ସଂଗଠନ ବିପଦରେ ପଡ଼ିଥିଲା। ଏହାପରେ ଦଣ୍ଡପାଣିଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଥିଲା। ଇତିମଧ୍ୟରେ ଦଣ୍ଡପାଣି ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଦର୍ଶନ କରିବାକୁ ଯାଇଥିଲେ ତାଙ୍କ ସମର୍ଥକଙ୍କୁ ଧରି। ସେହିଭଳି କୁଲୁ ଭୂୟାଁ ତାଙ୍କ ସମର୍ଥକଙ୍କୁ ଧରି ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଏଥିସହ ଗତ ସପ୍ତାହରେ ବିଧାୟକ ରମେଶ ଜେନା ସାନକୋଦଣ୍ଡା ଗ୍ରାମର ଏକ ଉତ୍ସବକୁ ଆସିଥିଲେ। ଏହା ପୂର୍ବରୁ ରମେଶଙ୍କୁ ତାଙ୍କ ସମର୍ଥକ ତଥା କଂଗ୍ରେସ ନେତା କୁଲୁ ଭୂୟାଁ, ଟୁଟୁ ପ୍ରଧାନ, ମଣ୍ଟୁ ପ୍ରଧାନ ପ୍ରମୁଖ ବଡକୋଦଣ୍ଡା ଛକରୁ ଏକ ଶୋଭାଯାତ୍ରାରେ ସାନକୋଦଣ୍ଡା ପାଛୋଟି ନେଇଥିଲେ।

ଅନ୍ୟପଟେ ପୂର୍ବତନ ପିସିସି କର୍ମକର୍ତ୍ତା ଦେବୀ ବିଷୋୟୀ, ସଞ୍ଜୟ ତ୍ରିପାଠୀ, ବିଦ୍ୟାଧର ପ୍ରଧାନ, ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ବାପୁନା ରାଉତ, ଜବାହରଲାଲ ସାହୁଙ୍କ ସମେତ ଆଉ କିଛି ନେତାଙ୍କ ମଧ୍ୟ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ପ୍ରଭାବ ଅଛି। କିନ୍ତୁ ସବୁ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି। କଥା ପଡ଼ିଲେ କହୁଛନ୍ତି ଆମେ ସବୁ ରାହୁଲ ଗାନ୍ଧୀଙ୍କ ସମର୍ଥକ। ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବ। ଏହାପୂର୍ବରୁ ଭଞ୍ଜନଗର ଭାଜପା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ବିକ୍ରମ କେଶରୀ ଆରୁଖ ଗତ ସାଧାରଣ ନିର୍ବାଚନରେ ପରାଜିତ ହେବା ପରଠୁ ନୀରବ ଅଛନ୍ତି। ତେଣୁ ବିଜେଡିର ନେତା ଓ କର୍ମୀମାନେ ନିଜ ଭବିଷ୍ୟତ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। କଂଗ୍ରେସରେ ନେତାଙ୍କ ମଧ୍ୟରେ ଏକାଠି ଅଭାବ ରହିଛି। ଶାସକ ଦଳ ବର୍ତ୍ତମାନ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବିରୋଧୀ ଦଳଗୁଡ଼ିକ ଆଗାମୀ ନିର୍ବାଚନକୁ କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?