ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା ଅନୁଯାୟୀ, ଆଜି ଭୋର ସକାଳୁ ସୁକୁମା ଡିଆରଜି ବାହିନୀ ଜିଲାର ଗୋଲାପାଲ୍ଲୀ ଜଙ୍ଗଲରେ କମ୍ବିଂ ଅପରେଶନ କରୁଥିବା ସମୟରେ ସେହି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇଥିଲେ। ପରେ ଏ ସମ୍ବନ୍ଧରେ କୁମ୍ବିଂ ଅପରେଶନ ଜାରି ରହିଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲାା। ଫଳରେ ମାଓବାଦୀମାନେ ପ୍ରଥମେ ଜବାନମାନଙ୍କ ଉପରେ ଗୁଳି ଚାଳଣା କରିଥିବା ବେଳେ ପାଲଟା ଜବାବରେ ଜବାନ ମାନେ ଗୁଳି ଚାଲଣା କରିଥିଲୋ ଯବାନମାନଙ୍କ ଗୁଳି ଚାଳନାକୁ ପ୍ରତିହିତ କରି ନ ପରି ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ଅପରେଶନ ସମୟରେ ତିନିଜଣ ମାଓବାଦୀଙ୍କ ମୃତ ଶରୀର ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରା ଯାଇଛିା ଏଥିସହ ମୃତ ତିନି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି। ତେବେ ଜବାନ ମାନେ କୁମ୍ବିଂ ଅପରେସନ ସାରି ଫେରିବା ପରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସୁକୁମା ପୋଲିସ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି।
Dharitri – Odisha’s No.1 Odia Daily


