ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

ପୋଲସରା,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ନେଇ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ସୋମବାର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତିସଭ୍ୟଙ୍କ ପ୍ରତିନିଧି ଲକ୍ଷ୍ମୀ ଚରଣ ପ୍ରଧାନଙ୍କ ସମେତ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଚାୟତ କାର୍ଯ୍ୟାଳୟରେ ବସି ସରପଞ୍ଚଙ୍କୁ ଡ଼କାଇଥିଲେ। କିନ୍ତୁ ସରପଞ୍ଚ ଆସି ନ ଥିଲେ। ସରପଞ୍ଚଙ୍କ ଅନୁପସ୍ଥିତି ହେତୁ ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବସାଇ ସମସ୍ତ କାର୍ଯ୍ୟର ତଥ୍ୟ ମାଗିଥିଲେ। ଗ୍ରାମ ରୋଜଗାର ସେବକ ମିଥୁନ କୁମାର ସାହୁଙ୍କୁ ଏମଜିଏନଆରଇଜିଏସ୍‌ରେ ଜଗନ୍ନାଥ ବନ୍ଧଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ବ୍ୟୟ ଅଟକଳ ୭ ଲକ୍ଷ ଟଙ୍କା ରହିଛି। କିନ୍ତୁ ଏହି କାମ ଠିକ ଭାବେ ହୋଇ ନ ଥିବା ଅଭିଯୋଗ ଆଣିଥିଲେ। ଏଥିସହିତ ଖଇରଛଟାଠାରୁ ପଲ୍ଲୀଦଣ୍ଡା ରାସ୍ତା, ଯାହା ବ୍ୟୟ ଅଟକଳ ୫ ଲକ୍ଷ ଟଙ୍କା ରହିଛି। ଉକ୍ତ ରାସ୍ତାରେ କେହି କାମ ନ କରି ୧ ଲକ୍ଷ ୩୨ ହଜାର ଟଙ୍କା ବିଲ୍‌ ହୋଇଥିବା ଉକ୍ତ ପଞ୍ଚାୟତ ଖଇରଛଟା ଗ୍ରାମର ସତ୍ୟବାଦୀ ଗୌଡ଼, ତେନ୍ତୁଳିଆର ହରିହର ଦାସ, ତୋଫାନ ପ୍ରଧାନ, ଲକ୍ଷ୍ମୀ ଚରଣ ପ୍ରଧାନ, କେ. ଦିଲୀପ କୁମାର ମହାପାତ୍ର ଓ ସୁକାନ୍ତ ରାଉତ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଅଭିଯୋଗ ଆଣିଥିଲେ।
ସେହିପରି ଖଇରଛଟା ଗ୍ରାମରେ ଶିବ ମନ୍ଦିର କଙ୍କ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି, ସରକାରୀ ନିର୍ଦ୍ଦେଶ ପ୍ରକାରେ ଯେଉଁ ପରିମାଣରେ ନିର୍ମାଣ ହେବା କଥା ତାହା ନ ହୋଇ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା, ଆମ ଗଁା ଆମ ବିକାଶ ଯୋଜନାରେ ପାଠାଗାର ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଆସିଥିବା ବେଳେ ତାହା ବଳାସୀ ସମାଜ କୋଠଘର ବୋଲି କହି ନିର୍ମାଣ କରାଯାଇଥିବା ଅଭିଯୋଗ ଆଣିଥିଲେ। ଗ୍ରାମ ରୋଜଗାର ସେବକ ଠିକ୍‌ ହିସାବ ବା ତଥ୍ୟ ପ୍ରଦାନ ନ କରିବା ଯୋଗୁ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ଶତପଥୀଙ୍କୁ ଡ଼କାଇ ଆଲୋଚନା କରିଥିଲେ। ଦୁଇଦିନ ପରେ ସମସ୍ତ କାର୍ଯ୍ୟର ତଦାରଖ କରି ଯାଞ୍ଚ କରିବା ପାଇଁ ଉପସ୍ଥିତ ପଞ୍ଚାୟତବାସୀଙ୍କୁ କନିଷ୍ଠ ଯନ୍ତ୍ରୀ ଶତପଥୀ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଦୁର୍ନୀତି ପ୍ରସଙ୍ଗରେ ସରପଞ୍ଚ ପ୍ରତିନିଧି ନରହରି ପ୍ରଧାନ ପଞ୍ଚାୟତରେ ଠିକ୍‌ କାମ ହୋଇଥିବା କହିଥିଲେ। ଆଲୋଚନା ବେଳେ ତେନ୍ତୁଳିଆ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଯେଉଁ ଦୁର୍ନୀତି ହୋଇଛି ଏହାର ଭରଣା କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ପଞ୍ଚାୟତବାସୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri