ପ୍ରିୟଜନଙ୍କୁ ହରାଇବା ପରେ ସମ୍ପତ୍ତି,EPF,FD,MFରେ ଜମା ଟଙ୍କାକୁ କେମିତି କରିବେ କ୍ଲେମ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୧୧: କୌଣସି ପ୍ରିୟଜନଙ୍କୁ ହରାଇବା ପରେ ତାଙ୍କ ଅଭାବ ସବୁଦିନ ରହିଥାଏ। ହେଲେ ଯଦି ଆପଣ ତାଙ୍କର ଉତ୍ତରାଧିକାରୀ ଏବଂ ଆପଣଙ୍କ ନିକଟରେ ସଠିକ ସୂଚନା ରହିଛି ତେବେ ସେ ଉପାର୍ଜନ କରିଥିବା ସମ୍ପତ୍ତି, ଇପିଏଫ୍‌, ଏଫ୍‌ଡି, ଏବଂ ନିବେଶ ଉପରେ ଦାବି କରିବାରେ ଅସୁବିଧା ହେବ ନାହିଁ। ଭାରତରେ ପ୍ରତ୍ୟେକଟିକୁ କ୍ଲେମ କରିବାର ପ୍ରକ୍ରିୟା ଏବଂ ଦସ୍ତାବିଜ ଭିନ୍ନ। ଆସନ୍ତୁ ସେ ବିଷୟରେ ବିଶେଷ ଭାବେ ଜାଣିବା।

ବ୍ୟାଙ୍କ୍ ଆକାଉଣ୍ଟ୍ ଓ ଏଫ୍‌ଡିର ଟଙ୍କା ଦାବି କରନ୍ତୁ

  • ଯଦି ନୋମିନି କିମ୍ବା ଜଏଣ୍ଟ୍ ଆକାଉଣ୍ଟ୍ ଅଛି: ପ୍ରକ୍ରିୟା ସହଜ। ନମିନି କିମ୍ବା ଜଏଣ୍ଟ୍ ହୋଲ୍ଡର୍ ମୃତ୍ୟୁ ପ୍ରମାଣପତ୍ର + ନିଜ KYC ବ୍ୟାଙ୍କ୍‌ରେ ଦାଖଲ କରି ଟଙ୍କା ପାଇପାରିବେ।
  • ଯଦି କିଛି ନାହିଁ: ବ୍ୟାଙ୍କ୍ ଉତ୍ତରାଧିକାର ପ୍ରମାଣପତ୍ର (Succession Certificate) କିମ୍ବା ଲିଗାଲ୍ ହିୟର୍ ସର୍ଟିଫିକେଟ୍ ଦାବି କରିବ। ଏହା ପ୍ରଦାନ କଲେ ଟଙ୍କା ଛଡ଼ାଯିବ।

ସମ୍ପତ୍ତିର ଟ୍ରାନ୍ସଫର୍ ଓ ମ୍ୟୁଟେସନ୍ଉତ୍ତରାଧିକାରୀମାନେ ମ୍ୟୁଟେସନ୍ ପାଇଁ ଆବେଦନ କରିବେ। ସ୍ଥାନୀୟ ଭୂମି/ପୌର ରେକର୍ଡରେ ମାଲିକାନା ହସ୍ତାନ୍ତର।

  • ଜରୁରୀ ଦସ୍ତାବିଜ୍: ମୃତ୍ୟୁ ପ୍ରମାଣପତ୍ର, KYC, ମୂଳ ଦଲିଲ୍, ଉତ୍ତରାଧିକାର ପ୍ରମାଣ।
  • ମ୍ୟୁଟେସନ୍ ପରେ: ସମ୍ପତ୍ତି ବେଚିବା କିମ୍ବା ହସ୍ତାନ୍ତର କାନୁନୀ ହେବ।

ବ୍ୟାଙ୍କ୍ ଲକର୍ ଦାବିଲକର୍ ଖୋଲିବା ଜଟିଳ।

  • ଦସ୍ତାବିଜ୍: ମୃତ୍ୟୁ ପ୍ରମାଣପତ୍ର, KYC, ଦାବି ଫର୍ମ।
  • ଯଦି ଉଇଲ୍ ଅଛି: କୋର୍ଟ ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କ୍ କାର୍ଯ୍ୟ କରିବ।
  • ଉଇଲ୍ ନାହିଁ: ଉତ୍ତରାଧିକାର ପ୍ରମାଣପତ୍ର ଦରକାର।
  • ଚାବି ହଜିଗଲେ: ସାକ୍ଷୀ ସାମ୍ନାରେ ଲକର୍ ଭାଙ୍ଗି, ଜିନିଷର ରେକର୍ଡ ରଖି, ବକେୟା ଶୁଳ୍କ କାଟି ସଠିକ୍ ଦାବିଦାରଙ୍କୁ ଦିଆଯିବ।

ଇପିଏଫ୍ (EPF)ର ଟଙ୍କା ଦାବିସଦସ୍ୟଙ୍କ ମୃତ୍ୟୁ ପରେ:

  • ଦାବି ପ୍ରକ୍ରିୟା: UMANG ଆପ୍ କିମ୍ବା ଇପିଏଫ୍ ଅଫିସ୍‌ରେ ଦାଖଲ।
  • କିଏ ଦାବି କରିପାରିବ: ନୋମିନି କିମ୍ବା କାନୁନୀ ଉତ୍ତରାଧିକାରୀ।
  • ଲାଭ: ପିଏଫ୍ ବାକି, ପେନସନ୍, EDLI ବୀମା।
  • ଚ୍ୟାଲେଞ୍ଜ: ପୁରୁଣା ଆକାଉଣ୍ଟ୍ (UAN ପୂର୍ବରୁ) ଖୋଜିବା କଷ୍ଟକର। ରୋଜଗାର ରେକର୍ଡ ଓ UAN ସୁରକ୍ଷିତ ରଖନ୍ତୁ।

ମ୍ୟୁଚୁଆଲ୍ ଫଣ୍ଡ୍ ଦାବି

  • ନୋମିନି ଥିଲେ: ଦାବି ଫର୍ମ + ମୃତ୍ୟୁ ପ୍ରମାଣପତ୍ର ଫଣ୍ଡ୍ ହାଉସ୍‌କୁ ଦେଇ ୟୁନିଟ୍ ବିକ୍ରି କିମ୍ବା ଟ୍ରାନ୍ସଫର୍ କରିପାରିବେ।
  • ନୋମିନି ନ ଥିଲେ: ଅତିରିକ୍ତ ଦସ୍ତାବିଜ୍। ଉଇଲ୍ ନଥିଲେ ହିନ୍ଦୁ ଉତ୍ତରାଧିକାର ଆଇନ୍ କିମ୍ବା ଭାରତୀୟ ଉତ୍ତରାଧିକାର ଆଇନ୍ ଅନୁସାରେ ବଣ୍ଟନ।

ଦାବି ଆରମ୍ଭ ପୂର୍ବରୁ ଏହା କରନ୍ତୁ

  1. ମୃତ୍ୟୁ ପ୍ରମାଣପତ୍ର: ଯଥେଷ୍ଟ ପ୍ରମାଣିତ କପି ତିଆରି କରନ୍ତୁ।
  2. ନୋମିନି ରେକର୍ଡ: ସବୁ ଆକାଉଣ୍ଟ୍ ଓ ନିବେଶରେ ଅପଡେଟ୍ ରଖନ୍ତୁ।
  3. ଉଇଲ୍ (Will): କାନୁନୀ ଉଇଲ୍ ତିଆରି କଲେ ସବୁ ଜଟିଳତା ଏଡ଼ାଇ ପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri