ପୁରୁଷୋତ୍ତମପୁର, ୨୭।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସାହି ମଧ୍ୟସ୍ଥ ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁକ୍ରବାର ରାତ୍ରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆଞ୍ଜାମାଳା ଅଣାଯିବା ପରେ ଅସ୍ଥାୟୀ ମଣ୍ଡପଠାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା। ଏଥିରେ ପୁରୋହିତ ଶିବରାମ ତ୍ରିପାଠୀ ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶିଶିର ପଣ୍ଡା କର୍ତ୍ତାଭାବରେ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ବଳରାମ ମହାରଣା, ଦିଗାମ୍ବର ପଣ୍ଡା, ସାନୁ ସାମଲ,କାହ୍ନା ପଣ୍ଡା, ଭାଲୁ ସାମଲ, ଆଶିଶ ବେହେରା,ପ୍ରଭାତ ପଣ୍ଡା, ନଚିକେତା ପାଣିଗ୍ରାହୀଙ୍କ ସମେତ ପୂଜାକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।


