ବିନିକା,୬।୯: ସୁବର୍ଣ୍ଣପୁର ଜିଲା ବିନିକା ସହର ନୂଆବଜାରରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସଛି। ଜଣେ ଗାଡ଼ି ଡ୍ରାଇଭର ଏକ କାରରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ମୁତାବକ, ଏକ କାର ରାସ୍ତାରେ ଯାଉଥିବା ବେଳେ ବିନିକା ସହରର ନୂଆବଜାର ନିକଟରେ ଗାଡ଼ିର ଏକ ଚକ ହଠାତ୍ ଫାଟିଯାଇଥିଲା। ଏଥିରେ ଗାଡ଼ି ଡ୍ରାଇଭର ଉତ୍ତକ୍ତ ହୋଇ ପେଟ୍ରୋଲ ଢାଳି କାରରେ ନିଆଁ ଲଗାଇ ଦେଇଥିଲେ। ଫଳରେ କାର୍ ସମ୍ପୂର୍ଣ୍ଣ ପୋଡି ଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


