ବିକାଶ ପାଇଁ ବିଶେଷଜ୍ଞ ଲୋଡ଼ା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରାଚୀନ କାଳରୁ କଳିଙ୍ଗ ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧିଶାଳୀ ରାଜ୍ୟ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। ମଧ୍ୟଯୁଗରେ ଉତ୍କଳ ମଧ୍ୟ ବିଶ୍ୱ ସମ୍ମୁଖରେ ନିଜର ଉତ୍କର୍ଷତା ପ୍ରତିପାଦନରେ ସକ୍ଷମ ଥିଲା। ମାତ୍ର ପ୍ରକୃତି ଆମକୁ ବିକାଶର ସମସ୍ତ ଉପାଦାନ ପ୍ରଦାନ କରିଥିବା ବେଳେ ଓଡ଼ିଶା ବିକଶିତ ରାଜ୍ୟ ନ ହେବା ଦୁଃଖ ଓ ପରିତାପର ବିଷୟ। ସମଗ୍ର ଦେଶରେ ବାର୍ଷିକ ବୃଷ୍ଟିପାତ ୧୨୦୦ ମିଲିମିଟର ହେଉଥିବା ବେଳେ ଆମର ୧୫୦୦ ମିଲିମିଟର। ସମଗ୍ର ଦେଶରେ ୮ ପ୍ରକାର ମୃତ୍ତିକା ଥିବାବେଳେ ଓଡ଼ିଶାରେ ମଧ୍ୟ ୮ ପ୍ରକାର ମୃତ୍ତିକା ଅଛି। ସମଗ୍ର ଦେଶରେ ଅନୁଭୂତ ବିଭିନ୍ନ ଜଳବାୟୁ ଆମ ରାଜ୍ୟରେ ବି ଉପଲବ୍ଧ। ସମୁଦ୍ର ପତନଠାରୁ ଦେଓମାଳିର ଶିଖର (୬୦୦୦ ଫୁଟ) ପର୍ଯ୍ୟନ୍ତ ବିଭିନ୍ନ ଭୂମିରୂପ ଆମ ପାଖରେ ରହିଛି। ୪୮୫ କିଲୋମିଟର ସୁଗମ୍ୟ ବେଳାଭୂମି ଓ ସାମୁଦ୍ରିକ ବନ୍ଦର, ଚିଲିକା ରାଣୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଗଗନଶ୍ଚୁମ୍ବୀ ଦେଉଳ ପର୍ଯ୍ୟଟନ ବୃଦ୍ଧି ପାଇଁ ଉକୃଷ୍ଟ ଉପାଦାନ। ଦେଶର ସମୁଦାୟ ଲୁହାପଥରରୁ ୨୮ ଭାଗ ଓଡ଼ିଶାରେ। ଦେଶର ସମୁଦାୟ କୋଇଲାରୁ ୨୪ ଭାଗ ଓଡ଼ିଶାରେ। ଦେଶର ମୋଟ ଆଲୁମିନିୟମରୁ ୫୯ ଭାଗ ଓଡ଼ିଶାରେ। ଦେଶର ମୋଟ୍‌ କ୍ରୋମାଇଟ୍‌ର ୯୮ ଭାଗ ମଧ୍ୟ ଓଡ଼ିଶାରେ। ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ଆବଶ୍ୟକ ଲକ୍ଷ ଲକ୍ଷ ମାନବ ସମ୍ବଳ (ଦାଦନ ଶ୍ରମିକ) ମଧ୍ୟ ଆମ ପାଖରେ ଉପଲବ୍ଧ। ଅନ୍ୟ ବିକଶିତ ରାଜ୍ୟ ପାଇଁ ଏହି ଶ୍ରମିକମାନେ ମୂଲ୍ୟବାନ୍‌ ସାବ୍ୟସ୍ତ ହେଉଥିବା ବେଳେ ଆମ ପାଇଁ ସେମାନେ ଅଦରକାରୀ। ଆମର ଆଉ ଏକ ସମ୍ବଳ ହେଉଛି ୫ କୋଟି ଶାକାହାରୀ ଓ ମାଂସାହାରୀ ଜନସଂଖ୍ୟା।
ଏଠାରେ ପ୍ରଶ୍ନ ଉଠେ, ବିକାଶର ଏତେ ସବୁ ଉପାଦାନ ଆମ ପାଖରେ ଉପଲବ୍ଧ ଥିବାବେଳେ ଆମେ କାହିଁକି ଆଶାନୁରୂପ ବିକାଶ ହାସଲ କରିପାରୁନାହେଁ? ଏହାର ନାନାବିଧ କାରଣ ରହିଛି। ସେଥିମଧ୍ୟରୁ ଏକ ପ୍ରଧାନ କାରଣ ହେଉଛି ଦୃଢ଼ ନେତୃତ୍ୱ ଓ ତାକୁ ସଠିକ୍‌ ମାର୍ଗରେ ପରିଚାଳନା କରିବା ପାଇଁ ଦୂରଦୃଷ୍ଟିସମ୍ପନ୍ନ ଉପଦେଷ୍ଟା। ଏହାର ଉଦାହରଣ ଇତିହାସ ପୁରାଣରେ ଭରପୂର। ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ସାରଥି ନ ହୋଇଥିଲେ ଅର୍ଜୁନଙ୍କର ଯୁଦ୍ଧ ଜିତିବା ଅସମ୍ଭବ ଥିଲା। ସେହିପରି ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନର ଅନ୍ୟତମ କାରଣ କୁହାଯାଏ। ବିକ୍ରମାଦିତ୍ୟଙ୍କ ରାଜସଭାରେ ନବରତ୍ନ ଉପଦେଷ୍ଟାମଣ୍ଡଳୀ କଥା ତ ସମସ୍ତେ ଜାଣନ୍ତି। ଆକବର ବୀରବଲ କଥା ମଧ୍ୟ ସମସ୍ତେ ଜାଣନ୍ତି। ଆଧୁନିକ ଯୁଗରେ ଭାରତର ନେତୃବୃନ୍ଦଙ୍କୁ ଠିକ୍‌ ମାର୍ଗଦର୍ଶନ ପାଇଁ ଯୋଜନା ଆୟୋଗ ଗଠିତ ହୋଇଥିଲା ଓ ତା’ର ମୁଖ୍ୟ ଜଣେ ଦକ୍ଷ ଉପଦେଷ୍ଟା ହେଉଥିଲେ। ସେ ଡ. ମନମୋହନ ସିଂହ ହୁଅନ୍ତୁ କିମ୍ବା ଡ.ମଣ୍ଟେକ୍‌ ସିଂହ ଆହ୍ଲୁଓ୍ବାଲିଆ ହୁଅନ୍ତୁ କିମ୍ବା ଡ. ଅରବିନ୍ଦ ପାନଗାରିଆ ପ୍ରମୁଖ। କୌଣସି ଦେଶ ବା ରାଜ୍ୟର ଶାସନ ଏକ ଧାବମାନ ଘୋଡ଼ା ସଦୃଶ। ଯେ ପର୍ଯ୍ୟନ୍ତ ଏହାର ଲଗାମ ଲାଗେ ନାହିଁ, ସେ ପର୍ଯ୍ୟନ୍ତ ଏହା କାମରେ ଆସେ ନାହିଁ।
ମୁଁ ଏଠାରେ ଶାସକମାନଙ୍କୁ ନୂ୍ୟନ କରିବାକୁ ଚାହୁଁନାହିଁ। ମୋ ମତରେ ଶାସକର କାର୍ଯ୍ୟ ହେଲା ଯୋଜନା କାର୍ଯ୍ୟକାରୀ କରିବା। ମାତ୍ର କେଉଁ ଯୋଜନା ଠିକ୍‌, ଦୂରଦର୍ଶୀ ଓ କେମିତି କାର୍ଯ୍ୟକାରୀ ହେବ, ସେ ସବୁ ବିଷୟରେ ବିଶେଷଜ୍ଞମାନେ ଅଧିକ ଦକ୍ଷ। ତେଣୁ ପୃଥିବୀସାରା ବିଶେଷଜ୍ଞଙ୍କୁ ଲୋଡ଼ାଯାଏ। ମାତ୍ର ଦୁଃଖର କଥା, ଓଡ଼ିଶାରେ ବିଶେଷଜ୍ଞଙ୍କୁ ସେତେଟା ଗୁରୁତ୍ୱଦେବାର ଦେଖାଯାଏନି। ଅର୍ଥାତ୍‌, ଆମେ ରାଜ୍ୟ ଯୋଜନା ବୋର୍ଡକୁ ଚଳଚଞ୍ଚଳ କରିବାର ନଜିର ମିଳେ ନାହିଁ। ଯେତେବେଳେ ଯୋଜନା ବୋର୍ଡ ଗଠନ ହୁଏ, ସେତେବେଳେ ଏକ ରାଜନେତାଙ୍କୁ ବସାଇ ଦିଆଯାଏ। ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ଓ ତାଙ୍କ ପରାମର୍ଶ ଗ୍ରହଣ କରିବା କ୍ୱଚିତ୍‌ ଦେଖାଯାଏ। ଏପରିକି ଯୋଜନା ବୋର୍ଡ ମିଟିଂ ବସିବାକୁ ଆମେ ସେତେ ଗୁରୁତ୍ୱ ଦେଉନାହୁଁ। ସେହିପରି ସ୍ଥିତି ଜିଲା ଯୋଜନା ବୋର୍ଡର ମଧ୍ୟ। ବନ୍ଧୁ ଓ ବିକଶିତ କରିବା ପାଇଁ ଦୂରଦୃଷ୍ଟିସମ୍ପନ୍ନ ଓ ଫଳଦାୟୀ ଯୋଜନାର ଆବଶ୍ୟକତା ଅଛି। ଆପଣ କେବେ ଦେଖିବେନି ଯେ ଭାରତର ନୀତି ଆୟୋଗରେ ରାଜନେତାମାନଙ୍କୁ ସ୍ଥାନିତ କରାଯାଇଛି। କାରଣ ସେମାନଙ୍କ ଅନୁପସ୍ଥିତିରେ ଦେଶକୁ ଉଚିତ ଦିଶା ମିଳିବା କଷ୍ଟ। ମାତ୍ର ଓଡ଼ିଶାରେ ଆମେ ବିଶେଷଜ୍ଞଙ୍କ ମହତ୍ତ୍ୱ ଆଜି ବି ବୁଝିନାହୁଁ। ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ଠିକ ବିଶେଷଜ୍ଞ ନିଯୁକ୍ତି ଓ ସେମାନଙ୍କ ପରାମର୍ଶକ୍ରମେ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କଲେ ଆମେ ସୁଫଳ ପାଇବା।
୧୯୩୬ ମସିହା ତୁଳନାରେ ଆମେ ଅନେକ ପ୍ରଗତି ହାସଲ କରିଛେ, ମାତ୍ର ଅନ୍ୟାନ୍ୟ ବିକଶିତ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ଗୁଜରାଟ, ତାମିଲନାଡ଼ୁ ପ୍ରଭୃତି ତୁଳନାରେ ବହୁ ପଛରେ ପଡ଼ିଯାଇଛେ। ଆମେ କରଦାତାଙ୍କ ବହୁ ପଇସା ଖର୍ଚ୍ଚ କରୁଛେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ, ମାତ୍ର ରାଜ୍ୟ ବିକାଶରେ ତାହା ପ୍ରତିଫଳିତ ହେଉନIହିଁ। ରାଜ୍ୟର ଋଣଭାର ପାଖାପାଖି ୧.୨୬ ଲକ୍ଷ କୋଟିରେ ପହଞ୍ଚତ୍ଲାଣି। ଆମର ଭିତ୍ତିଭୂମି ସୁଦୃଢ଼ ପ୍ରକଳ୍ପଗୁଡ଼ିକ ଅନେକ ବର୍ଷ ଧରି କାର୍ଯ୍ୟକାରୀ ହେବା ଦ୍ୱାରା ଅସମ୍ପୂର୍ଣ୍ଣ ଅବସ୍ଥାରେ ଫଳ ନ ଦେଇ ବ୍ୟୟ ଅଟକଳ ବଢ଼ାଇବାରେ ଲାଗିଛନ୍ତି। ଅବଶ୍ୟ ବର୍ତ୍ତମାନ ସରକାର ଯୋଜନା ବୋର୍ଡ ଭାଙ୍ଗି ଓଡ଼ିିଶା ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତ୍ର କେନ୍ଦ୍ରୀୟ ଯୋଜନା ବୋର୍ଡ ବା ନୀତି ଆୟୋଗ ଢାଞ୍ଚାରେ ଏହା ଗଠନ ହେଲେ ହିଁ ତା’ର ସୁଫଳ ନିଶ୍ଚୟ ମିଳିବ। ମାତ୍ର ଯଦି ଓଡ଼ିଶାକୁ ରାଜନୈତିକ ଥଇଥାନ କେନ୍ଦ୍ର କରାଯିବ, ତା’ହେଲେ ଏହା ଏକ ଦରମାଖିଆ ଯୋଜନା ବୋର୍ଡ ବା ସିଟି ଅନୁଷ୍ଠାନରେ ପରିଣତ ହେବ ଓ ବିଶେଷ କିଛି ଲାଭ ହେବନି। ସେହିପରି ଯଦି ଔପଚାରିକ ଭାବେ ଯୋଜନା ବୋର୍ଡ ବା ସିଟି ଆୟୋଗ ଗଠନ ହେବ ଏବଂ ତା’ର ଉପଦେଶକୁ କୌଣସି ବିଭାଗ ମାନିବେ ନIହିଁ, ତା’ହେଲେ କିଛି ଲାଭ ହେବନି।
ଭାରତ ଚନ୍ଦ୍ରଯାନର ସଫଳତା ପରେ ଗଗନ ଯାନ ପାଇଁ ପ୍ରସ୍ତୁତି କରୁଥିବାବେଳେ ଓଡ଼ିଶାର ଶାସନ ଶୀତଳଭଣ୍ଡାର ଏବଂ ଜଳସେଚନ ପ୍ରକଳ୍ପ ନ କରିପାରିବା ଆମ ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଅବଶ୍ୟ ଛତିଶଗଡ଼ ଖୁବ୍‌ କମ୍‌ ଦିନ ମଧ୍ୟରେ ଅନେକ ନଦୀବନ୍ଧ ମହାନଦୀ ଉପରେ କରିପାରିଲା, କିନ୍ତୁ ଆମେ ଗୋଟିଏ ବି କରିପାରିଲେ ନIହିଁ । ତେଣୁ ଶାସନକୁ ଅତ୍ୟଧିକ ଅମଲାତାନ୍ତ୍ରିକ କଲେ ମଧ୍ୟ ବିଶେଷ ଫଳ ପ୍ରାପ୍ତ ହେବନି। କାରଣ ଅମଲାଙ୍କ ପରାମର୍ଶରେ ଏତେ ବର୍ଷ ହେବ ଶାସନ ଚାଲିଛି ଓ ବିଶେଷ କିଛି ଲାଭ ମିଳୁନି। ସୂଚନା ପ୍ରଯୁକ୍ତି ଯୁଗରେ ଆମକୁ ବିଶେଷଜ୍ଞଙ୍କ ଉପଦେଶର ଆବଶ୍ୟକତା ଅଛି। ପୂର୍ବେ ଓଡ଼ିଶାରେ ଜ୍ଞାନୀ ଗୁଣୀ ଲୋକଙ୍କୁ ଆଦର ସମ୍ମାନ କରାଯାଉଥିଲା ସମାଜରେ। ସେଥିପାଇଁ ବିଶ୍ୱସ୍ତରୀୟ ଦାର୍ଶନିକ, ଲେଖକ, କବି, ଧର୍ମଗୁରୁ ଆଦି ଏ ମାଟିରୁ ସୃଷ୍ଟି ହୋଇ ପାରିଥିଲେ। ବିଗତ କିଛି ବର୍ଷ ହେବ ଆମର ସ୍ବାଦ ବଦଳିଯାଇଛି। ଆମେ ସ୍ବାର୍ଥକୈନ୍ଦ୍ରିକ ହୋଇ ନୈତିକ ଅଧୋପତନ ରାସ୍ତାରେ ଗତି କରୁଛେ। ଗଁାରୁ ସହରଯାଏ ଜ୍ଞାନୀ ଗୁଣୀ ଲୋକର ଉପଦେଶ ଗ୍ରହଣ କରିବା ତ ଦୂରର କଥା, ତାଙ୍କୁ ସମ୍ମାନ ଟିକିଏ ଦେବାକୁ ନୂଆ ପିଢ଼ି କୁଣ୍ଠାବୋଧ କଲେଣି। କେବଳ ସରକାରୀ ଶାସନ ସ୍ତରରେ ନୁହେଁ, ଓଡ଼ିଶାରେ ସବୁ କ୍ଷେତ୍ରରେ ବିଶେଷଜ୍ଞଙ୍କ ପରାମର୍ଶର ଆବଶ୍ୟକତା ରହିଛି। ତେଣୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟ କଲେ ନିଶ୍ଚିତ ରୂପେ ଆମେ ଓ ବିକଶିତ ଓଡ଼ିଶାରେ ପରିବର୍ତ୍ତନ ଆଣିପାରିବା। ଏହା ହିଁ ସମଗ୍ର ଗୀତାର ସାରାଂଶ, ଯାହାକି ଗୀତାର ଶେଷ ଶ୍ଳୋକରେ ଉଲ୍ଲେଖ କରାଯାଇଛି। ଯତ୍ର ଯୋଗେଶ୍ୱର କୃଷ୍ଣ, ଯତ୍ର ପାର୍ଥ ଧନୁର୍ଦ୍ଧର; ତତ୍ର ଶ୍ରୀ ବିଜୟରଭୂତି ଧୃବା ନୀତିର ମତିରମମହ। ଅର୍ଥାତ୍‌ ଯେଉଁଠାରେ କୃଷ୍ଣଙ୍କର ଜ୍ଞାନ ଓ ଦୂରଦୃଷ୍ଟି ସହିତ ଅର୍ଜୁନଙ୍କ ପରିଶ୍ରମର ମିଶ୍ରଣ ହୁଏ, ସେଠାରେ ବିଜୟ ସୁନିଶ୍ଚିତ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?