ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’ ବାପାଙ୍କୁ ପୋଲିସ ଉଠାଇ ନେବା ପରେ ଭାଙ୍ଗିଯାଇଥିଲା ସେମାନଙ୍କ ସଂସାର ସ୍ୱପ୍ନ। ଘରେ ପହଞ୍ଚିବା ପରେ ଚାପ ସମ୍ଭାଳି ନ ପାରି ରଶି ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରେମିକ। ଆଉ ଏହାର ୨୪ ଘଣ୍ଟା ପରେ ପ୍ରେମିକଙ୍କ ପଥଧରି ଜୀବନ ହାରିଛନ୍ତି ପ୍ରେମିକା। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସଖୀ ସେଣ୍ଟର ଶୌଚାଳୟରେ ଶନିବାର ଭୋର୍‌ ସମୟରେ ବେକରେ ଓଢ଼ଣି ବାନ୍ଧି ଝୁଲିପଡ଼ିଛନ୍ତି ସମ୍ପୃକ୍ତା ନାବାଳିକା।
ସୂଚନା ଅନୁଯାୟୀ, ଅନୁଗୋଳ ସଦର ଥାନା ଅଞ୍ଚଳର ସମ୍ପୃକ୍ତା ୧୩ ବର୍ଷୀୟା ନାବାଳିକା ଓ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଗ୍ରାମ ବାଲିରତ୍ନପୁର ସାହିର ବେଣୁପାଣି ସାହୁ (୨୩) ପରସ୍ପରକୁ ପ୍ରେମ କରୁଥିଲେ। ଗତ ୧ ତାରିଖରେ ନାବାଳିକା ପ୍ରେମିକାଙ୍କୁ ନେଇ ବେଣୁପାଣି ମୁମ୍ୱାଇ ପଳାଇ ଯାଇଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମାତାପିତା ସେହିଦିନ ଅନୁଗୋଳ ସଦର ଥାନାକୁ ଅବଗତ କରାଇଥିଲେ। ୮ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ଏତଲା ପରେ ପୋଲିସ ନଂ. ୨୭୨/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ୩ ଦିନ ତଳେ ଅନୁଗୋଳ ସଦର ପୋଲିସ ନିମିଧା ଗ୍ରାମକୁ ଆସି ବେଣୁପାଣିଙ୍କ ମାତାପିତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏ ବିଷୟରେ ଜାଣିବା ପରେ ବେଣୁପାଣି ପ୍ରେମିକାଙ୍କୁ ଧରି ମୁମ୍ୱାଇରୁ ଫେରିଥିଲେ। ଏହାପରେ ସେ ପ୍ରେମିକାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇ ଗତ ୨୩ ତାରିଖ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ୨୪ ତାରିଖରେ ଉଦ୍ଧାର କରି ଅନୁଗୋଳ ସଖୀ ସେଣ୍ଟରକୁ କାଉନସେଲିଂ ପାଇଁ ପଠାଇ ଦେଇଥିଲା। ସେଠାରେ ୨/୩ ଦିନର କାଉନସେଲିଂ ପରେ ତାଙ୍କୁ ପରିବାର
ଲୋକଙ୍କୁ ହସ୍ତାନ୍ତର କରାଯାଇଥାନ୍ତା। ହେଲେ ଶନିବାର ଭୋର୍‌ ସମୟରେ ସେ ଶୌଚାଳୟ ଯାଇ ଆଉ ଫେରି ନ ଥିଲେ। ଅଘଟଣ ଆଶଙ୍କା କରି ସଖୀ ସେଣ୍ଟର କର୍ମଚାରୀମାନେ ଶୌଚାଳୟ କବାଟ ଭାଙ୍ଗି ଭିତରକୁ ଯାଇ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବରପାଇ ଅନୁଗୋଳ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା। ଶୌଚାଳୟ ସାୱାର ପାଇପରେ ଓଢ଼ଣି ବାନ୍ଧି ନାବାଳିକା ଆତ୍ମହତ୍ୟା କରିଥିବାବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଅନୁଗୋଳ ଥାନା ଅଧିକାରୀ ପ୍ରକାଶ ମାଝୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?